ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ): ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ତଥା ଭାଜପା ସରକାରକୁ ଆସିବା ପରେ ଏନ୍ଏସି ବିଜେଡିରେ ରାଜନୈତିକ ସଙ୍କଟ ଦେଖା ଦେଇଛି l ଏହି ପରିପ୍ରେକ୍ଷୀରେ ବିଜେଡିର ଆଗଧାଡିର ନେତା ପଦ୍ମ ଆଡେ ଢଳୁଥିବା ଆଲୋଚନା ହେଉଛି। କିଛି ପୂର୍ବତନ କାଉନସିଲର, ପୂର୍ବତନ ନଗରପାଳ, ଉପନଗରପାଳ ମଧ୍ୟ ଖୁବଶୀଘ୍ର ଭାଜପାରେ ମିଶି ପାରନ୍ତି ବୋଲି ଶୁଣିବାକୁ ମିଳିଛି l ଅଧା ଡଜନରୁ ଊଦ୍ଧ୍ୱର୍ର୍ କାଉନସିଲର ଭାଜପା ଶିବରରେ ଥିବା ବେଳେ ଆଉ କିଛି କାଉନସିଲର ଦଳରେ ମିଶିବାକୁ ଭିତିରିଆ ଉଦ୍ୟମ ଚଳାଇଥିବା ଚର୍ଚ୍ଚା ହେଉଛି l ଏଣୁ ଗଞ୍ଜାମ ଏନ୍ଏସିରେ ବିଜେଡି ମୂଳପୋଛ ହେବା ସମ୍ଭାବନା ବୋଲି ଆଲୋଚନା ହେଉଛି । ଯଦି ତାହା ହୁଏ ତାହେଲେ ବତ୍ତର୍ର୍ମାନ ଭାଜପାର ମଙ୍ଗ ଧରୁଥିବା ନେତାଙ୍କ ପ୍ରତି ବିପଦ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ବୋଲି ଜଣେ ରାଜନୈତିକ ସମୀକ୍ଷକ ନିଜ ନାମ ଗୋପନରେ ରଖି ସୂଚନା ଦେଇଛନ୍ତି l


