ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି। ସଭା ଆରମ୍ଭରେ ବିଜେଡି ନେତାମାନେ ବିଜୁବାବୁଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପ ପ୍ରଦାନ କରିଥିଲେ।

ଆୟୋଜିତ ସଭା ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ସ୍ବାଧୀନତା ସଂଗ୍ରାମ ଓ ରାଜ୍ୟ ପ୍ରତି ଥିବା ଅବଦାନ, ନେତୃତ୍ୱ ଓ ଉତ୍କଳକୁ ଭଲ ପାଇବାର ଭାବନା ଉପରେ ଆଲୋକପାତ କରିଥିଲେ। ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭାରତରତ୍ନରେ ଭୂଷିତ କରିବାକୁ ସେ ଦାବି କରିଥିଲେ। ୨୦୨୭ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟୀ କରାଇବାକୁ ସଂକଳ୍ପ ନେବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।

ଏଥିରେ ସାହାରପଡ଼ା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ୨୩ ନମ୍ବର ଜୋନ୍‌ ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ପୁର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ନାଏକ, ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜଦେଓ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ବସନ୍ତ ମିଶ୍ର, ଶତ୍ରୁଘ୍ନ ସିଂ, ଅଜୟ ପଟ୍ଟନାୟକ, ପୂର୍ବତନ ତେଣ୍ଡରା ସରପଞ୍ଚ ରାଜବଲ୍ଲଭ ଦେହୁରୀ, କପୁଣ୍ଡି ସମିତି ସଭ୍ୟ ବିଜୟ କୁମାର ପଇଦା, ଜାଲି ପଞ୍ଚାୟତର ସମିତି ସଭ୍ୟ ଭୁବନେଶ୍ୱର ମହାନ୍ତ, ଅଯୋଧ୍ୟା ବେହେରା ପ୍ରମୁଖ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ୧୮ ନଂ ଜୋନ୍‌ ସଭାପତି ଯଦୁମଣି ବାରିକ ମଞ୍ଚ ପରିଚାଳନା କରିଥିଲେ। ସାହାରପଡ଼ା ପଞ୍ଚାୟତର ମଞ୍ଜୁ ଓରାମ ଓ ୨୩ ନଂ ଜୋନ୍‌ ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ ରାଜ୍ୟ ମହିଳା ବିଜେଡିର ସମ୍ପାଦିକା ଭାବେ ନିଯୁକ୍ତି ପାଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Dharitri – Odisha’s No.1 Odia Daily

Share
Tags: Biju BabuBJD