ବିଜେଡିର ତୁମ୍ବିତୋଫାନ: ପ୍ରସଙ୍ଗ ଏକ, ବିଚାର ଭିନ୍ନ

ଭୁବନେଶ୍ୱର,୨୫।୨(ରବିନାରାୟଣ ଜେନା):ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ବିଜେଡି ଏବଂ କଂଗ୍ରେସର ଭିନ୍ନ ବିଚାର ଧାରା ଦେଖିବାକୁ ମିଳିଛି। ୨ ଦଳ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ ଉଦ୍ୟମ କରିଛନ୍ତି। ଏଥିଯୋଗୁ ଗୃହ ଚାଲିପାରି ନାହିଁ। ତେବେ ମଙ୍ଗଳବାର ଗୃହରେ ଏକ ନିଆରା କଥା ଦେଖିବାକୁ ମିଳିଛି। ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରୁ ନାହାନ୍ତି ବୋଲି କହି ବିଜେଡି ସଦସ୍ୟମାନେ ଗୃହ ଭିତରେ ତୁମ୍ବିତୋଫାନ କରିବା ସହିତ ମୁଲତବୀ ଆଲୋଚନାରେ ଭାଗ ନେଇ ନ ଥିବାବେଳେ କଂଗ୍ରେସ ନିଜ ଆସନରେ ଛିଡ଼ା ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ ଜଣାଇବା ସହିତ ଆଲୋଚନାରେ ଭାଗ ନେଇଛି। ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ ଏବଂ ରିପୋର୍ଟର୍ସ ଟେବୁଲ ଉପରେ ଛିଡ଼ା ହୋଇ ଜୋର୍‌ଦାର ପ୍ରତିବାଦ କରିବାରୁ ପ୍ରଥମାର୍ଦ୍ଧରେ ଗୃହ ସୁରୁଖୁରୁରେ ଚାଲି ପାରି ନ ଥିଲା। ହଟ୍ଟଗୋଳ ଭିତରେ ପ୍ରଶ୍ନକାଳ ମାତ୍ର ୮ମିନିଟ୍‌ ଚାଲିଥିବାବେଳେ ଶୂନ୍ୟକାଳ ୧୬ମିନିଟ୍‌ ଚାଲିଥିଲା। ତେବେ ୧୨.୦୫ମିନିଟ୍‌ରେ ଚାଷୀ ପ୍ରସଙ୍ଗରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସଙ୍ଗରେ ବିଜେଡି ଭାଗ ନ ନେଇ ବ୍ୟାନର ଓ ପୋଷ୍ଟର ଧରି ନାରାବାଜି କରିଥିଲା। କହିଥିଲା ଠଣ ଠଣ ଦେଖାଉଛ ଲଣ୍ଠନ କହି ସରକାରଙ୍କ ଉପରେ ବର୍ଷିବା ସହିତ କକ୍ଷ ତ୍ୟାଗ କରିଥିଲା।
ଅନ୍ୟପକ୍ଷରେ କଂଗ୍ରେସ ମୁଲତବୀ ଆଲୋଚନାରେ ଭାଗ ନେଇ ସରକାରଙ୍କ ଦୋଷ ଦୁର୍ବଳତା ଧରିବା ସହିତ କଟ୍‌ନି ଛଟ୍‌ନି ବନ୍ଦ କରିବା, ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ଚାଷୀଙ୍କୁ ଦେବା, ସମସ୍ତ ଚାଷୀଙ୍କ ସବୁ ଧାନ କିଣିବା ଭଳି ଦାବି କରିଥିଲା। ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଉତ୍ତର ରଖୁଥିବାବେଳେ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରି କକ୍ଷ ତ୍ୟାଗ କରିଥିଲା। ଆଲୋଚନା ପରେ ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ଖାରଜ କରିବା ସହିତ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ।
ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପା ସଦସ୍ୟ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ମାନସ ନିଜ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ଲୋଡ଼ିଥିଲେ। ସେହିପରି ସଦସ୍ୟ ସିଦ୍ଧାନ୍ତ ମହାପାତ୍ର, ଦୁଷ୍ମନ୍ତ କୁମାର ସ୍ବାଇଁ ଓ ସନ୍ତୋଷ ଖଟୁଆ ପ୍ରମୁଖ ଭୂତଳ ଜଳ ହ୍ରାସକୁ ରୋକିବା ଏବଂ ବର୍ଷାଜଳ ସଂରକ୍ଷଣ ଉପରେ କହିଥିଲେ। ତେବେ ବିରୋଧୀ ବିଜେଡି ତଥା ବିରୋଧୀ ଦଳ ଉପମୁଖ୍ୟସଚେତକ ପ୍ରତାପ ଦେବ ଓ ସଦସ୍ୟ ଅଧିରାଜ ପାଣିଗ୍ରାହୀ ଏବଂ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀ ବିଜେଡି ସଦସ୍ୟଙ୍କୁ ବାରମ୍ବାର ନିଜ ଆସନକୁ ଯିବା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ ହେଁ ସେମାନେ କର୍ଣ୍ଣପାତ ନ କରିବାରୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ସେହିପରି ଶୂନ୍ୟକାଳରେ ମଧ୍ୟ ଅନୁରୂପସ୍ଥିତି ଦେଖିବାକୁ ମିଳିଥିଲା। ଭାଜପା ସଦସ୍ୟ ସନ୍ତୋଷ ଖଟୁଆ, ପୂର୍ଣ୍ଣଚନ୍ଦ୍ର ସେଠୀ, ନୀହାର ରଞ୍ଜନ ମହାନନ୍ଦୀ ଭାଗ ନେଇ ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତାର ନିଚ୍ଛକ ଛବି ଦେଖାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri