ହେଇ କି ଅଟକିଯାଉଛି ମେଣ୍ଟ, ପ୍ରାର୍ଥୀ ତାଲିକାରେ ଓଡିଶା ନେତା ଉଭାନ

ଭୁବନେଶ୍ୱର,୧୪।୩: ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ମେଣ୍ଟ ହେବ ନା ନାହିଁ ତାହା ନେଇ ଏବେ ବି ସସପେନ୍ସ ଲାଗି ରହିଛି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ସିଧା ସିଧା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଓଡିଶାର ଅସ୍ମିତା ପାଇଁ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ। ତେବେ ମେଣ୍ଟ ହେବ ନାହିଁ ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ସମସ୍ତଙ୍କର ନଜର। ଯାହା ଖବର ଆସୁଛି ଯେ ଲୋକସଭା ଆସନକୁ ନେଇ ବୁଝାମଣା ସରିଛି। କିନ୍ତୁ ବିଧାନସଭା ଆସନ କ୍ଷେତ୍ରରେ ଅଙ୍କ ଛିଡୁନି।

ଝୁଲାବସ୍ଥାରେ ଅଟକିଛି ମେଣ୍ଟ। ବିଜେଡି-ଭାଜପା ମେଣ୍ଟ ପାଇଁ କେଉଁ ନିଷ୍ପତ୍ତି ନେଉଛନ୍ତି ଯାହାଲାଗି ଏତେ ବିଳମ୍ବ ହେଉଛି ତାକୁ ନେଇ ନେତା, ମନ୍ତ୍ରୀ , ବିଧାୟକଙ୍କ ଠାରୁ ଦଳୀୟ କର୍ମୀ ମଧ୍ୟ ଅପେକ୍ଷା କରି ରହିଛନ୍ତି। ନିର୍ବାଚନ ପ୍ରଚାର କ’ଣ କରିବେ ଏବେ ଝୁଲାମେଣ୍ଟକୁ ନେଇ ଭବିଷ୍ୟତ କ’ଣ ହେବ ଚିନ୍ତାରେ ଅଛନ୍ତି। ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାଓ୍ବା ଚାଲିଛି । ରାଜଧାନୀ ରାଜନୀତି ଉଠୁଛି ପଡୁଛି। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି। ମେଣ୍ଟ ନେଇ ସବୁଠୁ ଚର୍ଚ୍ଚା ଚାଲୁଥିବାବଳେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ ଟେର୍‌ ପାଉ ନାହାନ୍ତି। ଗତକାଲି ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ନବୀନ ନିବାସରେ ବୈଠକ ବସିଛି। ଏଥିରେ ବିଜେଡିର ପର୍ଯ୍ୟବେକ୍ଷକମାନେ ମଧ୍ୟ ସାମିଲ ଅଛନ୍ତି। ତେବେ ଗତକାଲି ଅମିତ ଶାହାଙ୍କ ସହ ବୈଠକ ସାରି ଦିଲ୍ଲୀରୁ ଫେରିଥିବା ମନମୋହନ ଆଜି ଏକାକୀ ଲଡିବା ନେଇ ଘୋଷଣା କରିଛନ୍ତି। ସେହିପରି ଅପରାଜିତା ଷଡଙ୍ଗୀ ମଧ୍ୟ ଏକାକୀ ଲଢିବା ନେଇ କହିଛନ୍ତି। ତେବେ ଦଳୀୟ ନେତୃତ୍ୱଙ୍କ ଏହି ଖୋଲା ଭାଷଣାବାଜି ଓଡିଶା ରାଜନୀତିକୁ ସରଗରମ କରିବାକୁ ଖେଶରାକ ଯୋଗାଉଥିବାବେଳେ ସ୍ଥିତି ଏଯାଏଁ ସ୍ପଷ୍ଟ ହୋଇପାରୁ ନାହିଁ। ମେଣ୍ଟ ହେବ କି ନାହିଁ ତା’ ନେଇ ନେତା, ବିଧାୟକ ଉପରଠାଉରିଆ କଥା କହି ମେଣ୍ଟ ଚର୍ଚ୍ଚାକୁ ବାଏଁ ବାଏଁ ଉଡାଉଛନ୍ତି। କିନ୍ତୁ ଏନେଇ ଗଣମାଧ୍ୟମରେ କୌଣସି ସ୍ପଷ୍ଟ ଚିତ୍ର ଅଫିସିଆଲି ଭାବେ ଘୋଷଣା କରାଯାଇ ନାହିଁ।

ତେବେ ଏସବୁ ଭିତରେ ଦେଶରେ ଭାଜପା ଓ କଂଗ୍ରେସ ତାଙ୍କର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରି ସାରିଛି। କିନ୍ତୁ ଓଡିଶାରେ ମେଣ୍ଟ ଅଙ୍କ ଛିଡୁ ନ ଥିବାରୁ ଭାଜପା-ବିଜେଡି ସିଟ୍‌ ଅଙ୍କ କଷୁଛନ୍ତି। ଜଣାପଡୁଛି କି, କଂଗ୍ରେସ ଏହାକୁ ଗମ୍ଭୀରତାର ସହ ଦେଖିବା ସହ ନିଜ ପ୍ରାର୍ଥୀ ତାଲିକାରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରୁନାହିଁ। ଓଡିଶା ରାଜନୀତିର ଏଭଳି ସ୍ଥିତିରେ ମଉକା ଦେଖି ଛକା ମାରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଗି ରଖି ଦଣ୍ଡେ ମାପି ଚାଖେଣ୍ଡ ଗୋଟି ଚାଳନା କରିବ ବୋଲି ଫୁଲ ମୁଡ୍‌ରେ ଦଳ। ଏହି ସମୟରେ କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ କମବ୍ୟାକ୍‌ କରିଛନ୍ତି। ଯଦି ବିଜେଡି-ଭାଜପା ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ଫାଇଦା ନେବ ବୋଲି କୁହାଯାଉଛି। କଂଗ୍ରେସ ନିଜ ଦଳକୁ ଆହୁରି ସୁଦୃଢ କରିବାକୁ ଏବଂ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷକୁ ନେବାକୁ ଏକ ପାଓ୍ବାରଫୁଲ ରଣନୀତିଜ୍ଞଙ୍କୁ ନିଯୁକ୍ତି କରିଛି ବୋଲି ଜଣାପଡିଛି। ଆଉ ସେହି ରଣନୀତିକାରଙ୍କ ଟିମ୍‌ ପୁରା ଓଡିଶାରେ ସର୍ଭେ କରୁଛନ୍ତି। ତେବେ ସର୍ଭେର ରିପୋର୍ଟ ଅନୁସାରେ ହିଁ କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଅଗାମୀ ଲୋକସଭା ନିର୍ବାଚନର ଓଡିଶା କଂଗ୍ରେସର ଷ୍ଟ୍ରାଟେଜି ପ୍ଲାନର ସାଜିଛନ୍ତି ସୁନୀଲ କାନୁଗୋଲୁ ଓ କୌଶଲ ବିଦ୍ୟାର୍ଥୀ। କୌଶଲ ରାହୁଲଙ୍କ ଘନିଷ୍ଠ ତଥା ପରାମର୍ଶଦାତା ହୋଇଥିବାବେଳେ ସୁନୀଲ କଂଗ୍ରେସର ବିଶିଷ୍ଟ ରଣନୀତିକାର ଭାବେ ରହି ଆସିଛନ୍ତି।

ତେବେ ମେଣ୍ଟକୁ ନେଇ ଆଗକୁ କ’ଣ ହେଉଛି ତା’କୁ ନେଇ କଂଗ୍ରେସ ଅପେକ୍ଷା କରିଛି। କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଭରସାଯୋଗ୍ୟ ଲୋକ ସୁନୀଲ କାନୁଗୋଲୁ ଓଡିଶା ରାଜନୀତିକୁ ତୀକ୍ଷ୍ମ ଭାବରେ ନଜର ରଖୁଛନ୍ତି। ସେପଟେ ମେଣ୍ଟକୁ ନେଇ କଂଗ୍ରେସର ପ୍ରତିକ୍ରିୟା କ’ଣ ରହିଛି ବୋଲି କଂଗ୍ରେସର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପଚରାଯିବାରୁ ସେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ମେଣ୍ଟ ହେଲେ କଂଗ୍ରେସର କିଛି ଫରକ ପଡିବନି। ଆଗାମୀ ନିର୍ବାଚନ ରାଜ୍ୟରେ ନିର୍ଣ୍ଣାୟକ ମୋଡ ନେବ। ଆଉ ଦଳ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri