ମହାକାଳପଡ଼ା,୧୫।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି। ଏହି ଅବସରରେ ୬୧୮ ଭୋଟର ମଧ୍ୟରେ ୫୭୫ ଭୋଟର ନିଜ ନିଜ ମନ ପସନ୍ଦର ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇଛନ୍ତି। ଶେଷ ସୁଦ୍ଧା ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, କଲେଜ ଅଧ୍ୟକ୍ଷଙ୍କ ନୋଟିସରେ ସଭାପତି ଭାବେ ସୌମ୍ୟ ଜିତ ମଲିକ, ଉପସଭାପତି ସବ୍ୟସାଚୀ ଖଟୁଆ, ସାଧାରଣ ସମ୍ପାଦକ ସମ୍ପୁର୍ଣ୍ଣା ଜେନା, ସହ ସମ୍ପାଦକ ମଳୟ ସ୍ବାଇଁ, କ୍ରୀଡା ସମ୍ପାଦକ ଶୁଭଙ୍କର ନାଥ, ସହକ୍ରୀଡା ସମ୍ପାଦକ ରାହୁଲ ସାମଲ, ନାଟ୍ୟ ସମ୍ପାଦକ ତପସ୍ବିନୀ ଦାସ, ସହ ନାଟ୍ୟ ସମ୍ପାଦକ ଜ୍ୟୋତି ପ୍ରକାଶ ଦାସ, ଡ଼ିଏସଏ ସମ୍ପାଦକ ଅଙ୍କିତା ରାଉତ, ସହ ସମ୍ପାଦକ ଡ଼ିଏସଏ ରାକେଶ ସ୍ବାଇଁ, ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀ ପ୍ରତିନିଧି ଲଷ୍ମୀପ୍ରିୟା ତରାଇ, ଦ୍ୱିତୀୟ ବର୍ଷ ସୁଶୀଲ ମଲିକ, ତୃତୀୟ ବର୍ଷ ଶୀତଳୀ ଦାସ ପ୍ରମୁଖ ବିଜୟୀ ହୋଇଥିବା କଲେଜ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ଦାସଙ୍କ ଲିଖିତ ସୂଚନା ହସ୍ତଗତ ହୋଇଛି।
ବିଜୟୀ ପ୍ରାର୍ଥୀମାନେ ଏକ ଶାନ୍ତିପୂର୍ଣ ଶୋଭା ଯାତ୍ରାରେ ନିଜ ସମର୍ଥକମାନଙ୍କ ଗହଣରେ ପ୍ରଥମେ ବାୟା ବାବାଙ୍କ ପ୍ରତିମୂର୍ତ୍ତିଠାରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରି ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପୋଲିସ ଟିମ ମୁତୟନ ଥିଲେ। ମହାକାଳପଡ଼ା ଥାନା ଅଧିକାରିଣୀ ବନ୍ଦନା ପାତ୍ର ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରିଣୀ ଅନିତା ସ୍ବାଇଁ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ।