ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିର ବଦଳ ବେପାର

ଭୁବନେଶ୍ୱର,୪ା୪(ସୁନିତ୍‌ ମିଶ୍ର): ଓ୍ବକଫ୍‌ ବିଲ୍‌ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ୍‌ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସା ବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ୍ବକଫ୍‌ ବିଲ୍‌କୁ ନେଇ ତାଙ୍କ ‘ଏକ୍ସ’ରେ କରିଥିବା ପୋଷ୍ଟ ଦେଖିବା ପରେ ପୁଣି ଥରେ ବିଜେଡି ଆଭିମୁଖ୍ୟକୁ ନେଇ ସବୁଆଡୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଜଣଙ୍କ ସ୍ବାର୍ଥକୁ ରକ୍ଷା କରିବା ଲାଗି ବିଜେଡିକୁ ରାଜ୍ୟ ସଭାରେ ଆଉ ଥରେ ବିକ୍ରି କରିଦିଆଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଲାଣି। ନିକଟରେ ଜଣେ ମହିଳା ଆଇଏଏସ୍‌ ଅଫିସର ଭିଆର୍‌ଏସ୍‌ ନେଇଛନ୍ତି, ଯିଏ ବିଜେଡି ସରକାର ସମୟରେ ବହୁ କ୍ଷମତାଶାଳୀ ଥିଲେ। ତାଙ୍କ ଭିଆର୍‌ଏସ୍‌ ଆବେଦନକୁ କେନ୍ଦ୍ରର ଏନ୍‌ଡିଏ ସମର୍ଥିତ ଭାଜପା ସରକାର କିନ୍ତୁ ତୁରନ୍ତ ଗ୍ରହଣ କରିନେଇଛନ୍ତି, ଯାହା ରାଜ୍ୟ ଭାଜପାର ବହୁ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବା କଥା କୁହାଯାଉଛି। କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା, ସେଠାରୁ ଫେରିବା ମାତ୍ରେ ଉକ୍ତ ମହିଳା ଆଇଏଏସ୍‌ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ ତୁରନ୍ତ ଗ୍ରହଣ କରାଯିବା ବିଷୟ ସମସ୍ତେ ଅଳ୍ପ ବହୁତେ ବୁଝୁଥିଲେ। ହେଲେ ବର୍ତ୍ତମାନ ରାଜ୍ୟ ସଭାରେ ବିଜେଡି ଓ୍ବକଫ୍‌ ବିଲ୍‌ ବିରୋଧରେ ଯିବ ନାହିଁ ବୋଲି ବୁଲେଇ ବଙ୍କେଇ କହିବା ପରେ ନବୀନଙ୍କ ଦିଲ୍ଲୀ ଯିବାଠାରୁ ଭିଆର୍‌ଏସ୍‌ ଆବେଦନ ଗ୍ରହଣର ତତ୍ତ୍ୱକୁ ଏକ ପ୍ରକାର ପ୍ରମାଣିତ କରୁଛି ବୋଲି କୁହାଗଲାଣି। କିଛିଦିନ ତଳେ ଚେନ୍ନାଇଠାରେ ଡିଏମ୍‌କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ସୀମା ପୁନଃ ନିର୍ଦ୍ଧାରଣ କ୍ରିୟାନୁଷ୍ଠାନ କମିଟିର ବୈଠକ ହୋଇଥିଲା। ଏଥିରେ ଓଡ଼ିଶାରୁ ବିଜେଡି ଯୋଗ ଦେଇଥିଲା। ଏହି ବୈଠକ ପରେ ବିଜେଡି ପ୍ରଥମ ଥର ଲାଗି ନିଜର ଆଭିମୁଖ୍ୟ ବଦଳାଇଲା ବୋଲି ଶୁଣିବାକୁ ମିଳିଲା। ହେଲେ ଦିନ କେଇଟା ନ ଯାଉଣୁ ବିଜେଡି ଶାସନରୁ ଯିବା ଲାଗି ଯେଉଁ ଜଣେ ବ୍ୟକ୍ତିଙ୍କୁ ସମଗ୍ର ଓଡ଼ିଶା ଦୋଷ ଦେଉଛି ତାଙ୍କ ସ୍ତ୍ରୀଙ୍କ ସୁରକ୍ଷା ନବୀନଙ୍କ ପାଇଁ ପୁଣି ପ୍ରାଥମିକତା ହୋଇଯାଇଛି ବୋଲି ରାଜନୈତିକ ମହଲରେ ଆଉ ଥରେ କୁହାକୁହି ଆରମ୍ଭ ହେଲାଣି। ନବୀନଙ୍କ ପାଇଁ ଦଳୀୟ କର୍ମୀ ଏବଂ ସହଯୋଗୀଙ୍କ ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାହା ବଦଳରେ ଗୋଟିଏ ବ୍ୟକ୍ତିର ସନ୍ତୁଷ୍ଟି ଯଥେଷ୍ଟ ଅଧିକ ଗୁରୁତ୍ୱ ରଖୁଥିବା କଥା ସ୍ପଷ୍ଟ ବୁଝାପଡୁଛି।
ସୂଚନାଯୋଗ୍ୟ, ଲୋକ ସଭାରେ ବୁଧବାର ବିଳମ୍ବିତ ରାତିରେ ଓ୍ବକଫ୍‌ ବିଲ୍‌ ପାରିତ ହୋଇଯାଇଛି। ୧୨ ଘଣ୍ଟା ଧରି ଏହି ବିଲ୍‌ ଉପରେ ଆଲୋଚନା ହେବା ପରେ ଭୋଟ କରାଯାଇଥିଲା। ବିଲ୍‌ ସପକ୍ଷରେ ୨୮୮ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୨୩୨ଟି ଭୋଟ ପଡ଼ିଥିଲା। ଅର୍ଥାତ୍‌ ଲୋକ ସଭାରେ ଶାସକ ଏବଂ ବିରୋଧୀଙ୍କ ଭିତରେ ଦୂରତା ମାତ୍ର ୫୬କୁ ଖସି ଆସିଲାଣି। ହେଲେ ଏଭଳି ସମୟରେ ବିଜେଡି ଲୋକ ସଭାରେ ସମ୍ପୂର୍ଣ୍ଣ ଜିରୋ ହୋଇସାରିଛି। ଏ ପର୍ଯ୍ୟନ୍ତ ବିଜେଡି ମୁଣ୍ଡରେ ବୁଦ୍ଧି ଉଦୟ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ସସ୍ମିତ ଏହା ଉପରେ କହିଥିଲେ, ବିଲ୍‌ ଉପରେ ବିରୋଧୀଙ୍କ ପ୍ରସ୍ତାବକୁ ଗୃହରେ ଗ୍ରହଣ କରାଯାଉଛି ନା ନାହିଁ ତା’ ଉପରେ ବିଚାରକରିବା ପରେ କ’ଣ ନିଷ୍ପତ୍ତି ହେବ ତାହା ସ୍ଥିର କରାଯିବ। ହେଲେ ଗୁରୁବାର ସସ୍ମିତ ଉଲ୍ଲେଖ କରିଛନ୍ତି, ଏହି ବିଲ୍‌କୁ ବିବେକ ଅନୁସାରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ଉପରେ କୌଣସି ହୁଇପ୍‌ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେଡିର କେତେଜଣ ରାଜ୍ୟ ସଭା ସଦସ୍ୟଙ୍କ ସହ ଧରିତ୍ରୀ ପକ୍ଷରୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ସସ୍ମିତ ମନଇଚ୍ଛା ଏହା କହିଥିବେ। ଦଳରୁ ପଚାରି ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଟେଲିଫୋନ୍‌ ଉଠାଇଲେ ନାହିଁ। ଅର୍ଥାତ୍‌ ସେମାନଙ୍କ ଭିତରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଏହି କଥାରୁ ବୁଝାପଡୁଛି। ସସ୍ମିତ ନିଜ ମନରୁ ଏହି ନିଷ୍ପତ୍ତି ବାହାରକୁ ଛାଡ଼ି ନ ଥିବା କଥା ଜାଣିବା ପରେ ପ୍ରତିକ୍ରିୟା ରଖିବାକୁ କହୁଥିବା ବିଜେଡିର ଅନ୍ୟ ଏମ୍‌ପିମାନେ ଚୁପ୍‌ହୋଇଯିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri