ରେପୋ ରେଟ ଅପରିବର୍ତ୍ତିତ…

ନୂଆଦିଲ୍ଲୀ,୬।୪ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି।

ଚଳିତ ଥର ଆରବିଆଇ ଗଭର୍ନରଙ୍କ ନେତୃତ୍ୱରେ ଗଠିତ କମିଟି ସମ୍ମୁଖରେ ଦୁଇଟି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଗୋଟିଏ ହେଉଛି କ୍ରମାଗତ ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ଏବଂ ଅନ୍ୟଟି ପ୍ରତିକୂଳ ବିଶ୍ୱ ଆର୍ଥିକପରିସ୍ଥିତିର ମୁକାବିଲା ପାଇଁ ଯୋଜନା। ଉଭୟ ଯୋଜନା ଏକାଠି କାର୍ଯ୍ୟକାରିବା କରିବା ଅତ୍ୟନ୍ତ କଷ୍ଟକର।

ଉଚ୍ଚ ଖୁଚୁରା ମୁଦ୍ରାସ୍ଫୀତି ଏବଂ ବିକଶିତ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବିଶେଷକରି ଆମେରିକାର ଫେଡେରାଲ ରିଜର୍ଭ, ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡ ଦ୍ୱାରା ସମ୍ପ୍ରତି ବୃଦ୍ଧି ଜାରିହିଛି। ରେପୋ ରେଟକୁ ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ଗୁରୁବାର ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ସମ୍ମତି ପ୍ରକାଶ ପାଇବା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି।

ଫେବୃଆରୀରେ ଆରବିଆଇ ରେପୋ ରେଟ ୨୫ ଆଧାର ପଏଣ୍ଟ ବୃଦ୍ଧି କରିଥିଲେ। ଡିସେମ୍ବର ମୁଦ୍ରା ନୀତି ସମୀକ୍ଷାରେ, କେନ୍ଦ୍ରୀୟ ବ୍ୟାଙ୍କ ପ୍ରମୁଖ ବେଞ୍ଚମାର୍କ ସୁଧ ହାରକୁ ୩୫ ଆଧାର ପଏଣ୍ଟ (ବିପିଏସ) ବୃଦ୍ଧି କରିଥିଲେ। ଗତ ବର୍ଷ ମେ ମାସରୁ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସ୍ବଳ୍ପ ମିଆଦି ଋଣ ହାର ବୃଦ୍ଧି କରିଥିଲେ।

ଦ୍ୱି-ମାସିକ ମୁଦ୍ରା ନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରା ନୀତି କମିଟି (ଏମପିସି) ଭବିଷ୍ୟତରେ ରେପୋ ରେଟ ବଢ଼ାଇବାକୁ ଦ୍ୱିଧା କରିବ ନାହିଁ। ସୁଧ ହାରକୁ ବଜାୟ ରଖିବାବେଳେ ଦାସ କହିଛନ୍ତି ଯେ ମୂଳ ମୁଦ୍ରାସ୍ଫୀତି ସ୍ଥିର ରହିଛି। ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ମାସର ୬.୫୨ ପ୍ରତିଶତ ତୁଳନାରେ ୬.୪୪ ପ୍ରତିଶତ ରହିଥିଲା। ସୁଧ ହାର ନିର୍ଣ୍ଣୟ କରିବାକୁ ଏମପିସି ଖୁଚୁରା ମୁଦ୍ରାସ୍ଫୀତି ସଂଖ୍ୟାକୁ ଧ୍ୟାନରେ ରଖିଥାଏ ।

ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ଆରବିଆଇ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଧାର୍ଯ୍ୟ କରିଛି। ଯାହା ଫେବୃଆରୀରେ ୬.୪ ପ୍ରତିଶତ ରହିଛି। ଅର୍ଥ ମନ୍ତ୍ରଣାଳୟର ସଦ୍ୟତମ ଅର୍ଥନୈତିକ ସର୍ବେକ୍ଷଣରେ ୨୦୨୩-୨୪ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା।

ଗତ ମାସରେ, ଆମେରିକାର ଫେଡେରାଲ ରିଜର୍ଭ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ୨୫ ଆଧାର ପଏଣ୍ଟ ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିଥିଲା। ଏହି ବୃଦ୍ଧି ସହିତ ଫେଡ ଫେଡେରାଲ ରେପୋ ରେଟକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଶୂନ ସ୍ତରରୁ ୪.୭୫ ରୁ ୫ ପ୍ରତିଶତକୁ ବୃଦ୍ଧି କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?