Posted inଜାତୀୟ

ନାଗାଲାଣ୍ଡ-ତ୍ରିପୁରାରେ ଭାଜପା, ମେଘାଳୟରେ ଝୁଲା

ନୂଆଦିଲ୍ଲୀ, ୨୮ା୨:ତିନି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ରିପୋର୍ଟ ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଏଥିରେ କରାଯାଇଥିବା ଅନୁମାନ ଅନୁଯାୟୀ ତ୍ରିପୁରାରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବାବେଳେ ନାଗାଲାଣ୍ଡରେ ଏହାର ମେଣ୍ଟ ସରକାର କ୍ଷମତାକୁ ଆସିବ। ତେବେ ମେଘାଳୟ ବିଧାନସଭା ଦଖଲ ପାଇଁ ଲଢ଼େଇ ଜୋର୍‌ଦାର ହୋଇଛି। ଏଠାରେ ଝୁଲା ବିଧାନସଭା ହୋଇପାରେ ବୋଲି ଅନୁମାନ କରାଯାଇଛି। କନ୍‌ରାଡ ସାଙ୍ଗ୍‌ମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ଏକକ ସଂଖ୍ୟାଗରିଷ୍ଠ ଦଳ ହେବାକୁ ଥିବାବେଳେ ଭାଜପା ତୃତୀୟ ସ୍ଥାନରେ ରହିପାରେ ବୋଲି ଆକଳନ କରାଯାଇଛି।
ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆର ଏକ୍‌ଜିଟ୍‌ ପୋଲ୍‌ ସର୍ଭେ ଅନୁଯାୟୀ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀଙ୍କୁ ୩୬ରୁ ୪୫ ଆସନ ମିଳିବାକୁ ଥିବାବେଳେ ବାମ ମେଣ୍ଟକୁ ୬ରୁ ୧୧ ଆସନ ମିଳିପାରେ। ସେହିପରି ଜାନ୍‌ କୀ ବାତ୍‌ ପକ୍ଷରୁ କରାଯାଇଥିବା ସର୍ଭେରେ ଭାଜପା ମେଣ୍ଟ ୨୯ରୁ ୪୦ ଆସନ ପାଇବାକୁ ଥିବାବେଳେ ବାମଦଳକୁ ୯ରୁ ୧୬ ଆସନରେ ସୀମିତ ରହିବାକୁ ପଡ଼ିବ। ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ଅନୁଯାୟୀ, ଭାଜପା ୨୧ରୁ ୨୭ ଆସନ ପାଇବାକୁ ଥିବାବେଳେ ବାମଦଳ ୧୮ରୁ ୨୪ ଆସନ ପାଇବ। ଜି ନ୍ୟୁଜ-ମାଟ୍ରିଜ୍‌ ସର୍ଭେ ଅନୁଯାୟୀ, ଭାଜପା ୨୯ରୁ ୩୬, ବାମଦଳ ୧୩ରୁ ୨୧ ଆସନ ପାଇବ। କଂଗ୍ରେସ ଗୋଟିଏ ହେଲେ ଆସନ ଜିତିବ ନାହିଁ ବୋଲି ସମସ୍ତ ସଂସ୍ଥା ଆକଳନ କରିଛନ୍ତି। ମୋଟାମୋଟି ଭାବେ ଏହି ବିଧାନସଭାରେ ଭାଜପା ୩୨ ଏବଂ ବାମଦଳ ମେଣ୍ଟକୁ ୧୫ ଆସନ ମିଳିବ ବୋଲି ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌ସରେ କୁହାଯାଇଛି।
୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ଭାଜପା-ଏନ୍‌ଡିପିପି (ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି) ମେଣ୍ଟକୁ ୩୮ରୁ ୪୮ ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ କହିଥିବାବେଳେ ଏହି ମେଣ୍ଟକୁ ୩୫ରୁ ୪୫ ସିଟ୍‌ ମିଳିବ ବୋଲି ଜାନ୍‌ କୀ ବାତ୍‌ ଆକଳନ କରିଛି। ସେହିପରି ଟାଇମ୍ସ ନାଓ ୩୯ରୁ ୪୯ ଆସନ ଆକଳନ କରିଥିବାବେଳେ ୩୫ରୁ ୪୩ ଆସନ ମିଳିବ ବୋଲି ଜି ନ୍ୟୁଜ୍‌-ମାଟ୍ରିଜ୍‌ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଏନ୍‌ପିଏଫ୍‌ (ନାଗା ପିପୁଲ୍ସ ଫ୍ରଣ୍ଟ) ଏହି ରାଜ୍ୟରେ ୨ରୁ ୧୦ ଆସନ ମଧ୍ୟରେ ସୀମିତ ରହିବାକୁ ଥିବାବେଳେ କଂଗ୍ରେସକୁ ୧ରୁ ୩ ଆସନ ମିଳିପାରେ। ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌ସ ଅନୁଯାୟୀ, ଭାଜପା ମେଣ୍ଟକୁ ନାଗାଲାଣ୍ଡ ବିଧାନସଭାରେ ୪୨ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧ ଏବଂ ଏନ୍‌ପିଏଫ୍‌କୁ ୬ ଆସନ ମିଳିବ।
ଅନ୍ୟପକ୍ଷରେ ମେଘାଳୟରେ କଡ଼ା ଟକ୍କର ହୋଇଥିବା ବୁଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସେଠାରେ ୬୦ ଆସନରୁ ୫୯ଟିରେ ଭୋଟଗ୍ରହଣ କରାଯାଇଥିଲା। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ରିପୋର୍ଟରେ ଭାଜପାକୁ ୪ରୁ ୮ ଆସନ ମିଳିବାକୁ ଥିବାବେଳ କଂଗ୍ରେସକୁ ୬ରୁ ୧୨ ଏବଂ ଏନ୍‌ପିପିକୁ ୧୮ରୁ ୨୪ ଆସନ ମିଳିବ ବୋଲି କୁହାଯାଇଛି। ଜାନ୍‌ କୀ ବାତ୍‌ରେ ଭାଜପା ୩-୭, କଂଗ୍ରେସ ୬ରୁ ୧୧ ଏବଂ ଏନ୍‌ପିପି ୧୧ରୁ ୧୬ ଆସନ ପାଇବ ବୋଲି ଆକଳନ କରାଯାଇଛି। ଟାଇମ୍ସ ନାଓ ପୂର୍ବାନୁମାନ ଅନୁଯାୟୀ ଭାଜପାକୁ ୩ରୁ ୬ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୨ରୁ ୫ ଏବଂ ଏନ୍‌ପିପିକୁ ୧୮ରୁ ୨୬ ଆସନ ମିଳିବ। ସେହିପରି ଜି ନ୍ୟୁଜ୍‌-ମାଟ୍ରିଜ୍‌ ଅନୁଯାୟୀ ଭାଜପାକୁ ୬ରୁ ୧୧, କଂଗ୍ରେସକୁ ୩ରୁ ୬ ଏବଂ ଏନ୍‌ପିପିକୁ ୨୧ରୁ ୨୬ ଆସନ ମିଳିବ ବୋଲି କୁହାଯାଇଛି। ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌ସ ଅନୁଯାୟୀ ଭାଜପା ଏବଂ କଂଗ୍ରେସ ୬ଟି ଲେଖାଏ ଆସନ ପାଇବାକୁ ଥିବାବେଳେ ଏନ୍‌ପିପିକୁ ୨୦ ଆସନ ମିଳିବ। ତେବେ ତ୍ରିପୁରାରେ ରାଜ ପରିବାରର ପ୍ରଦ୍ୟୋତ କିଶୋର ଦେବବର୍ମା ଗ୍ରେଟର ଟିପ୍ରାଲାଣ୍ଡ ଦାବି ନେଇ ଗଠନ କରିଥିବା ଟିପ୍ରା ମୋଥା ଦଳ ୧୨ଟି ଆସନ ପାଇପାରେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ସୋମବାର ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ଲାଗି ମତଦାନ ହୋଇଥିଲା। ମାର୍ଚ୍ଚ ୨ରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri