ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ଏମପି ମୁନା ଖାନ୍‌, କହିଲେ-ମୁଁ ସିଧା ଯାଇ…

ଭୁବନେଶ୍ୱର,୭ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା। ଏହାରି ମଧ୍ୟରେ ରାଜ୍ୟସଭା ଏମପି ମୁନା ଖାନ୍‌ ଭୁବନେଶ୍ୱରରେ ପହଂଚିଛନ୍ତି। ସେ ବିମାନ ବନ୍ଦରରେ ପହଂଚି ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଥିଲେ।

ମୁନା ଖାନ୍‌ କହିଥିଲେ, ”ଦଳରେ ଦୋମୁହାଁ ନୀତି ଚଳିବ ନାହିଁ, ଯାହାର ଯିବାର ଅଛି ଭାଜପାକୁ ପଳାନ୍ତୁ। ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି। ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ନିଷ୍ପତ୍ତି ହୋଇଥିଲା। ବିଲ୍‌ ବିରୋଧରେ ଭୋଟ୍‌ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ। ସସ୍ମିତ କାହିଁକି ଟ୍ବିଟ୍‌ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି।” ବିମାନବନ୍ଦରରେ ରୋଷ ଝାଡ଼ିବା ପରେ ନବୀନ ନିବାସରେ ପହଞ୍ଚିଥିଲେ ମୁନା ଖାନ୍‌। ସେଠାରେ ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଫେରାଦ ହୋଇଥିଲେ।

ସେପଟେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ବିଶେଷକରି ଓ୍ବକ୍‌ଫ ବିଲକୁ ନେଇ ସେ କହିଛନ୍ତି ”କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା ସେ ସମ୍ପର୍କରେ ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର। ସବୁ କଥା ନବୀନ ଜାଣିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣାକୁ ନେଇ ବିଜେଡି ବ୍ୟାକ୍‌ ଫୁଟ୍‌କୁ ଚାଲିଗଲା। ନବୀନ ସତ କଥା କ’ଣ କୁହନ୍ତୁ। ବାଦଲ ଦୂର ହେବା ଦରକାର। ପ୍ରକୃତରେ ଦଳରେ କ’ଣ ଘଟିଛି ତାହା ନବୀନ ହିଁ କହିପାରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri