ଆଲୋଚନାକୁ ଯିବେନି, ହୋହଲ୍ଲାକରି ବନ୍ଦ କରିବେ

ଭୁବନେଶ୍ୱର, ୧୮।୯(ସୁନିତ୍‌ ମିଶ୍ର): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିବ। ତେବେ ବିଧାନସଭାରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ବିଜେଡି ବିଧାୟକ ଦଳ ବୈଠକରେ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ହେଲେ ଏହି ସ୍ବଳ୍ପ ଦିନିଆ ଅଧିବେଶନରେ କୌଣସି ପ୍ରସଙ୍ଗ ଉପରେ କିଛି ଆଲୋଚନା ନ କରି କେବଳ ବିରୋଧ ପ୍ରଦର୍ଶନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହକୁ କିପରି ବନ୍ଦ କରିହେବ ତାହା ହିଁ କରିବାକୁ ସବୁ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ବୈଠକରେ ଏହି କଥାକୁ କେତେଜଣ ବରିଷ୍ଠ ବିଧାୟକ ଗ୍ରହଣ କରି ନ ଥିଲେ। ବିରୋଧ କରାଯିବ ହେଲେ ଯେଉଁ ବିଷୟ ଗୃହରେ ଉଠାଯିବ ତା’ଉପରେ ଆଲୋଚନା ନ କରି ଖାଲି ହୋହଲ୍ଲା କଲେ କିଛି ଲାଭ ନାହିଁ ବୋଲି କେତେଜଣ ବରିଷ୍ଠ ବିଧାୟକ ମତ ରଖିଥିଲେ। କିନ୍ତୁ ଏହାକୁ ବୈଠକରେ ଗ୍ରହଣ କରାଯାଇ ନ ଥିଲା, କେବଳ ବିରୋଧ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସୂଚନା ମିଳିଛି। ଅନ୍ୟପଟେ ବିଧାନସଭା ଫ୍ଲୋର ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଇଛି। ଏଥିରେ ଦଳର ୧୦ ଜଣ ବିଧାୟକଙ୍କୁ ସ୍ଥାନ ମିଳିଥିବା ବେଳେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ରଖାଯାଇ ନାହିଁ। ସେଥିରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅରୁଣ କୁମାର ସାହୁ, ମନୋହର ରନ୍ଧାରୀ, ବ୍ରଜକିଶୋର ପ୍ରଧାନ, ସାରଦା ନାୟକ, ଗୌତମବୁଦ୍ଧ ଦାସ ଏବଂ ସାରଦା ଜେନା ରହିଛନ୍ତି। କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିକିତ୍ସା ସମୟରେ ରଣେନ୍ଦ୍ର ଦଳର ସଭାପତିଙ୍କ ଚିକିତ୍ସା ନେଇ ଉଠାଇଥିବା ପ୍ରଶ୍ନ ପାଇଁ ତାଙ୍କୁ ଏବେ ଅଣଦେଖା କରାଯିବା ପର୍ବ ଆରମ୍ଭ ହୋଇଛି ବୋଲି ଜଣେ ବିଧାୟକ ନିଜ ନାମ ଗୋପନ ରଖି କହିଛନ୍ତି। ସେହିପରି ଏହି ଅଧିବେଶନ ସମୟରେ ନବୀନ ନୂଆଦିଲ୍ଲୀ ଗସ୍ତରେ ରହିବେ। ବିଧାୟକ ଦଳ ବୈଠକ ସମୟରେ ନବୀନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ। ଦଳରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ, କଂଗ୍ରେସ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରିଛି। ତେଣୁ ଅନାସ୍ଥା ପ୍ରସଙ୍ଗରେ ବିଜେଡି ନିଜକୁ ଦୂରେଇରଖିବା ଲାଗି ନବୀନ ଦିଲ୍ଲୀରୁ ଫେରିବା କଥା ଭାବୁନାହାନ୍ତି।

ଅନ୍ୟପଟେ ଦଳ ପକ୍ଷରୁ ବିଧାୟକ ଦଳ ବୈଠକ ନେଇ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ବୈଠକରେ ଉଦ୍‌ବୋଧନ ଦେଇ ନବୀନ କହଛନ୍ତି, ବିଧାନସଭାର ମୌସୁମୀ ଅଧିବେଶନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ। ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅପ୍ରାସଙ୍ଗିକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥତ୍କ କ୍ଷମତା ବୃଦ୍ଧି ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ। ଏହା ବ୍ୟତୀତ ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କୋଟିଏ ୨ ଲକ୍ଷରୁ…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri