ବୁଗୁଡ଼ା,୭।୯(କାଳିଚରଣ ଦାଶ): ଗଞ୍ଜାମ ଜିଲା ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଳକ ଅଧୀନ ମୋଟାବାଡି ପଞ୍ଚାୟତ ଡାକରାବାଡ଼ି ଗ୍ରାମରେ ରବିବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।
ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଏବଂ ବିକଶିତ ଭାରତ ଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗ୍ରାମର ଶୁଶାନ୍ତ କୁମାର ପ୍ରଧାନ, ରଞ୍ଜନ କୁମାର ଜେନା, ଦିନବନ୍ଧୁ ପ୍ରଧାନ, ଚରଣ ଗୌଡ଼, ରଙ୍କନିଧି ସ୍ବାଇଁ, ଟୁନା ପ୍ରଧାନ, ଶ୍ରୀଧର ଜେନା, ରିଙ୍କୁ ପ୍ରଧାନ, ନିରଞ୍ଜନ ପ୍ରଧାନ, ରମେଶ ଚନ୍ଦ୍ର ସ୍ବାଇଁ, ଲଡୁ କିଶୋର ପ୍ରଧାନ, ପବିତ୍ର ଗୌଡ଼ଙ୍କ ସମେତ ବହୁ ବିଜେଡି କର୍ମୀ ଦଳ ଛାଡ଼ି ଭାଜପାରେ ଯୋଗ ଦେଇଥିଲେ।
ଭାଜପାରେ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ମନ୍ତ୍ରୀ ମଲ୍ଲିକ ପୁଷ୍ପଗୁଚ୍ଛ, ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ମିଶ୍ରଣ ପର୍ବରେ ଜନସାଧାରଣଙ୍କ ସମର୍ଥନ ଏବଂ ଭଲପାଇବା ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ବିଧାୟକଙ୍କ ପ୍ରତିନିଧି ହରିହର ସାହୁ, ଆଇନଜୀବୀ ହରପ୍ରସାଦ ଦାସ, ମଦନଗୋପାଳ ଦୋରା, ଗଙ୍ଗାଧର ନାୟକ, ସୁନୀଲ ପାଢ଼ୀଙ୍କ ସହ ବହୁ ଭାଜପା କର୍ମୀ ଏବଂ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।


