ହେଲିକପ୍ଟର ବ୍ୟବହାର ନେଇ ବିଜେଡି-ଭାଜପା ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର,୪।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ହେଲିକପ୍ଟର ବ୍ୟବହାର କରିଛନ୍ତି ବୋଲି ଭାଜପା ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ ପ୍ରବଳ ବର୍ଷିଛନ୍ତି। ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗରେ ତଥ୍ୟ ରଖି ଭାଜପାର ମିଛ ଲୋକଙ୍କ ଆଗରେ ରଖିବେ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ଭାଜପା ବିଧାୟିକା କୁସୁମ ଟେଟେ ମନ୍ତ୍ରୀ ସାହୁଙ୍କ ପ୍ରତିକ୍ରିୟା ଉପରେ ପାଲଟା ଜବାବ ରଖିଛନ୍ତି। ଟେଟେଙ୍କ ପ୍ରତିକ୍ରିୟାକୁ ପୁନର୍ବାର ବିଜେଡି ପାଲଟା କାଉଣ୍ଟର କରିଛି।
ଟୁକୁନି ସାହୁ ଟୁଇଟ୍‌ କରି କହିଛନ୍ତି ଯେ, କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ ଯେଉଁଭଳି ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କ ମୁଣ୍ଡ କାମ କରୁନି। ସେଥିପାଇଁ ଭାଜପା ନେତାମାନେ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁ ନ ଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି। କିଏ କହୁଛି ହେଲିକପ୍ଟର ଗସ୍ତ ବାବଦକୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ତ ଆଉ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ତାଳମେଳ ରହୁନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍‌ ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି। ସାହୁ ଆହୁରି ଲେଖିଛନ୍ତି, ଆସନ୍ତା ବିଧାନସଭାରେ ସେ ଏ ବାବଦରେ ସବୁ ତଥ୍ୟ ରଖିବେ। ସେତେବେଳେ ଏମାନଙ୍କ ସବୁ ମିଥ୍ୟା ପ୍ରଚାର ଧରାପଡ଼ିବା ସହିତ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ, ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।
ମନ୍ତ୍ରୀ ସାହୁଙ୍କ ଟୁଇଟ୍‌ ଉପରେ ପ୍ରତିକ୍ରିୟା ରଖି କୁସୁମ କହିଛନ୍ତି ଯେ, ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଆପଣଙ୍କୁ ବ୍ୟଥିତ କରୁନାହିଁ। ଆପଣଙ୍କ କଥାରୁ ପ୍ରମାଣ ହୋଇଛି ମନ୍ତ୍ରୀ ଠାରୁ ସଚିବ ବଡ଼। ଦୁଇଟି ବିଭାଗର ମନ୍ତ୍ରୀ ଭାବେ କେତେଥର ହେଲିକପ୍ଟର ବ୍ୟବହାର କରିଛନ୍ତି। ଭାଜପା ଯେଉଁ ବୈଧାନିକ ପ୍ରଶ୍ନ କରିଛି ତା’ର ଉତ୍ତର କେବେ ଦେବେ। ମାତ୍ର ୬ ମାସରେ ୭୫ ଥର ସରକାରୀ ଅର୍ଥରେ ହେଲିକପ୍ଟର, ସ୍ବତନ୍ତ୍ର ବିମାନ, ଅତ୍ୟାଧୁନିକ ବିଜ୍‌ନେସ୍‌ ଜେଟ୍‌ ବ୍ୟବହାର ହୋଇଛି। ଏହିସବୁ ଥର କେଉଁମାନେ ହେଲିକପ୍ଟର ବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଜିଲା ଗସ୍ତ କାର୍ଯ୍ୟକ୍ରମରେ ଯେଉଁଭଳି ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଲା ତାହା ଜନବିରୋଧୀ ନୁହେଁ କି ବୋଲି ପ୍ରଶ୍ନ କରିବା ସହିତ ଆସନ୍ତା ବିଧାନସଭାରେ ଭାଜପା ଏହାର କଡ଼ାଗଣ୍ଡା ଜବାବ ଦେବ ବୋଲି ଟେଟେ କହିଛନ୍ତି।
ବିଜେଡି ନେତ୍ରୀ ଈପ୍‌ସିତା ସାହୁ ଟୁଇଟ୍‌ ଜରିଆରେ ଟେଟେଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣଙ୍କ ନିକଟତମ ସମ୍ପର୍କୀୟ ୨ ନମ୍ବର କୋଇଲା ବେପାର ଏବଂ ଟେଣ୍ଡର ଫିକ୍ସିଂ କରି ଯେଉଁ ୫୦୦ କୋଟି ଟଙ୍କା ରୋଜଗାର କରିଛନ୍ତି କହୁ କହୁ ସେକଥା କହିଦେଲେ। ଆପଣଙ୍କ ନିକଟତମ ସମ୍ପର୍କୀୟ ଚାକିରି ଦେବା ନାଁରେ ଯେଉଁ ଠକାମି କରିଛନ୍ତି ସେଥିଲାଗି ଉଦ୍‌ବେଗ ପ୍ରକାଶ କରୁଛନ୍ତି ନା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏନ୍‌ଟିପିସିରୁ ପାଉଁଶ ପରିବହନ ବାବଦକୁ ହୋଇଥିବା ଟେଣ୍ଡର ଫିକ୍ସିଂରେ କିଏ ସମ୍ପୃକ୍ତ ଅଛନ୍ତି। ୫୦୦ କୋଟି ଟଙ୍କା ଆପଣଙ୍କୁ କମ୍‌ ଲାଗିପାରେ ହେଲେ ସମସ୍ତେ ଜାଣନ୍ତି ଆପଣ କେତେ କୋଟି ଟଙ୍କାର ମାଲିକ। ଆପଣଙ୍କ ଭଳି ଜଣେ ଦୁର୍ନୀତୀଗ୍ରସ୍ତ ଏବଂ ଜନବିରୋଧୀ ନେତାଙ୍କ ଅସଲ ଚେହେରା ଆସନ୍ତା ବିଧାନସଭା ଅଧିବେଶନରେ ଖୋଲିଯିବ ବୋଲି ଈପ୍‌ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri