ବ୍ଲକ, ଏନ୍‌ଏସି ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଭଞ୍ଜନଗର,୧୬।୨(ଡି.ଏନ.ଏ)-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପରେ ହିତାଧିକାରୀଙ୍କ ୧୦ କେଜି ଚାଉଳରୁ ୫ କେଜି କଟିବା ପ୍ରତିବାଦରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି ବିଜେଡି ପକ୍ଷରୁ ଗୁରୁବାର ବ୍ଲକ ଏବଂ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡ଼ି ନେତାମାନେ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ସମ୍ପର୍କରେ କହିଥିଲେ । ବ୍ଲକ ସମ୍ମୁଖରେ ଅନୁଷ୍ଠିତ ସଭାରେ ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଏମ୍‌ପି ପ୍ରତିନିଧି ଦିବାକର ନାୟକ, ଜିଲା ପରିଷଦ ସଭ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ଯୁବ ବିଜେଡ଼ି ସଭାପତି ଟୁଟୁ ପ୍ରଧାନ, ବିଷ୍ଣୁ ପ୍ରଧାନ, ଶୁଳପାଣି ଶତପଥୀ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ସେହିପରିି ଏନଏସି ଅଫିସ ସମ୍ମୁଖ ବିକ୍ଷୋଭରେ ନଗର ବିଜେଡ଼ି ସଭାପତି ରାଜେନ୍ଦ୍ର ବିଷୋୟୀ ନେତୃତ୍ୱ ଥିଲେ। ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ବରିଷ୍ଠ ନେତା ଏମ୍‌.ତାଜ୍‌ ଆଦେନୀ, ଏମପି ପ୍ରତିନିଧି ପଞ୍ଚାନନ ପାଳ, ପୂର୍ବତନ ବିଧାୟକ ସ୍ବର୍ଗତ ଉମାକାନ୍ତ ମିଶ୍ରଙ୍କ ପୁଅ ରଞ୍ଜିତ ମିଶ୍ର, ଚିଦାନନ୍ଦ ସ୍ବାଇଁ, ସୁଶାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ବୁଧବାର ଭଞ୍ଜନଗର ବ୍ଲକର ସମସ୍ତ ୨୨ଟି ଯାକ ପଞ୍ଚାୟତ