‘ଚାଷୀଙ୍କ ପ୍ରତି ଉପହାସ ଚଳିବ ନାହିଁ’, ସରକାରଙ୍କୁ ଧୋଇଲେ ବିଜେଡି ବିଧାୟକ, କହିଲେ…

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ ଋ଼ତୁ ୨୦୨୫-୨୬ରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଫେଲ୍‌ ମାରିଥିବାରୁ ଜିଲାରେ ଚାଷୀ ଭାଇମାନେ ଧାନ ବିକିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଡବଲ ଇଞ୍ଜିନ ସରକାର ପୁଞ୍ଜିପତିଙ୍କୁ ଅନୁକମ୍ପା ପ୍ରଦର୍ଶନ କରି ଟିକସ ଛାଡ଼ କରି ଚାଷୀଙ୍କୁ ଉପହାସ କରିଚାଲିଛନ୍ତି। ଏଥିସହିତ ଜିଲାରେ ଦିନକୁ ଦିନ ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତିର ତୁରନ୍ତ ସମାଧାନ ଦାବିରେ ସୋମବାର ବରଗଡ଼ ଜିଲା ବିଜେଡି ପକ୍ଷରୁ
ପ୍ରତିବାଦସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଜିଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହି କହିଛନ୍ତି, ରାଜ୍ୟରେ ବହୁ ଚାଷୀ ପଞ୍ଜୀକୃତରୁ ବଞ୍ଚିତ ଅଛନ୍ତି। ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ଫେବୃୟାରୀ ମାସ ୧ ତାରିଖ ପର୍ଯ୍ୟନ୍ତ ମାତ୍ର ୭ ଲକ୍ଷ ୯୫ ହଜାର ୨୪୪ ଜଣ ଚାଷୀଙ୍କ ଧାନ କିଣାଯାଇଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୭୫ ଚାଷୀଙ୍କ ପେମେଣ୍ଟ ସରକାର କରିଥିବାବେଳେ ଅନ୍ୟମାନଙ୍କ ପେମେଣ୍ଟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଏଥିରୁ ରାଜ୍ୟ ସରକାରଙ୍କ ଧାନ କିଣାର ଅସଲ ଚିତ୍ର ସ୍ପର୍ଶ ହୋଇଛି । ଭାରତ ସରକାରଙ୍କ ପୋର୍ଟାଲରେ ଏହି ତଥ୍ୟ ଉଲ୍ଲେଖ ରହିଥିବା ସେ କହିଛନ୍ତି। ତେବେ ସବୁ ଚାଷୀଙ୍କ ଧାନ କିଣିବାକୁ ବାହାସ୍ଫୋଟ ମାରିଥିବା ଅପାରଗ ସରକାର ବଳକା ପଞ୍ଜୀକୃତ ୧୧ ଲକ୍ଷରୁ ଉଦ୍ଧର୍‌ବ ଚାଷୀଙ୍କ ଧାନ କେବେ କିଣିବେ ବୋଲି ରାଜ୍ୟ ସରକାରଙ୍କୁ ସେ ଜବାବ ମାଗିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ କଳିକେଶ ସିଂ ଦେଓ ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବରିଷ୍ଟ ନେତା ଗୌରହରି ମିଶ୍ର, ସୁଶାନ୍ତ ମିଶ୍ର, ସୁବ୍ରତ ସିଂ, କିଶୋର ମିଶ୍ର ବରଗଡ଼ ଟାଉନ ସଭାପତି ଅନୁପ ଶତପଥୀ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ରାଜେଶ ଅଗ୍ରୱାଲ, ରାଜୁ ଘିବେଳା, କିଶୋର ଦେବତା, କମଳ ତାଣ୍ଡି, ଜିତୁ ଭୋଇ, ସୁବ୍ରତ ବେହେରା, କୀର୍ତ୍ତି ଚନ୍ଦ୍ର ଦୁଆଁନ, ନିତ୍ୟାନନ୍ଦ ପ୍ରଧାନ ଉମାଚରଣ ରାଉତ, ଗଣେଶ ସାହୁ, ନରେନ୍ଦ୍ର ପ୍ରଧାନ, ଦେବାନନ୍ଦ ଗଡତିଆ, ସୁପ୍ରଭା ମହାଲିଂ, ମୀନାକ୍ଷୀ ମିଶ୍ର, ମୋହନ ଲୁହା, ହରିଶଙ୍କର ବେହେରା ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତୃ ମଣ୍ଡଳୀ ଜିଲାପାଳ ଅଫିସ ଘେରାଉ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ଚାଷୀଙ୍କ ହକ ପାଇଁ ଗର୍ଜନ କରିଥିଲେ । ଏଭଳି ଚେତାବନୀ ସମାବେଶ ପ୍ରତି ଜିଲାରେ ଆସନ୍ତା ୧୭ ତାରିଖରୁ ଅନୁଷ୍ଠିତ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରାଜଧାନୀରେ ବିଜେଡି ସରକାରଙ୍କୁ ଚରମ ଚେତାବନୀ ପ୍ରଦାନ କରିବ ବୋଲି ଉପସଭାପତି ଦେବୀ ପ୍ରସାଦ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ଚାଷୀଙ୍କ ପ୍ରମୁଖ ଦାବି ମଧ୍ୟରେ ଧାନ ବିକ୍ରୟ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ, ଅଧାରୁ ଅଧିକ ପଞ୍ଜୀକୃତ ଚାଷୀଙ୍କ ଟୋକନ ଏ ପର୍ଯ୍ୟନ୍ତ ନ ଆସିବା, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ପ୍ରାଶାସନିକ ଅପାରଗତାରୁ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ି ରହିବା, ଧାନର ଗୁଣବତ୍ତା ଓ ଆର୍ଦ୍ରତା ଆଳରେ ପ୍ରତି କୁଇଣ୍ଟାଲରେ ୨ କେଜିରୁ ୭ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରାଯିବା , ମଣ୍ଡିରେ ଦଲାଲ ରାଜ ଲାଗି ରହିବା, ଭୁଲ ଟୋକନ ବଣ୍ଟନ ଓ ପ୍ରଶାସନିକ ଅପାରଗତା ପାଇଁ ଚାଷୀ ଅଣ୍ଡର ରେଟ୍‌ରେ ଖୋଲା ବଜାରରେ ୧୪୦୦ରୁ ୧୫୦୦ ଟଙ୍କାରେ ଧାନ ବିକିବା ପାଇଁ ବାଧ୍ୟ ହେବା ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ଧାନର ଏମଏସପି ବୃଦ୍ଧି ଘୋଷଣାକୁ ରାଜ୍ୟରେ କାର୍ଯ୍ୟକାରୀ ନ କରିବା ,୧୫୦ କୁଇଣ୍ଟାଲ ଧାନ ଖରିଦରେ ଯୋଗାଣ ମନ୍ତ୍ରୀଙ୍କ ସିଲିଂ ଘୋଷଣାକୁ ପ୍ରତ୍ୟାହାର କରିବା, ଘୋଷଣା ମୁତାବକ ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପ୍ରଦାନ କରିବା, ଧାନ ବିକ୍ରିର ୧୫ ଦିନ ପରେ ବି ଚାଷୀଙ୍କ ଏକାଉଣ୍ଟକୁ ଟଙ୍କା ନ ଆସିବା, ଧାନ କ୍ରୟ କେନ୍ଦ୍ରର ଦୈନିକ ଧାର୍ଯ୍ୟକୁ ଦୁଇ ଗୁଣ କରିବା, ଚାଷୀଙ୍କୁ ନିଜ ଖର୍ଚ୍ଚରେ ଅଖା କିଣିବା ଓ ମଣ୍ଡିକୁ ଧାନ ଆଣିବାକୁ ବାଧ୍ୟ କରିବା, ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବା, ନାରୀ ନିର୍ଯାତନା, ଅପହରଣ, ଧର୍ଷଣ ନିଶା କାରବାର ବୃଦ୍ଧି ପାଇବା ଭଳି ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri