ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିର ବଦଳ ବେପାର

ଭୁବନେଶ୍ୱର,୪ା୪(ସୁନିତ୍‌ ମିଶ୍ର): ଓ୍ବକଫ୍‌ ବିଲ୍‌ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ୍‌ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସା ବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ୍ବକଫ୍‌ ବିଲ୍‌କୁ ନେଇ ତାଙ୍କ ‘ଏକ୍ସ’ରେ କରିଥିବା ପୋଷ୍ଟ ଦେଖିବା ପରେ ପୁଣି ଥରେ ବିଜେଡି ଆଭିମୁଖ୍ୟକୁ ନେଇ ସବୁଆଡୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଜଣଙ୍କ ସ୍ବାର୍ଥକୁ ରକ୍ଷା କରିବା ଲାଗି ବିଜେଡିକୁ ରାଜ୍ୟ ସଭାରେ ଆଉ ଥରେ ବିକ୍ରି କରିଦିଆଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଲାଣି। ନିକଟରେ ଜଣେ ମହିଳା ଆଇଏଏସ୍‌ ଅଫିସର ଭିଆର୍‌ଏସ୍‌ ନେଇଛନ୍ତି, ଯିଏ ବିଜେଡି ସରକାର ସମୟରେ ବହୁ କ୍ଷମତାଶାଳୀ ଥିଲେ। ତାଙ୍କ ଭିଆର୍‌ଏସ୍‌ ଆବେଦନକୁ କେନ୍ଦ୍ରର ଏନ୍‌ଡିଏ ସମର୍ଥିତ ଭାଜପା ସରକାର କିନ୍ତୁ ତୁରନ୍ତ ଗ୍ରହଣ କରିନେଇଛନ୍ତି, ଯାହା ରାଜ୍ୟ ଭାଜପାର ବହୁ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବା କଥା କୁହାଯାଉଛି। କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା, ସେଠାରୁ ଫେରିବା ମାତ୍ରେ ଉକ୍ତ ମହିଳା ଆଇଏଏସ୍‌ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ ତୁରନ୍ତ ଗ୍ରହଣ କରାଯିବା ବିଷୟ ସମସ୍ତେ ଅଳ୍ପ ବହୁତେ ବୁଝୁଥିଲେ। ହେଲେ ବର୍ତ୍ତମାନ ରାଜ୍ୟ ସଭାରେ ବିଜେଡି ଓ୍ବକଫ୍‌ ବିଲ୍‌ ବିରୋଧରେ ଯିବ ନାହିଁ ବୋଲି ବୁଲେଇ ବଙ୍କେଇ କହିବା ପରେ ନବୀନଙ୍କ ଦିଲ୍ଲୀ ଯିବାଠାରୁ ଭିଆର୍‌ଏସ୍‌ ଆବେଦନ ଗ୍ରହଣର ତତ୍ତ୍ୱକୁ ଏକ ପ୍ରକାର ପ୍ରମାଣିତ କରୁଛି ବୋଲି କୁହାଗଲାଣି। କିଛିଦିନ ତଳେ ଚେନ୍ନାଇଠାରେ ଡିଏମ୍‌କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ସୀମା ପୁନଃ ନିର୍ଦ୍ଧାରଣ କ୍ରିୟାନୁଷ୍ଠାନ କମିଟିର ବୈଠକ ହୋଇଥିଲା। ଏଥିରେ ଓଡ଼ିଶାରୁ ବିଜେଡି ଯୋଗ ଦେଇଥିଲା। ଏହି ବୈଠକ ପରେ ବିଜେଡି ପ୍ରଥମ ଥର ଲାଗି ନିଜର ଆଭିମୁଖ୍ୟ ବଦଳାଇଲା ବୋଲି ଶୁଣିବାକୁ ମିଳିଲା। ହେଲେ ଦିନ କେଇଟା ନ ଯାଉଣୁ ବିଜେଡି ଶାସନରୁ ଯିବା ଲାଗି ଯେଉଁ ଜଣେ ବ୍ୟକ୍ତିଙ୍କୁ ସମଗ୍ର ଓଡ଼ିଶା ଦୋଷ ଦେଉଛି ତାଙ୍କ ସ୍ତ୍ରୀଙ୍କ ସୁରକ୍ଷା ନବୀନଙ୍କ ପାଇଁ ପୁଣି ପ୍ରାଥମିକତା ହୋଇଯାଇଛି ବୋଲି ରାଜନୈତିକ ମହଲରେ ଆଉ ଥରେ କୁହାକୁହି ଆରମ୍ଭ ହେଲାଣି। ନବୀନଙ୍କ ପାଇଁ ଦଳୀୟ କର୍ମୀ ଏବଂ ସହଯୋଗୀଙ୍କ ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାହା ବଦଳରେ ଗୋଟିଏ ବ୍ୟକ୍ତିର ସନ୍ତୁଷ୍ଟି ଯଥେଷ୍ଟ ଅଧିକ ଗୁରୁତ୍ୱ ରଖୁଥିବା କଥା ସ୍ପଷ୍ଟ ବୁଝାପଡୁଛି।
ସୂଚନାଯୋଗ୍ୟ, ଲୋକ ସଭାରେ ବୁଧବାର ବିଳମ୍ବିତ ରାତିରେ ଓ୍ବକଫ୍‌ ବିଲ୍‌ ପାରିତ ହୋଇଯାଇଛି। ୧୨ ଘଣ୍ଟା ଧରି ଏହି ବିଲ୍‌ ଉପରେ ଆଲୋଚନା ହେବା ପରେ ଭୋଟ କରାଯାଇଥିଲା। ବିଲ୍‌ ସପକ୍ଷରେ ୨୮୮ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୨୩୨ଟି ଭୋଟ ପଡ଼ିଥିଲା। ଅର୍ଥାତ୍‌ ଲୋକ ସଭାରେ ଶାସକ ଏବଂ ବିରୋଧୀଙ୍କ ଭିତରେ ଦୂରତା ମାତ୍ର ୫୬କୁ ଖସି ଆସିଲାଣି। ହେଲେ ଏଭଳି ସମୟରେ ବିଜେଡି ଲୋକ ସଭାରେ ସମ୍ପୂର୍ଣ୍ଣ ଜିରୋ ହୋଇସାରିଛି। ଏ ପର୍ଯ୍ୟନ୍ତ ବିଜେଡି ମୁଣ୍ଡରେ ବୁଦ୍ଧି ଉଦୟ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ସସ୍ମିତ ଏହା ଉପରେ କହିଥିଲେ, ବିଲ୍‌ ଉପରେ ବିରୋଧୀଙ୍କ ପ୍ରସ୍ତାବକୁ ଗୃହରେ ଗ୍ରହଣ କରାଯାଉଛି ନା ନାହିଁ ତା’ ଉପରେ ବିଚାରକରିବା ପରେ କ’ଣ ନିଷ୍ପତ୍ତି ହେବ ତାହା ସ୍ଥିର କରାଯିବ। ହେଲେ ଗୁରୁବାର ସସ୍ମିତ ଉଲ୍ଲେଖ କରିଛନ୍ତି, ଏହି ବିଲ୍‌କୁ ବିବେକ ଅନୁସାରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ଉପରେ କୌଣସି ହୁଇପ୍‌ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେଡିର କେତେଜଣ ରାଜ୍ୟ ସଭା ସଦସ୍ୟଙ୍କ ସହ ଧରିତ୍ରୀ ପକ୍ଷରୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ସସ୍ମିତ ମନଇଚ୍ଛା ଏହା କହିଥିବେ। ଦଳରୁ ପଚାରି ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଟେଲିଫୋନ୍‌ ଉଠାଇଲେ ନାହିଁ। ଅର୍ଥାତ୍‌ ସେମାନଙ୍କ ଭିତରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଏହି କଥାରୁ ବୁଝାପଡୁଛି। ସସ୍ମିତ ନିଜ ମନରୁ ଏହି ନିଷ୍ପତ୍ତି ବାହାରକୁ ଛାଡ଼ି ନ ଥିବା କଥା ଜାଣିବା ପରେ ପ୍ରତିକ୍ରିୟା ରଖିବାକୁ କହୁଥିବା ବିଜେଡିର ଅନ୍ୟ ଏମ୍‌ପିମାନେ ଚୁପ୍‌ହୋଇଯିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri