ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ଜିତିଛନ୍ତି । ତେବେ ସେ ଦ୍ୱିତୀୟ ପସନ୍ଦ ଭୋଟରେ ବିଜୟୀ ହୋଇଛନ୍ତି । ରେଜଲ୍ଟ ଆସିବା ପୂର୍ବରୁ ଦିଲ୍ଲୀପ ରାୟଙ୍କ ସମର୍ଥକଙ୍କ ଭିତରେ ସେଲିବ୍ରେଶନ ଆରମ୍ଭ ହୋଇଯାଇଥିଲା। ସେ ଜିତିବେ ବୋଲି ଏକ ପ୍ରକାର ନିଶ୍ଚିତ ଥିଲେ । ସେପଟେ ରାଜ୍ୟ ସଭା ନିର୍ବାଚନରେ ବିଜୟ ପରେ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ୟପଟେ, ବିଜେଡିରୁ ୮ କ୍ରସ୍ ଭୋଟିଂ ହୋଇଥିବା କହିଛନ୍ତି ପ୍ରତାପ ଦେବ। ଚକ୍ରମଣି, ସୁବାସିନୀ, ସୌଭିକ, ନବ ମଲ୍ଲିକ କ୍ରସ୍ ଭୋଟିଂ କରିଛନ୍ତି। ସେହିପରି ରମାକାନ୍ତ ଭୋଇ, ଦେବୀରଞ୍ଜନ ତ୍ରିପାଠୀ, ନିଲମ୍ବିତ ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ୍ ଭୋଟିଂ କରିଥିବା ନେଇ ସେ ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି।

