ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି। ଏହି ଉତ୍ସବ ପରେ ବ୍ଲକ ଅଫିସ୍ ପରିସରରେ ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିବା ଦେଖିବାକୁ ମିଳିଛି। ପରସ୍ପର ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଓ ଠେଲାପେଲା ଦେଖି ସଭାରେ ଥିବା ମହିଳାଙ୍କ ସମେତ ଲୋକେ ସେଠାରୁ ଦୌଡ଼ି ପଳାଇଥିଲେ। ଗୋଟିଏ ପକ୍ଷର ଆକ୍ରମଣରେ ଭାଜପା ନଗର ମଣ୍ଡଳ ସଭାପତି ଆଶୁତୋଷ ସାମଲ ଆହତ ହୋଇଥିବା ବେଳେ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ସେ କାର୍ଯ୍ୟାଳୟ ପରିସରରେ ବସି ରହିଥିଲେ। ଖବର ପାଇ ବାସୁଦେବପୁର ଥାନା ପୋଲିସ ପହଞ୍ଚତ୍ବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ବିଡିଓ ତନ୍ମିତା କରଙ୍କୁ ପୋଲିସ ଭେଟି ଆଲୋଚନା କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁଇଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ଗୋଟିଏ ଗୋଷ୍ଠୀ ମଞ୍ଚରୁ ଆସିବା ପରେ ଅପର ଗୋଷ୍ଠୀ ତାଙ୍କୁ ଆକ୍ଷେପମୂଳକ କଥା କହିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।


