Posted inଜାତୀୟ

ବ୍ରିଜ୍‌ ଭୂଷଣଙ୍କୁ କଡ଼ା ତାଗିଦ୍‌ କଲେ ଭାଜପା ହାଇକମାଣ୍ଡ, କହିଲେ ଭିନେଶଙ୍କୁ…

ନୂଆଦିଲ୍ଲୀ,୮।୯: ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ୍‌ ହେବାକୁ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଲଗାତାର ତାଙ୍କ ଉପରେ ଟିପ୍ପଣୀ ଦେଇ ଆସୁଛନ୍ତି। ଏଥିସହ ସେ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ କଂଗ୍ରେସ ଆନ୍ଦୋଳନ କହିଥିଲେ। ତେବେ ଏହାରି ଭିତରେ ଭାଜପା ହାଇକମାଣ୍ଡ ବ୍ରିଜଭୂଷଣଙ୍କୁ ତାଗିଦ୍‌ କରିଛନ୍ତି। ତାଙ୍କୁ ଭିନେଶ ଓ ବଜରଙ୍ଗ ପୁନିଆଙ୍କ ଉପରେ କୌଣସି ବିବାଦୀୟ ଟିପ୍ପଣୀ ନ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

କୁହାଯାଉଛି କି, ହରିୟାଣା ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ରିଜଭୂଷଣଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି। କାରଣ ତାଙ୍କ ବୟାନ ଭାଜପା ପାଇଁ ନିର୍ବାଚନରେ ଜିତିବାକୁ ଓଲଟା ସାବ୍ୟସ୍ତ କରିପାରେ। ଏଥିପାଇଁ ଭାଜପା ନେତାଙ୍କୁ ଏପରି କୌଣସି ବିବାଦୀୟ ବୟାନ ନ ଦେବାକୁ କୁହାଯାଇଛି ଯେଉଁଥିରେ ଦଳର ଭୋଟବ୍ୟାଙ୍କ ଉପରେ ପ୍ରଭାବ ପଡିବ।

କହିରଖୁଛୁ କି, ଭାରତୀୟ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ କଂଗ୍ରେସରେ ସାମିଲ୍‌ ହେବା ପରଠାରୁ ଭାଜପା ନେତା ବ୍ରିଜ ଭୂଷଣ ଲଗାତାର ତାଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଭାଜପା ନେତା ଭିନେଶଙ୍କୁ ଟାର୍ଗେଟ କରି ଏମିତି ବି କହି ଦେଇଥିଲେ କି, ଭିନେଶ ଅଲିମ୍ପିକ୍ସକୁ ଯିବାକୁ ଯୋଗ୍ୟ ନ ଥିଲେ। ଯାହାକୁ ନେଇ ଲଗାତାର ଦୁଇ ପଟରୁ ବୟାନବାଜି ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri