ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ

ଫୁଲବାଣୀ ଅଫିସ୍‌/ଜି.ଉଦୟଗିରି(ଡି.ଏନ୍‌.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦକୁ ଭାଜପା ହାତେଇଥିବା ବେଳେ ବାଲିଗୁଡାରେ ବିଜେଡି ଏହାକୁ ନିଜ ପକ୍ଷରେ ରଖିଛି। ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦବୀ ଜିତିଥିବା ଭାଜପାର ସ୍ମିତାରାଣୀ ମହାନ୍ତି ୬୧୩୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେଡିର ପୁନମ କହଁର ୫୩୯୬ ଏବଂ କଂଗ୍ରେସ ପ୍ରାର୍ଥୀ ସବିତା ମହାନ୍ତି ୪୦୫୨ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ୫, ୬, ୧୧ ନମ୍ବର ଏବଂ ୧୨ ନମ୍ବର ୱାର୍ଡକୁ ମଧ୍ୟ ଭାଜପା ହାସଲ କରିଛି। ଅପରପକ୍ଷେ ସ୍ବାଧିନ ପ୍ରାର୍ଥୀ ୩ ଓ ୧୦ ନମ୍ବର ୱାର୍ଡ ଅକ୍ତିଆର କରିଥିବା ବେଳେ ବାକି ୭ଟି ୱାର୍ଡ ବିଜେଡି ସପକ୍ଷରେ ଯାଇଛି। କଂଗ୍ରେସ ଗୋଟିଏବି କାଉନସିଲର ପଦ ଜିତିବାରେ ସକ୍ଷମ ହୋଇନାହିଁ। ସେହିପରି ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷ ପଦକୁ ବିଜେଡିର ଗୋବିନ୍ଦ ପ୍ରଧାନ ୩୦୦୦ରୁ ଉର୍ଦ୍ଧ୍ୱ ଭୋଟରେ ଜିତିଛନ୍ତି। ୧ ଏବଂ ୧୩ ନମ୍ବର ୱାର୍ଡ କଂଗ୍ରେସ ଜିତିଥିବା ବେଳେ ବାକି ସମସ୍ତ ୱାର୍ଡ କାଉନସିଲର ପଦବୀ ବିଜେଡି ହାତକୁ ଯାଇଛି। ଅନ୍ୟପଟେ ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ପଦବୀରେ ବିଜେଡିର ଭାନୁପ୍ରଭା ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ବାଧିନ ପ୍ରାର୍ଥୀ ମିତାରାଣୀ ପାତ୍ରଙ୍କୁ ୩୨୦ ଗୋଟି ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି। ଭାନୁପ୍ରଭା ୧୯୮୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସ୍ବାଧୀନ ପ୍ରାର୍ଥୀନୀ ମିତା ରାଣୀ ପାତ୍ର ୧୬୬୪ ଭୋଟ ପାଇଛନ୍ତି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ସୁସ୍ମିତା ଜେନା ୧୧୯୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସମୁଦାୟ ୧୩ଟି ୱାର୍ଡ ମଧ୍ୟରୁ ବିଜୁ ଜନତା ଦଳ ୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଭାଜପା ୪ଟି ଆସନ, କଂଗ୍ରେସ ଗୋଟିଏ ଆସନ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ଅଧ୍ୟକ୍ଷ ସଞ୍ଜୀବ କୁମାର ପାତ୍ରଙ୍କ ପତ୍ନୀ ମିତା ରାଣୀ ପାତ୍ର ବିଜେଡିରୁ ଟିକେଟ ନ ପାଇବା ଯୋଗୁ ସିଏ ସ୍ବାଧୀନ ଭାବେ ଲଢ଼ିଥିଲେ। ତେବେ ସଂଜୀବ କୁମାର ପାତ୍ର ୫ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri