ତେଲେଇ ହେବାକୁ…

ଭୁବନେଶ୍ୱର,୧୮ା୧(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାରୁ ଯିବାପରଠାରୁ ଦଳୀୟ ବ୍ୟାପାରରେ ସମ୍ପୂର୍ଣ୍ଣ ନୀରବ ରହି ଆସୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ହଠାତ୍‌ କ୍ରିୟାଶୀଳ କିପରି ହୋଇଗଲେ ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଯେତେବେଳେ ବିରୋଧୀ ଦଳ ପାଇଁ ବିଧାୟକଙ୍କ ସଂଖ୍ୟାରେ ହ୍ରାସ ନ ଘଟିବା ଜରୁରୀ ବୋଲି ସମସ୍ତେ ମନେକରୁଛନ୍ତି, ସେହି ସମୟରେ ୨ ଜଣ ବିଧାୟକଙ୍କୁ ବିଜେଡିରୁ ବିଦାକରି ନବୀନ କି ବାର୍ତ୍ତା ଦେବାକୁ ଚାହିଁଲେ ତାହା ବର୍ତ୍ତମାନ ସବୁଠାରୁ ଆଲୋଚ୍ୟର ବିଷୟ ପାଲଟିଛି। ଅଧିକ ଚର୍ଚ୍ଚା ହେଉଛି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ୱନକୁ ନେଇ। ଅରବିନ୍ଦ ମଧ୍ୟ ସିଧାସଳଖ ନେତୃତ୍ୱଙ୍କୁ ଚ୍ୟାଲେଞ୍ଜକରି ତାଙ୍କର ଭୁଲ୍‌ କ’ଣ ସେକଥା ଜଣାଯାଉ ବୋଲି ବାରମ୍ୱାର ପ୍ରଶ୍ନ କରୁଛନ୍ତି। ଯଦି ବିଜେଡି ବିଧାୟକମାନଙ୍କ ସଂଖ୍ୟାରେ ହ୍ରାସ ଘଟେ ତାହା ଆଗାମୀ ଦିନରେ କାହାକୁ ଅଧିକ ସୁହାଇବ ସେହି ଦିଗକୁ ନେଇ ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚା ହେଉଛି। ସାଧାରଣ ନିର୍ୱାଚନ ପରଠାରୁ ଏଯାଏ କୌଣସି ଜାତୀୟ ହେଉ ବା ରାଜ୍ୟ ପ୍ରସଙ୍ଗରେ ନବୀନ ପ୍ରଧାନମନ୍ତ୍ରୀ କିମ୍ୱା ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବାବଦରେ ପଦୁଟିଏ ହେଲେ ମୁହଁ ଖୋଲିନାହାନ୍ତି। ଏମିତି ନୁହେଁ କି, ଦେଶରେ ଏଭଳି କିଛି ଘଟଣା ଘଟି ନାହିଁ ଯେଉଁ କଥାରେ ନବୀନ ଏତେଦିନ ଭିତରେ କିଛି କହିପାରି ନ ଥାଆନ୍ତେ ବୋଲି ଜାଣିବାଶୁଣିବା ମହଲରେ ଚର୍ଚ୍ଚା ହେଉଛି। ତେଣୁ ଯାହା କିଛି ଘଟଣା ଗଲା ୩ ଦିନ ହେବ ବିଜେଡିରେ ଘଟିଲାଣି ତାହା ଗୋଟେ ଆଡୁ ନୁହେଁ ବରଂ ୨ ଆଡୁ ହେଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଲାଣି। ଏକଥା କାହାକୁ ଲୁଚାଛପା ନାହିଁ ଯେ, ବିଜେଡିରେ ଯାହାସବୁ ଘଟୁଛି, ତାହା କେଉଁ ଗୋଷ୍ଠୀ ଇଙ୍ଗିତରେ ହେଉଛି। ସେହି ଗୋଷ୍ଠୀ ଏବେ ଭାଜପା ଶୀର୍ଷ ନେତୃତ୍ୱଙ୍କ ପାଖରେ ତେଲେଇହେବାକୁ ବିଜେଡି ନେତୃତ୍ୱଙ୍କ ଜରିଆରେ ବିଜେଡିରେ ଏପରି ଏକ ହଟଚମଟ ସୃଷ୍ଟି କରୁଛି ବୋଲି ଶୁଣିବାକୁ ମିଳିଲାଣି।
ନବୀନ ନିବାସରେ ରହି ଦଳୀୟ କାର୍ଯ୍ୟରେ ମାମଲତି କରୁଥିବା ଜଣେ ଅଫିସର ହିଁ ଅନେକ କଥା ବିଭିନ୍ନ ସମୟରେ ବାହାରେ ପ୍ରଚାର କରୁଛନ୍ତି। ଏପରି ନୁହେଁ, ସେହି ଅଫିସର ଜଣକ ଜଣେ ବୋକା। କିଛିଦିନ ହେବ ନବୀନ ନିବାସ ଲଗାତର ଆସିବାରେ ସମସ୍ୟା ଭୋଗୁଥିବା ପୂର୍ୱତନ ପ୍ରଶାସନିକ ଅଧିକାରୀ ଜଣକ ଏପରି କଥା ବାହାରେ ପ୍ରଚାର କରିବାକୁ ଇଙ୍ଗିତ କରିଥାଇପାରନ୍ତି। ଏହାଦ୍ୱାରା ଯେପରି ତାଙ୍କ ପ୍ରଭାବ ପୁଣିଥରେ ଦଳର ସବୁ ନେତାଙ୍କ ନିକଟରେ ଅନୁଭବ ହେବ। ଏହାଦ୍ୱାରା ବିଗତ ଦିନରେ ଯେପରି ଭାଜପା ନେତାଙ୍କୁ ବିଜେଡି ଭୋଟ ଦେଇ ରାଜ୍ୟ ସଭା ପଠାଇବାରେ ସଫଳ ହୋଇଥିଲେ ସେମିତି କିଛି ଆଗକୁ କରିପାରିବେ। ଜଣେ ବିଧାୟକଙ୍କ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଗରୁ କଥା କଥାରେ ବିଜେଡିରେ କିଛି ଘଟଣା ଘଟିଲେ ଭାଜପା ନେତାମାନେ ଆଗକୁ ଆସି ଗୁଡ଼େଇ ତୁଡ଼େଇ ପ୍ରଶ୍ନବାଣରେ ବିଜେଡିକୁ ଆକ୍ରମଣ କରୁଥିଲେ। ହେଲେ ଗତ ୩ ଦିନର ଘଟଣାବଳୀକୁ ଯଦି ଲକ୍ଷ୍ୟ କରାଯାଏ, ବିଜେଡି ବିଷୟରେ କୌଣସି ଭାଜପା ନେତା ପଦୁଟିଏ ମୁହଁ ଖୋଲୁନାହାନ୍ତି। ତେଣୁ ୪ ରାଜ୍ୟ ସଭା ଆସନ, ଯାହା କିଛିଦିନ ପରେ ଖାଲିହେବାକୁ ଯାଉଛି, ସେଥିରେ ଭାଜପା ପାଇଁ କିଛି ସମସ୍ୟା ସୃଷ୍ଟି ହୋଇଛି, ଯେଉଁଥିପାଇଁ ନବୀନଙ୍କ ଘନିଷ୍ଠ ସହଯୋଗୀଙ୍କ ମୁଣ୍ଡ ବର୍ତ୍ତମାନ ବୁଲାଇବା ଆରମ୍ଭ କରିଛି। ଯଦି ବିଜୟ ମହାପାତ୍ର ଗତ ୧୨ ତାରିଖରେ ଝାରସୁଗୁଡ଼ା ଯାଇ ରୁଦ୍ଧଦ୍ୱାର ବୈଠକ କରିଥିବା ଖବର ସତ ହୋଇଥାଏ, ତାକୁ ଦେଖିଲେ ବି ବୁଝାପଡୁଛି ସେଥିରେ ଭାଜପାର କ୍ଷତି ହେବାର ଆଶଙ୍କା ରହିଥାଇପାରେ। କାରଣ ବିଜେଡି ତ ପୂର୍ୱରୁ ନିଜର ଗୋଟିଏ ରାଜ୍ୟ ସଭା ଆସନକୁ ୨ ଥର ଭାଜପା ହାତକୁ ଟେକି ଦେଇସାରିଛି। ତେଣୁ ଏସବୁ ଘଟଣାବଳୀ ଭାଜପା ପାଇଁ ସୃଷ୍ଟି ହେଉଥିବା କ୍ଷତିକୁ ଆକଳନକରି ତାକୁ ରୋକିବା ଦିଗରେ ଏକ ବଡ଼ ଉଦ୍ୟମ ହୋଇଥାଇପାରେ ବୋଲି ବିଧାୟକ ଜଣକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ତାଙ୍କର ଆହୁରି କହିବା କଥା ହେଲା, ରାଜ୍ୟର ଅନେକ ବର୍ଗ ଜାଣିଛନ୍ତି, ଦିଲ୍ଲୀରେ ବସିଥିବା କେତେଜଣ ଓଡ଼ିଶା ନେତା ବର୍ତ୍ତମାନ ରାଜ୍ୟର ଭାଜପା ସରକାରଙ୍କ ଅନେକ ଘଟଣାରେ ମୁଣ୍ଡ ପୂରାଉଛନ୍ତି। ଯଦି ରାଜ୍ୟ ରାଜନୀତିରେ କିଛି ଏପରି ଘଟଣା ଘଟେ, ଯାହା ଭାଜପାର କ୍ଷତି ହେବ, ତେବେ ଦିଲ୍ଲୀର ଶୀର୍ଷ ନେତୃତ୍ୱଙ୍କ ନିକଟରେ ସେମାନଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠିପାରେ। ତେଣୁ ସେସବୁ କଥାକୁ ଲକ୍ଷ୍ୟକରି ରାଜ୍ୟ ସଭା ଅଙ୍କ ଯେପରି ନ ବିଗିଡ଼ିବ, ସେଥିଲାଗି ବିଜେଡି ଏବେ ଶୃଙ୍ଖଳା ନଁାରେ ପ୍ରତିକାର କରିବା ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ଗତ ଶୁକ୍ରବାର ଧରିତ୍ରୀରେ ‘ପ୍ରାୟୋଜିତ ଭୟ’ ଶୀର୍ଷକରେ ଏକ ଖବର ପ୍ରକାଶିତ ହୋଇଥିଲା। ବିଜୁ ଛାତ୍ର ଜନତା ଦଳର ଜଣେ ଆଗଧାଡ଼ି ନେତାଙ୍କ ସହ ଏ ଖବର ସମ୍ପର୍କରେ ଆଲୋଚନା ହେଲା। ସେହି ସମୟରେ ତାଙ୍କ ନିକଟରେ ଆମର ପ୍ରଶ୍ନ ଥିଲା, ବିଭିନ୍ନ ରାଜ୍ୟରେ ବିରୋଧୀ ହୁଅନ୍ତୁ ବା ସେହି ରାଜ୍ୟଗୁଡିକର ଆଞ୍ଚଳିକ ଦଳଗୁଡ଼ିକ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରୁଛନ୍ତି। ଯେତେବେଳେ ରାଜ୍ୟରେ ଭାଜପା ବିରୋଧୀ ଦଳ ଆସନରେ ଥିଲା, ସେହି ସମୟରେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟକରି ଦିନରାତି ରାସ୍ତାକୁ ଓହ୍ଲାଉଥିଲେ, ହେଲେ ବିଜେଡିରେ ନବୀନଙ୍କ ସହଯୋଗୀ କାହିଁକି ସେକଥା ଚାହୁଁନାହାନ୍ତି। ତାଙ୍କ ଉତ୍ତର ଥିଲା, ସାର୍‌ ଚାହୁଁଛନ୍ତି ଏବେ ବିଜେଡି ସେମିତି କିଛି କାର୍ଯ୍ୟକ୍ରମ ନ କରୁ, ଯେଉଁଥିଲାଗି ତାଙ୍କ ଦଳର ଅନେକ ନେତାଙ୍କୁ ଜେଲ ଯିବାକୁ ପଡିବ। ସେଥିଲାଗି ସେ ନିଜେ ମଧ୍ୟ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ପଛରେ ରହି ସବୁ ଭାବିଚିନ୍ତି କରୁଛନ୍ତି ବୋଲି ସେ କହିଛନ୍ତି। ଦଳର ଛାତ୍ର ଓ ଯୁବ ସଙ୍ଗଠନ ଶେଷଥର କାହା ଦ୍ୱାରା ଚୟନ କରାଯାଇଛି ସେକଥା ବିଜେଡିର ପ୍ରାୟ ସବୁ ବର୍ଗର ନେତାଙ୍କୁ ଭଲ ଭାବେ ଜଣାଅଛି ବୋଲି ସବୁଠି ଆଲୋଚନା ହେଉଛି। ତେଣୁ ଛାତ୍ରନେତାଙ୍କ କହିବା ଅନୁଯାୟୀ, ଭାଜପା ସପକ୍ଷରେ ତେଲେଇ ହେବାକୁ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନା ନାହିଁ ସେକଥା ଆସନ୍ତା ରାଜ୍ୟ ସଭା ଭୋଟିଂ ସମୟରେ ସ୍ପଷ୍ଟ ହୋଇଯିବ ବୋଲି ବୁଝିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୧୭୦ ରନ୍‌ ଟାର୍ଗେଟ୍‌ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା,୪।୩: ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ସ୍କୋର କରିଥିଲା। ଦକ୍ଷିଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri