Posted inଜାତୀୟ

ହନୁମାନ ରାକ୍ଷସଙ୍କ ସହ ଲଢିଥିଲେ, ଆମେ ଭ୍ରଷ୍ଟାଚାର ଆଉ ବଂଶବାଦ ରାଜନୀତି ସହ ଲଢିବୁ: ମୋଦି

ନୂଆଦିଲ୍ଲୀ,୬।୪: ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି ଦଳର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଆଜି ଆମେ ଦେଶର କୋଣେ କୋଣେ ହନୁମାନଙ୍କ ଜୟନ୍ତି ପାଳନ କରୁଛେ। ହନୁମାନଙ୍କ ଜୀବନ ଆଜିବି ଆମକୁ ଭାରତର ବିକାଶ ଯାତ୍ରାରେ ପ୍ରେରଣା ଦେଉଛି।

ଭାଜପାର ୪୪ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେତେବେଳେ ଲକ୍ଷ୍ମଣଙ୍କ ଉପରେ ବିପଦ ଆସିଲା ସେତେବେଳେ ହନୁମାନ ସମ୍ପୂର୍ଣ୍ଣ ପର୍ବତକୁ ଉଠାଇ ଆଣିଥିଲେ। ଭାଜପା ବି ଏହି ପ୍ରେରଣାରୁ ପରିଣାମ ଆଣିବା ପାଇଁ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରି ଆସୁଛି, କରିବା ଜାରି ରଖିବ, କରିବା ଆବଶ୍ୟକ। ଆଜି ଭାରତ ସମୁଦ୍ର ଭଳି ଚ୍ୟାଲେଞ୍ଜକୁ ପାର କରିବାକୁ ଓ ଏହାର ମୁକାବିଲା କରିବାକୁ ପୂର୍ବାପେକ୍ଷା ଅଧିକ ସକ୍ଷମ ରହିଛି।
ଏହି ସ୍ଥାପନା ଦିବସରେ ବିରୋଧିଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ଆଜି ଲୋକେ ଖୋଲାଖୋଲି ଭାବେ କହୁଛନ୍ତି, ମୋଦି ତୁମର କବର ଖୋଳିବୁ, ଧମକ ଦେଉଛନ୍ତି, ବାଦଶାହା ମାନସିକତା ରଖିଥିବା ଦଳ ଗୋଟିଏ କଥା ଜାଣନ୍ତି ନାହିଁ ଯେ ଦେଶର ଗରିବ ଓ ଯୁବା, ମାଆ ଓ ଝିଅ, ଦଳିତ ଆଦିବାସୀ ସମସ୍ତେ ଭାଜପାର ପଦ୍ମ ଫୁଟାଇବାକୁ ଠିଆ ହୋଇଛନ୍ତି। ଏହି ରାଜନୈତିକ ଦଳସବୁ ଆମ ବିରୋଧରେ ଚାଲ ଖେଲିବେ। ମାଆ ଭାରତିଙ୍କୁ ଏହିସବୁ କୁଦୃଷ୍ଟିରୁ ମୁକ୍ତି ଦେବାପାଇଁ ଯଦି କଠୋର ହେବାକୁ ପଡେ ତେବେ କଠୋର ହୁଅନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

”ପ୍ରଦୂଷଣ ହ୍ରାସ ଅସମ୍ଭବ”, ସାଧାରଣ ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୬।୧୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri