ନୂଆପଡ଼ା,୧୧ା୧୦ (ମକାରୁ ବେମାଲ):ନୂଆପଡ଼ା ଜିଲା ଭାଜପା କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିଲେ ଶତାଧିକ ଯୁବତୀଯୁବକ ଦଳରେ ସାମିଲ ହୋଇଥିଲେ। ଜିଲା ସଭାପତି କମଲେଶ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ସୁଶାନ୍ତ କୁମାର ପତି, ପ୍ରକାଶ କଲାର, ତୁଳସ ପଟେଲଙ୍କ ଉପସ୍ଥିତିରେ ନୂଆପଡା ନିର୍ବାଚନ ମଣ୍ଡଳୀର ଯୁବତୀଯୁବକ ଦଳରେ ଯୋଗ ଦେଇଛନ୍ତି। ବିକ୍ରମ ଆଡବଙ୍ଗ, ଡମରୁ ମହାନନ୍ଦ, ଟୁଲୁ ନିଆଲ, ମୁରଲୀ ସୁନା, ଘାସି ସତନାମୀ, ମେଘନାଥ ସେଠୀ, ଜଗଦୀଶ ଦାସ ଓ ତରୁଣ ଦାସଙ୍କ ନେତୃତ୍ୱରେ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ା


