Posted inଜାତୀୟ

ଭାଜପା କରୁଛି କେବଳ ଅଭିନୟ: ଉଦ୍ଧବ-ସଞ୍ଜୟ…

ମୁମ୍ବାଇ,୧।୭ : ମହାରାଷ୍ଟ୍ରର ବୁଲଢାଣାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୪ ସାଧାରଣ ନାଗରିକ ଜରବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଟିଏ ପଟେ ଲୋକମାନେ ଶୋକସନ୍ତପ୍ତ ଥିବାବେଳେ ରାଜନୈତିକ କରିଡରରେ ଏନେଇ ଆଲୋଡ଼ନ ଆରମ୍ଭ ହୋଇଛି।

ବସ ଦୁର୍ଘଟଣା ନେଇ ରାଜନୈତିକ ଉତ୍ତାପ ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେ ଦଳ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ସେମାନେ କହିଛନ୍ତି ସମୃଦ୍ଧି ଏକ୍ସପ୍ରେସୱେରେ ଦୁର୍ଘଟଣାକୁ ରୋକିବା ପାଇଁ ସରକାର କିଛି କରୁନାହାଁନ୍ତି। ସରକାରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସରକାର କେବଳ ଅଭିନୟ କରୁଛନ୍ତି। ସରକାରଙ୍କ ଏଭଳି ନାଟକର କଡ଼ା ଜବାବ ରାଜ୍ୟର ଜନସାଧାରଣ ଦେବେ।

ଉଦ୍ଧବ ଠାକରେ ଶନିବାର ମୃତକଙ୍କଜ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଏଭଳି ଘଟଣାରେ ସରକାରଙ୍କ ଆଖି ଖୋଲିବା ଉଚିତ କାରଣ ଏହି ଏକ୍ସପ୍ରେସୱେ ଖୋଲିବା ଦିନଠାରୁ ୩୦୦ ରୁ ଅଧିକ ଲୋକଙ୍କ ଜରବନ ଗଲାଣି।

ଉଦ୍ଧବ ଠାକରେ ଦଳର ନେତା ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି ,ଭାଜପା ସରକାରଙ୍କ ଅଭିନୟ ଆଉ ଚଳିବ ନାହିଁ । ଅତୀତରେ ମଧ୍ୟ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିଛି, କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଲୋକଙ୍କ ଜୀବନ ଗଲେ ବି ସରକାରଙ୍କ ଉପରେ ଏହାର କିଛି ପ୍ରଭାବ ଅନୁଭୁତ ହେଉ ନାହିଁ।
ଆମେ ମହାରାଷ୍ଟ୍ରରେ ନିୟମିତ ନିର୍ବାଚନ ଦାବି କରୁଛୁ, କିନ୍ତୁ ଭାଜପା ଏହାକୁ ଭୟ କରୁଛି। ୟୁନିଫର୍ମ ସିଭିଲ କୋଡ ଉପରେ ରାଉତ କହିଛନ୍ତି ଏହାର ଡ୍ରାଫ୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଡ୍ରାଫ୍ଟ ରିଲିଜ ହେବା ପରେ ଆମେ ଏହା ବିଷୟରେ ଚିନ୍ତା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri