ସୁଭଦ୍ରା ଯୋଜନା ଲାଗି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର,୩।୯(ଅନିଲ ଦାସ): ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ସୁଭଦ୍ରା ଯୋଜନାର ଏସ୍‌ଓପିକୁ ନେଇ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଚେତାବନୀ ଦେଇଛନ୍ତି। ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ ରାଜ୍ୟରେ ସରକାରକୁ ଆସିଥିବା ଭାଜପା ସମ୍ଭବତଃ ଓଡ଼ିଆ ଭାଷା ଠିକ୍‌ ଭାବରେ ବୁଝିପାରୁ ନାହିଁ। ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସୁଭଦ୍ରା ଯୋଜନାର ଏସ୍‌ଓପି ପ୍ରକାଶପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ, ବରଂ କିଛି କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ମହିଳାର ଅର୍ଥ କ’ଣ କିଛି କିଛି ମହିଳା ବୋଲି ଛୁରିଆ ପ୍ରଶ୍ନ କରିଛନ୍ତି । ଭାଜପା ନେତାମାନେ ଠିକ୍‌ଭାବେ ଓଡ଼ିଆ ଭାଷାକୁ ବୁଝିପାରୁ ନାହାନ୍ତି କିମ୍ବା ନ ବୁଝିପାରିବାର ଅଭିନୟ କରୁଛନ୍ତି। ଏହି ୫୦ ହଜାର ଟଙ୍କା ୨ ବର୍ଷରେ ନୁହେଁ ବରଂ ୫ ବର୍ଷରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଭାଜପା ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ରାଜ୍ୟର ମହିଳାମାନେ ଅନେକ ଆଶା ବାନ୍ଧିଥିଲେ ।
କିନ୍ତୁ ଏସ୍‌ଓପି ଆସିବାପରେ ଅଧିକାଂଶ ମହିଳା ଏଥିରୁ ବଞ୍ଚିତ ହେବେ ବୋଲି ଜାଣି ନିରାଶ ହୋଇଛନ୍ତି। ତେଣୁ ସୁଭଦ୍ରା ଯୋଜନା ଏକ ପ୍ରବଞ୍ଚନା ଓ ଜୁମଲାରେ ପରିଣତ ହୋଇଛି ବୋଲି ଛୁରିଆ କହିଛନ୍ତି ।
ଏସ୍‌ଓପିରେ କୁହାଯାଇଛି, କେବଳ ୨୧ବର୍ଷରୁ ୬୦ ବର୍ଷର ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ। ସ୍ବାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠୁଛି, ୧୮ ବର୍ଷରେ ନାଗରିକର ଅଧିକାର ମିଳୁଥିବା ବେଳେ ୧୮ରୁ ୨୦ବର୍ଷର ମହିଳାମାନଙ୍କୁ କେଉଁ କାରଣରୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଏହି ବୟସରେ ମହିଳାମାନେ ପ୍ରାୟତଃ କଲେଜରେ ପଢୁଥାନ୍ତି ଓ ସେମାନଙ୍କ ନିଜ ଖର୍ଚ୍ଚ ପାଇଁ ଅର୍ଥ ଆବଶ୍ୟକ ଥାଏ। କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ନବୀନ ସରକାରଙ୍କ ଦ୍ୱାରା ‘ନୂଆ-ଓ’ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ଅନୁଦାନକୁ ଭାଜପା ସରକାର ବନ୍ଦ କରିଦେଇଛନ୍ତି। ଅନ୍ୟପଟରେ, ସୁଭଦ୍ରା ଯୋଜନାରେ ସାମିଲ ନ କରିବା କାରଣରୁ ସେମାନଙ୍କୁ ଉଭୟ ପଟରୁ କ୍ଷତି ସହିବାକୁ ପଡୁଛି। ସେହିପରି, ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଯାଇଛି। ଏହାଦ୍ୱାରା ସେମାନେ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି। ଅପରପକ୍ଷରେ ଯେଉଁ ମହିଳାମାନେ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଛନ୍ତି ଓ ସେମାନଙ୍କ ବାର୍ଷିକ ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍‌, ସେମାନଙ୍କ ପରିବାରର କେବଳ ଜଣେ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ; ଯାହା ପରିବାରର ଅନ୍ୟ ମହିଳାମାନଙ୍କ ପ୍ରତି ପ୍ରତାରଣା ସଦୃଶ। ସେହିପରି ଯେଉଁ ମହିଳାଙ୍କ ବୟସ ୫୭ ରୁ ୫୯ ବର୍ଷ ଭିତରେ ରହିଛି, ସେମାନେ ଏହି ଯୋଜନାରୁ ପୂରାମାତ୍ରାରେ ଲାଭ ପାଇପାରିବେ ନାହିଁ। ସୁଭଦ୍ରା ଯୋଜନା ମାଧ୍ୟମରେ ଗୋଲାପୀ ପ୍ରତିଶ୍ରୁତି ଦେଇ ମହିଳାମାନଙ୍କ ଭୋଟ ହାସଲ କରି ସରକାରକୁ ଆସିବା ପରେ ରାଜ୍ୟର ଅଧିକାଂଶ ମହିଳାଙ୍କୁ ଏଥିରୁ ବଞ୍ଚିିତ କରିବାକୁ ଯାଉଥିବା ଏସ୍‌ଓପିରୁ ସ୍ପଷ୍ଟ ହେଉଛି। ମହିଳାମାନେ ହେଲେ, ମା’ ଦୁର୍ଗା, ମା’ କାଳୀ ଓ ମା’ ସରସ୍ବତୀର ରୂପ। ତେଣୁ ସେମାନେ ଏହାର ଉଚିତ ଜବାବ ଦେବେ। ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଏଥିରେ ସାମିଲ ନ କଲେ ବିଜେଡି ରାସ୍ତାକୁ ଓହ୍ଲାଇବ। ପ୍ରତ୍ୟେକ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri