ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ

ସୋରଡ଼ା,୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ନେତୃତ୍ୱରେ ଦଳୀୟ କର୍ମୀ ସମର୍ଥକମାନେ ବିଜେଡିି କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରାରେ ଗନିଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପରେ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ଆୟୋଜିତ ସମାବେଶରେ ଦଳୀୟ ସଂଗଠନ, ଗ୍ରାମବିକାଶ ଉପରେ ଆଲୋଚନା କରିଥିଲେ । ଏହାକୁ ବ୍ଲକ ସଭାପତି ବସନ୍ତ ସ୍ବାଇଁ ପରିଚାଳନା କରିଥିଲେ।