Posted inରାଜ୍ୟ

ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା, ମିଳିପାରେ ବଡ ପଦବୀ

ଭୁବନେଶ୍ୱର,୯ା୬: ବ୍ରଜରାଜନଗର ଭାଜପା ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀରେ ପହଞ୍ଚିଛନ୍ତି। କୁହାଯାଉଛି ହାଇକମାଣ୍ଡଙ୍କ ଡ଼ାକରାରେ ସେ ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କୁ କୌଣସି ବଡ଼ ଭୂମିକା ମିଳିପାରେ। ରବିବାର ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିପାରନ୍ତି।

ଓଡ଼ିଶାରେ ଭାଜପା ବିଧାନସଭାରେ ୭୮ ବିଧାୟକ ସହିତ ବହୁମତ ହାସଲ କରିଛି। ସୋମବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇପାରି ନାହିଁ। ତେବେ ଶନିବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସୋମବାର ସକାଳେ ବିଧାୟକ ଦଳ ବୈଠକ ବସିବ। ଯେଉଁଠି ସର୍ବସମ୍ମତି କ୍ରମେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିବ।

ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ରେସରେ ଥିବା ପ୍ରମୁଖ ଚର୍ଚ୍ଚିତ ନାଁ ଗୁଡିକ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମରେ ରହିଛନ୍ତି। ତାଙ୍କ ପଛକୁ ମନମୋହନ ସାମଲ, କେଭି ସିଂହଦେଓ, ମୋହନ ମାଝୀଙ୍କ ନାଁ ରହିଛି। ଅପରପକ୍ଷେ ରବିବାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲା ବେଳେ ଓଡ଼ିଶାରୁ କେଉଁ ନେତାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଯେଉଁ ନେତାଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳେ ସେ ସିଧାସଳଖ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୌଡରୁ ବାଦ ପଡିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ନିକିତା ହତ୍ୟା ମାମଲା: ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ

କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଶୁଦ୍ଧିକ୍ରିୟା ସାରି ଫେରିବା ବେଳକୁ ଘରେ କଳାକନା ….

ବୈଶିଙ୍ଗା,୨୬ା୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ ଚୋରି । ବାରିପଦା ବାଲେଶ୍ବର ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ…

ନିଛାଟିଆ ସ୍ଥାନରେ ଯାତ୍ରୀ ବିଶ୍ରାମlଗାର ନିର୍ମାଣ, ସାନ ବଜାର ବଣିକ ସଙ୍ଘର ଅସନ୍ତୋଷ

ଗଞ୍ଜାମ,୨୬।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାର ଠାରେ ଯାତ୍ରୀ ବାହି ଅଟୋ ସଂଘ ଓ ମା ନାରାୟଣୀ ବଣିକ ସଙ୍ଘ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର…

Ind Vs Zim LIVE Score: ୭୨ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ, ସେମିଫାଇନାଲ ଖେଳିବା ହେଲା ନିଶ୍ଚିତ!

ଚେନ୍ନାଇ,୨୬।୨: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ମାଟିରେ ଟିମ…

ମଣ୍ଡିକୁ ଦୌଡ଼ିଦୌଡ଼ି ପ୍ରାଣ ହରାଇଲେ ଚାଷୀ, ମିଲର-ସମ୍ପାଦକଙ୍କ ନାଁରେ ଅଭିଯୋଗ ଆଣି…

ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ…

କଳସ ଯାତ୍ରାରେ ବାଣ ବିସ୍ଫୋରଣ, 10ରୁ ଉର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା,୨୬।୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ସାମାନ୍ୟ ଭୁଲରୁ ଉତ୍ସବ ସ୍ଥଳ…

OTET ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା: ଆସନ୍ତା ୫ରେ ହେବ ଶୁଣାଣି

କଟକ,୨୬ା୨(ପ୍ରଭୁ କଲ୍ୟାଣ ମହାପାତ୍ର): ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ଶେଷ ହୋଇଛି।…

ଅଧାରେ ରହିଲା ଘର ବାହୁଡା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ

ବଲାଙ୍ଗୀର,୨୬।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଳା, ଭିଣୋଇଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri