ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ନୀତି ଆଦର୍ଶକୁ ବିଚାର କରି ତଥା ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ରଙ୍କ କାର୍ଯ୍ୟଦକ୍ଷତା, ନୀତି ଆଦର୍ଶକୁ ଭିତ୍ତିକରି ଉକ୍ତ ମିଶ୍ରଣ ପର୍ବରେ ସମିତି ସଭ୍ୟା, ଓ୍ବାର୍ଡସଦସ୍ୟ ଓ ବିଜେଡି କର୍ମୀମାନେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତ। କୋଷ୍ଠା ପଞ୍ଚାୟତର ରଣଜିତ ସିଂଙ୍କ ନେତୃତ୍ୱରେ ବର୍ତ୍ତମାନର ସମିତି ସଭ୍ୟା ନୟନା ପଲେଇ, ଅଭିମନ୍ୟୁ ନାଏକ, ଓ୍ବାର୍ଡ ସଭ୍ୟା ମିନତି ନାଏକ,ସଞ୍ଜୟ ବେହେରା,ଦୀପକ ସାଥୁଆ,ତରୁଣ ବେହେରା,ଚନ୍ଦ୍ରକାନ୍ତ ନାଏକ,ଅସୀମ ଦଳେଇ,ସଞ୍ଜୟ ନାଏକ, କାହ୍ନୁ ନାଏକ, ତପୁ ନାଏକ, ଲିଟୁ ଦେ, ସୁଶାନ୍ତ ବେରାଙ୍କ ସମେତ ୨୦ରୁ ଅଧିକ ନେତା ଓ କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ। ସେହିପରି ବଡ଼ଭାଲିଆ ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ପରେଶଚନ୍ଦ୍ର ସି ମଧ୍ୟ କଂଗ୍ରେସରେ ଯୋଗଦେଇଥିଲେ l ପଳାସମୁଣ୍ଡୁଳି ପଞ୍ଚାୟତର ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ପୂର୍ବତନ ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ପାତ୍ର ଯୋଗଦେଇଥିଲେ l ତେବେ ଆଜି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ଦୀପକ ସାଥୁଆ ବିଜୁ ଜନତା ଦଳର କର୍ମୀମାନଙ୍କୁ ଟାର୍ଗେଟ୍‌ କରି କହିଥିଲେ ବିଜେଡି କର୍ମୀ ବର୍ତ୍ତମାନ ଗୁଣ୍ଡାରାଜ କରୁଛନ୍ତି ଏବଂ ଯେଉଁମାନେ ଦଳ ଛାଡୁଛନ୍ତି କି ଅନ୍ୟ ଦଳରେ ମିଶୁଛନ୍ତି ସେମାନଙ୍କୁ ଧମକ ଚମକ ଦେଉଛନ୍ତି l ମିଶ୍ରଣ ପର୍ବରେ ମହାପାତ୍ରଙ୍କ ସହିତ ନିର୍ବାଚନମଣ୍ଡଳୀର ଯୁବ ସଭାପତି ତାପସ ରଞ୍ଜନ ରାଉତ, ମହିଳା ସଭାପତି ମଞ୍ଜୁତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶୋଭାକର ମୁଖୀ, ଧ୍ରୁବେନ୍ଦ୍ରନାଥ ସି, ରାଜେଶ ପଢ଼ିହାରୀ, ଶଶଧର ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁବନେତା ଶୁଭ କୁମାର ମହାନ୍ତ, ଅସିତ କୁମାର ବେହେରା,ସିଲଟୁ ଜେନା, ତାପସ ସିଂ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri