ବିଜେଡିକୁ ଶକ୍ତ ଧକ୍କା: ଦଳ ଛାଡ଼ିଦେଲେ…

ଯାଜପୁର,୨୭ା୯(ହର୍ଷବର୍ଦ୍ଧନ ବେହେରା):ଯେଉଁ ଆସନରେ ପୂର୍ବରୁ ବାପା ଲଢୁଥିଲେ, ସେହି ଆସନରେ ସ୍ତ୍ରୀ କିମ୍ବା ପୁଅ ଲଢ଼ିଲେ। ଏହାବାଦ ବରିଷ୍ଠ ନେତାଙ୍କୁ ଛାଡ଼ି ସିନେଷ୍ଟାରଙ୍କୁ ରାଜନୀତିକୁ ଟଣାଗଲା। ହେଲେ ୨୦୨୪ ନିର୍ବାଚନରେ ପରିବାରବାଦ କିମ୍ବା ସିନେଷ୍ଟାରଙ୍କୁ ଜନତା ପସନ୍ଦ କଲେନି। ଦଳରେ ଥିବା ଅନ୍ୟ ବରିଷ୍ଠ ନେତାଙ୍କୁ ଟିକଟ ନ ଦେଇ ନିଜ ପରିବାର ସଦସ୍ୟଙ୍କୁ ନିର୍ବାଚନୀ ମଇଦାନରେ ଠିଆ କରିଥିବାରୁ ସେହି ନେତା/ନେତ୍ରୀଙ୍କୁ ହରାଇଦେଲେ ଭୋଟର। ଯାଜପୁର ଜିଲାର କୋରେଇ, ଧର୍ମଶାଳା, ବଡ଼ଚଣା ଓ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଏଭଳି ସ୍ଥିତି ଦେଖାଦେଇଥିଲା। ଏହାବାଦ୍‌ ପୂର୍ବରୁ ବିଜୟୀ ନେତାମାନେ ଭାବିଥିଲେ, ଯେଉଁଠି ବି ଠିଆ ହେଲେ ଲୋକେ ଗ୍ରହଣ କରିନେବେ, କିନ୍ତୁ ସେମାନଙ୍କ ଭାବନାର ଓଲଟା ଫଳ ହେଲା। ଉଦାହରଣ ଭାବେ ଜଣେ ନେତା ଯାଜପୁର ଛାଡ଼ି ସମ୍ବଲପୁରରେ ଲଢ଼ି ହାରିଲେ। ଏହି ନିର୍ବାଚନକୁ ପ୍ରାୟ ୧୫ ମାସ ଅତିକ୍ରାନ୍ତ ହୋଇଗଲାଣି। ଯେଉଁମାନେ ଏହି ପରାଜିତ ପ୍ରାର୍ଥୀମାନଙ୍କୁ ଭୋଟ ଦେଇଥିଲେ, ସେମାନେ ଏବେ ଅଲୋଡ଼ା ହୋଇଯାଇଛନ୍ତି। କାରଣ ସେମାନଙ୍କ ପାଖକୁ ପରାଜିତ ପ୍ରାର୍ଥୀମାନେ ଯିବାକୁ ପସନ୍ଦ କରୁନାହାନ୍ତି। ଗଣତନ୍ତ୍ରରେ ଏଭଳି ନକାରାମତ୍କ ଆଭିମୁଖ୍ୟକୁ ସାଧାରଣ ଲୋକେ ବୁଝି ଏବେ ବିକଳ୍ପ ପନ୍ଥା ଆପଣାଉଥିବା ଜଣାପଡ଼ିଛି। ଫଳରେ ଶତାଧିକ ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି ଓ କର୍ମୀ ନିୟମିତ ବ୍ୟବଧାନରେ ଭାଜପାରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି।
ସପ୍ତାହେ ତଳେ ବିଜେଡିର ଜଣେ ଜଣାଶୁଣା ନେତା ଯାଜପୁର ଦେବକୀ ମା’ ଏବଂ କୋରେଇ ତାଙ୍କ ଯଶୋଦା ମା’ ବୋଲି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ କହିଥିଲେ। ସୋସିଆଲ ମିଡିଆରେ ଏହାକୁ ନେଇ ନାନା ମତପ୍ରକାଶ ପାଇଥିଲା। ନେତାଙ୍କ ଉକ୍ତ କଥାକୁ ୨୪ ଘଣ୍ଟା ନ ପୂରୁଣୁ ଶତାଧିକ ବିଜେଡି କର୍ମୀ ଭାଜପାରେ ସାମିଲ ହୋଇଥିଲେ। ସେହି ଧାରା ଏବେ ବି ବଜାୟ ରହିଛି। ଶୁକ୍ରବାର ବ୍ୟାସନଗରସ୍ଥିତ ଟାଉନ ହଲଠାରେ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୂଳାପାଳ, ଗୌରପୁର, ପାଟରଙ୍ଗା ପଞ୍ଚାୟତର ଆଗଧାଡ଼ିର କର୍ମୀମାନେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବିକଶିତ ଭାରତ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ, ସ୍ବଚ୍ଛ କାର୍ଯ୍ୟଶୈଳୀ ଏବଂ ବିଧାୟକ ଆକାଶ ଦାସନାୟକଙ୍କ ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇଥିବା ସେମାନେ କହିଛନ୍ତି। ଭାଜପାରେ ସାମିଲ ନେତା ଓ କର୍ମୀଙ୍କ ମଧ୍ୟରେ ଓ୍ବାର୍ଡ ସଭ୍ୟ, ପୂର୍ବତନ ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ରହିଛନ୍ତି। ଏହି ମିଶ୍ରଣ ପର୍ବ ମୂଳାପାଳ, ଗୌରପୁର, ପାଟରଙ୍ଗା ପଞ୍ଚାୟତର ବିଜେଡିକୁ ଶକ୍ତ ଧକ୍କା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଘଡ଼େଇ ବାପପୁଅ ବିଜୟୀ ହୋଇଆସୁଥିଲେ। ଏଥର ବାପପୁଅଙ୍କୁ ଲୋକେ ଆଉ ଭରସା କରିନାହାନ୍ତି। ସେହିପରି ଧର୍ମଶାଳାରେ ମଧ୍ୟ ବାପପୁଅ ପରିବାରବାଦ ରାଜନୀତିରେ ଜଣେ ସାମାଜିକ କର୍ମୀ ତଥା ସ୍ବାଧୀନ ପ୍ରାର୍ଥୀ ବିରାମ ଲଗାଇଛନ୍ତି। ବଡ଼ଚଣାରେ ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀଙ୍କୁ ବାଦ୍‌ଦେଇ ରାଜନୀତିରେ ନବାଗତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ମିଳିବାରୁ ଭାଜପା ପ୍ରାର୍ଥୀ ସହଜରେ ବିଜୟୀ ହୋଇଥିଲେ। ତେବେ ଜିଲାରେ ହାରଜିତ ବ୍ୟବଧାନ ମାତ୍ର ୦.୧୪% ହୋଇଥିବାରୁ ଗଣତନ୍ତ୍ରରେ ଜନତାଙ୍କ ପ୍ରତି ନେତାଙ୍କ ଭୟ ରହିବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ଭୋଟରଙ୍କୁ ଅଣଦେଖା କଲେ ଆଗକୁ ବିପଦ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri