ହେଇ କି ଅଟକିଯାଉଛି ମେଣ୍ଟ, ପ୍ରାର୍ଥୀ ତାଲିକାରେ ଓଡିଶା ନେତା ଉଭାନ

ଭୁବନେଶ୍ୱର,୧୪।୩: ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ମେଣ୍ଟ ହେବ ନା ନାହିଁ ତାହା ନେଇ ଏବେ ବି ସସପେନ୍ସ ଲାଗି ରହିଛି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ସିଧା ସିଧା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଓଡିଶାର ଅସ୍ମିତା ପାଇଁ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ। ତେବେ ମେଣ୍ଟ ହେବ ନାହିଁ ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ସମସ୍ତଙ୍କର ନଜର। ଯାହା ଖବର ଆସୁଛି ଯେ ଲୋକସଭା ଆସନକୁ ନେଇ ବୁଝାମଣା ସରିଛି। କିନ୍ତୁ ବିଧାନସଭା ଆସନ କ୍ଷେତ୍ରରେ ଅଙ୍କ ଛିଡୁନି।

ଝୁଲାବସ୍ଥାରେ ଅଟକିଛି ମେଣ୍ଟ। ବିଜେଡି-ଭାଜପା ମେଣ୍ଟ ପାଇଁ କେଉଁ ନିଷ୍ପତ୍ତି ନେଉଛନ୍ତି ଯାହାଲାଗି ଏତେ ବିଳମ୍ବ ହେଉଛି ତାକୁ ନେଇ ନେତା, ମନ୍ତ୍ରୀ , ବିଧାୟକଙ୍କ ଠାରୁ ଦଳୀୟ କର୍ମୀ ମଧ୍ୟ ଅପେକ୍ଷା କରି ରହିଛନ୍ତି। ନିର୍ବାଚନ ପ୍ରଚାର କ’ଣ କରିବେ ଏବେ ଝୁଲାମେଣ୍ଟକୁ ନେଇ ଭବିଷ୍ୟତ କ’ଣ ହେବ ଚିନ୍ତାରେ ଅଛନ୍ତି। ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାଓ୍ବା ଚାଲିଛି । ରାଜଧାନୀ ରାଜନୀତି ଉଠୁଛି ପଡୁଛି। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି। ମେଣ୍ଟ ନେଇ ସବୁଠୁ ଚର୍ଚ୍ଚା ଚାଲୁଥିବାବଳେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ ଟେର୍‌ ପାଉ ନାହାନ୍ତି। ଗତକାଲି ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ନବୀନ ନିବାସରେ ବୈଠକ ବସିଛି। ଏଥିରେ ବିଜେଡିର ପର୍ଯ୍ୟବେକ୍ଷକମାନେ ମଧ୍ୟ ସାମିଲ ଅଛନ୍ତି। ତେବେ ଗତକାଲି ଅମିତ ଶାହାଙ୍କ ସହ ବୈଠକ ସାରି ଦିଲ୍ଲୀରୁ ଫେରିଥିବା ମନମୋହନ ଆଜି ଏକାକୀ ଲଡିବା ନେଇ ଘୋଷଣା କରିଛନ୍ତି। ସେହିପରି ଅପରାଜିତା ଷଡଙ୍ଗୀ ମଧ୍ୟ ଏକାକୀ ଲଢିବା ନେଇ କହିଛନ୍ତି। ତେବେ ଦଳୀୟ ନେତୃତ୍ୱଙ୍କ ଏହି ଖୋଲା ଭାଷଣାବାଜି ଓଡିଶା ରାଜନୀତିକୁ ସରଗରମ କରିବାକୁ ଖେଶରାକ ଯୋଗାଉଥିବାବେଳେ ସ୍ଥିତି ଏଯାଏଁ ସ୍ପଷ୍ଟ ହୋଇପାରୁ ନାହିଁ। ମେଣ୍ଟ ହେବ କି ନାହିଁ ତା’ ନେଇ ନେତା, ବିଧାୟକ ଉପରଠାଉରିଆ କଥା କହି ମେଣ୍ଟ ଚର୍ଚ୍ଚାକୁ ବାଏଁ ବାଏଁ ଉଡାଉଛନ୍ତି। କିନ୍ତୁ ଏନେଇ ଗଣମାଧ୍ୟମରେ କୌଣସି ସ୍ପଷ୍ଟ ଚିତ୍ର ଅଫିସିଆଲି ଭାବେ ଘୋଷଣା କରାଯାଇ ନାହିଁ।

ତେବେ ଏସବୁ ଭିତରେ ଦେଶରେ ଭାଜପା ଓ କଂଗ୍ରେସ ତାଙ୍କର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରି ସାରିଛି। କିନ୍ତୁ ଓଡିଶାରେ ମେଣ୍ଟ ଅଙ୍କ ଛିଡୁ ନ ଥିବାରୁ ଭାଜପା-ବିଜେଡି ସିଟ୍‌ ଅଙ୍କ କଷୁଛନ୍ତି। ଜଣାପଡୁଛି କି, କଂଗ୍ରେସ ଏହାକୁ ଗମ୍ଭୀରତାର ସହ ଦେଖିବା ସହ ନିଜ ପ୍ରାର୍ଥୀ ତାଲିକାରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରୁନାହିଁ। ଓଡିଶା ରାଜନୀତିର ଏଭଳି ସ୍ଥିତିରେ ମଉକା ଦେଖି ଛକା ମାରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଗି ରଖି ଦଣ୍ଡେ ମାପି ଚାଖେଣ୍ଡ ଗୋଟି ଚାଳନା କରିବ ବୋଲି ଫୁଲ ମୁଡ୍‌ରେ ଦଳ। ଏହି ସମୟରେ କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ କମବ୍ୟାକ୍‌ କରିଛନ୍ତି। ଯଦି ବିଜେଡି-ଭାଜପା ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ଫାଇଦା ନେବ ବୋଲି କୁହାଯାଉଛି। କଂଗ୍ରେସ ନିଜ ଦଳକୁ ଆହୁରି ସୁଦୃଢ କରିବାକୁ ଏବଂ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷକୁ ନେବାକୁ ଏକ ପାଓ୍ବାରଫୁଲ ରଣନୀତିଜ୍ଞଙ୍କୁ ନିଯୁକ୍ତି କରିଛି ବୋଲି ଜଣାପଡିଛି। ଆଉ ସେହି ରଣନୀତିକାରଙ୍କ ଟିମ୍‌ ପୁରା ଓଡିଶାରେ ସର୍ଭେ କରୁଛନ୍ତି। ତେବେ ସର୍ଭେର ରିପୋର୍ଟ ଅନୁସାରେ ହିଁ କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଅଗାମୀ ଲୋକସଭା ନିର୍ବାଚନର ଓଡିଶା କଂଗ୍ରେସର ଷ୍ଟ୍ରାଟେଜି ପ୍ଲାନର ସାଜିଛନ୍ତି ସୁନୀଲ କାନୁଗୋଲୁ ଓ କୌଶଲ ବିଦ୍ୟାର୍ଥୀ। କୌଶଲ ରାହୁଲଙ୍କ ଘନିଷ୍ଠ ତଥା ପରାମର୍ଶଦାତା ହୋଇଥିବାବେଳେ ସୁନୀଲ କଂଗ୍ରେସର ବିଶିଷ୍ଟ ରଣନୀତିକାର ଭାବେ ରହି ଆସିଛନ୍ତି।

ତେବେ ମେଣ୍ଟକୁ ନେଇ ଆଗକୁ କ’ଣ ହେଉଛି ତା’କୁ ନେଇ କଂଗ୍ରେସ ଅପେକ୍ଷା କରିଛି। କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଭରସାଯୋଗ୍ୟ ଲୋକ ସୁନୀଲ କାନୁଗୋଲୁ ଓଡିଶା ରାଜନୀତିକୁ ତୀକ୍ଷ୍ମ ଭାବରେ ନଜର ରଖୁଛନ୍ତି। ସେପଟେ ମେଣ୍ଟକୁ ନେଇ କଂଗ୍ରେସର ପ୍ରତିକ୍ରିୟା କ’ଣ ରହିଛି ବୋଲି କଂଗ୍ରେସର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପଚରାଯିବାରୁ ସେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ମେଣ୍ଟ ହେଲେ କଂଗ୍ରେସର କିଛି ଫରକ ପଡିବନି। ଆଗାମୀ ନିର୍ବାଚନ ରାଜ୍ୟରେ ନିର୍ଣ୍ଣାୟକ ମୋଡ ନେବ। ଆଉ ଦଳ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri