୩ ଦିନ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର, ୧୪ା୨(ବ୍ୟୁରୋ):କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛନ୍ତି। ଏହାସହ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଯୋଗୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଧାନ ବିକ୍ରି କରିବାରେ ଗୁରୁତର ଭାବେ ପ୍ରଭାବିତ ହେବେ ା ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠୁଥିବା ବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ହ୍ରାସ କରାଯାଇଛି ା
କେବଳ ବରଗଡ଼ ପରି ଗୋଟିଏ ଜିଲା ୪ ଲକ୍ଷ ଟନ୍‌ ଉତ୍ପାଦନ କରେ। ଓଡ଼ିଶାର ଅନ୍ୟ ୨୯ ଜିଲାର ଚାଷୀଙ୍କ ଅବସ୍ଥା କ’ଣ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅରୁଣ କୁମାର ସାହୁ ପ୍ରଶ୍ନ କରିଛନ୍ତି ା ଏହା ବିରୋଧରେ ବିଜେଡି ୩ ଦିନିଆ ଆନ୍ଦୋଳନ ଲାଗି ଯୋଜନା ପ୍ରସ୍ତୁତ କରିଛି।
ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅରୁଣ କହିଛନ୍ତି, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ ବନ୍ଦ କରିଦେଇଛନ୍ତି। ଏହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା ା ପିଏମ୍‌ଜିକେଏୱାଇ ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ। ଚାଷୀମାନେ ଏମ୍‌ଏସ୍‌ପିରୁ ବଞ୍ଚିତ ହେବେ ା କେନ୍ଦ୍ରର ଧାନ କିଣା ନୀତି ଯାହାକି ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବିଶେଷକରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ପ୍ରଭାବିତ କରିବ। ସେଥିଲାଗି ମଙ୍ଗଳବାର ପୂର୍ବାହ୍ନରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଓଡ଼ିଶାର ଚାଷୀଙ୍କ ସମସ୍ତ ଖାଦ୍ୟଶସ୍ୟ ଉଠାଇବାକୁ ଦାବି କରିବ ା ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ବିଜେଡି ଓଡ଼ିଶାର କୃଷକଙ୍କୁ ନେଇ ଅବହେଳା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ ା ଏହାସହ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବେ। ଲକ୍ଷ ଲକ୍ଷ ଚାଷୀଙ୍କ ସପକ୍ଷରେ ବିଜେଡି ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବାକୁ ଉକ୍ତ ପ୍ରତିନିଧିମଣ୍ଡଳୀ ଅନୁରୋଧ କରିବେ ା
ପିଏମ୍‌ଜିକେଏୱାଇ କାର୍ଯ୍ୟକ୍ରମ ବନ୍ଦକୁ ବିରୋଧ କରି ଆସନ୍ତା ୧୫ରେ ରାଜ୍ୟର ସମସ୍ତ ୩୦ ଜିଲାରେ ବିଜେଡି ପ୍ରତି ପଞ୍ଚାୟତ ମୁଖ୍ୟାଳୟରେ ସାମୂହିକ ଅଂଶଗ୍ରହଣ ପାଇଁ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରିବ। ଆସନ୍ତା ୧୬ରେ ବିଜେଡି ପ୍ରତି ଜିଲାପାଳଙ୍କ କାର୍ଯ୍ୟାଳୟ ତଥା ଓଡ଼ିଶାର ପ୍ରତ୍ୟେକ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିବ। ପିଏମ୍‌ଜିକେଏୱାଇ କେନ୍ଦ୍ର ଦ୍ୱାରା ପୁନଃ ଆରମ୍ଭ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସବୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ା ଯଦି ତାହା ଶୀଘ୍ର ନ ହୁଏ, ତେବେ ବିଜେଡି ରାସ୍ତାକୁ ଓହ୍ଲାଇ ଗରିବ ଏବଂ ଓଡ଼ିଶାର କୃଷକଙ୍କ ଅଧିକାର ପାଇଁ ଲଢ଼ିବ ବୋଲି ଅରୁଣ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri