ପୁରୁଣାଙ୍କୁ ଭରସା କଲା ଭାଜପା

ବାରିପଦା,୩ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଥିବା ୯ ବିଧାନସଭା ଆସନ ମଧ୍ୟରୁ ମଙ୍ଗଳବାର ୫ଟିରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରି ଦଳ ପୁନର୍ବାର ସେମାନଙ୍କୁ ଟିକେଟ ଦେଇଛି। ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ସନାତନ ବିଜୁଳି, ଉଦଳାରୁ ଭାସ୍କର ମଢ଼େଇ, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଓ ଯଶୀପୁରରୁ ଗଣେଶ ରାମସିଂ ଖୁଣ୍ଟିଆ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି। ଅବଶିଷ୍ଟ ଆସନଗୁଡ଼ିକରେ ନୂଆ ମୁହଁ ଦେଖାଯିବା ନେଇ ଚର୍ଚ୍ଚା ଜୋର ଧରିଛି।
ଜିଲାର ବଡ଼ସାହି, ଉଦଳା, ବାରିପଦା, ମୋରଡ଼ା ଓ ଯଶୀପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଦଳୀୟ ରାଜନୀତି ସରଗରମ ହୋଇଛି। ବାଲେଶ୍ୱର ଲୋକସଭା କ୍ଷେତ୍ର ଅଧୀନ ୩୨ନଂ. ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳିଙ୍କୁ ପୁନର୍ବାର ପ୍ରାର୍ଥୀ ଚୟନ କରାଯାଇଛି। ୨୦୧୯ ନିର୍ବାଚନରେ ମୋଟ ୧ଲକ୍ଷ ୯୦ହଜାର ୧୬୬ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୪୫ହଜାର ୧୧୯ ଭୋଟ ଦେଇଥିଲେ। ସନାତନ ସେଥିମଧ୍ୟରୁ ୬୯୦୭୨ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବୃନ୍ଦାବନ ଦାସ ୫୯୯୫୩ ଭୋଟ ପାଇଥିଲେ। ସେହିପରି କରଞ୍ଜିଆ ନିର୍ବାଚନ ମଣ୍ଡଳୀକୁ ବାଦ ଦେଲେ ଅବଶିଷ୍ଟ ଆସନଗୁଡ଼ିକ ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନରେ ରହିଛି। ୩୧ନଂ. ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢ଼େଇଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଗତ ନିର୍ବାଚନରେ ମୋଟ ୧ଲକ୍ଷ ୯୨ହଜାର ୬୭୮ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୫୧ହଜାର ୩୬ ଭୋଟ ଦେଇଥିଲେ। ସେଥି ମଧ୍ୟରୁ ୬୯୭୨୫ ଖଣ୍ଡ ଭୋଟ ପାଇ ଭାସ୍କର ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀନାଥ ସୋରେନ ୬୮୨୯୨ଖଣ୍ଡ ଭୋଟ ପାଇଥିଲେ। ସେହିପରି ୩୩ନଂ. ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ସୋରେନଙ୍କ ନାମ ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇଛି। ୨୦୧୯ ନିର୍ବାଚନରେ ମୋଟ ୨ଲକ୍ଷ ୧୬ହଜାର ୧୪୫ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୫୭ହଜାର ୯୦୩ ମତଦାନ ହୋଇଥିଲା। ସେଥିରୁ ୭୨୨୨୫ଖଣ୍ଡ ଭୋଟ ପାଇ ପ୍ରକାଶ ନିର୍ବାଚିତ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସରୋଜିନୀ ହେମ୍ବ୍ରମ ୫୨୮୧୪ ଭୋଟ ପାଇଥିଲେ। ୩୪ନଂ. ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପରାଜିତ ପ୍ରାର୍ଥୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ପକ୍ଷରୁ ପୁନର୍ବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଗତ ନିର୍ବାଚନରେ ମୋଟ ୨ଲକ୍ଷ ୨୪ହଜାର ୫୭୪ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୭୭ହଜାର ୭୭୩ ମତଦାନ ହୋଇଥିଲା। ସେଥିରୁ ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ୬୧୮୪୭ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ରାଜକିଶୋର ଦାସ ୬୮୫୫୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ୨୬ନଂ. ଯଶୀପୁର ବିଧାନସଭା କ୍ଷେତ୍ରର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଭାଜପା ପୁଣି ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ ମୋଟ ୨ଲକ୍ଷ ୧୦ହଜାର ୮ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୫୮ହାଜର ୭୪ ଜଣ ଭୋଟ ଦେଇଥିଲେ। ସେଥିରୁ ୫୮୭୦୮ଖଣ୍ଡ ଭୋଟ ପାଇ ଗଣେଶ ରାମସିଂ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଗୋଲକ ବିହାରୀ ନାୟକ ୫୦୧୫୬ଖଣ୍ଡ ଭୋଟ ପାଇଥିଲେ। ତେବେ ଭାଜପା-ବିଜେଡି ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଗୋଷ୍ଠୀ କନ୍ଦଳକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାଜପା ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରି ପୁନର୍ବାର ମଇଦାନକୁ ଓହ୍ଲାଇଛି ବୋଲି କୁହାଯାଉଛି। ଅବଶିଷ୍ଟ କରଞ୍ଜିଆ, ବାଙ୍ଗରିପୋଷି, ସାରସକଣା ଓ ରାଇରଙ୍ଗପୁର ଆସନ ପାଇଁ ଦଳ ପକ୍ଷରୁ ନୂଆ ମୁହଁ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri