ବିଜେଡି ହାତରୁ ଖସିଲା ୩ ଏନ୍‌ଏସି

ଛତ୍ରପୁର,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩ ଏନ୍‌ଏସି ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ବିଜେଡିର ପରାଜୟ ହୋଇଛି। ଏହି ୩ ଏନ୍‌ଏସି ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଖସିଯାଇଛି। ଗତ ପୌର ନିର୍ବାଚନରେ ବିଜେଡି ଏହି ୩ ଗୋଟି ଏନ୍‌ଏସି ଦଖଲ କରିଥିଲା। ଦଳୀୟ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିଲେ। ସେତେବେଳେ ଛତ୍ରପୁର ବିଧାୟକ ବି ବିଜେଡିର ନ ଥିଲେ। ହେଲେ ଚଳିତଥର ବିଜେଡି ଏସବୁ ଆସନ ହରାଇଛି। ଛତ୍ରପୁର ଓ ରମ୍ଭା ଏନ୍‌ଏସି ଅଧ୍ୟକ୍ଷା ଆସନ ଭାଜପା ଅକ୍ତିଆର କରିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ଆସନ ଦଖଲ କରିଛନ୍ତି। ଟିକେଟ ବଣ୍ଟନରେ ତ୍ରୁଟି ବିଜେଡି ପରାଜୟର ବଡ଼ କାରଣ କୁହାଯାଉଛି। ଏହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଛତ୍ରପୁର ବିଧାୟକ ଓ ବ୍ରହ୍ମପୁର ଏମ୍‌ପିଙ୍କୁ ଝଟକା ବୋଲି ରାଜନୈତିକ ସମୀକ୍ଷାକମାନେ କହୁଛନ୍ତି।
ଛତ୍ରପୁର ଏନ୍‌ଏସିର ୧୪ ୱାଡରୁ ୧୦ଟିରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୧,୨ ଓ ୧୪ ନମ୍ବର ୱାର୍ଡରେ ଭାଜପା ଏବଂ ୧୦ ନଂ. ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡି ଏନ୍‌ଏସି ଅଧ୍ୟକ୍ଷା ପ୍ରାର୍ଥିନୀ ି ଟି. ଲକ୍ଷ୍ମୀ ୮୧୮ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାର ଶର୍ମିଷ୍ଠା ପ୍ରଧାନଙ୍କଠାରୁ ପରାଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ ନିର୍ବାଚନରେ ଟି. ଲକ୍ଷ୍ମୀ କଂଗ୍ରେସରୁ ପ୍ରାର୍ଥୀ ହୋଇ ଏନ୍‌ଏସି ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। ଚଳିତଥର ସେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଭାଜପା ଜିତିଥିବା ୧,୨ ଓ ୧୪ ନମ୍ବର ୱାର୍ଡରୁ ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ବହୁ କମ୍‌ ଭୋଟ ମିଳିଛି। ବିଭିନ୍ନ ଓ୍ବାର୍ଡରେ ବିଜେଡି ଏଥର ଦଳୀୟ ଲୋକଙ୍କ ବଦଳରେ ବାହାରୁ ଆସିଥିବା ଲୋକଙ୍କୁ ଟିକେଟ ଦେଇଥିଲା। କେତେଜଣ କାଉନ୍‌ସିଲର ୨ ଅଙ୍କ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେହିପରି ଗଞ୍ଜାମ ଏନ୍‌ଏସିରେ ମଧ୍ୟ ଦଳୀୟ ଲୋକଙ୍କୁ ଟିକେଟ ନ ଦେଇ ଦଳୀୟ ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦିଆଯାଇଥିଲା। ଏଥିଯୋଗୁ ସେଠାରେ ସମୀକରଣ ବଦଳିଯାଇଥିଲା। ଜଣେ ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କୁ ବିଭିନ୍ନ ବର୍ଗ ଓ ସଙ୍ଗଠନ ପକ୍ଷରୁ ସମର୍ଥନ ଦିଆଯିବା ସହ ପ୍ରଚାରରେ ସାମିଲ ହୋଇଥିଲେ । ଶେଷରେ ସେ ଅଧ୍ୟକ୍ଷା ଆସନରେ ବସିପାରିଛନ୍ତି । ଦଳୀୟ ଟିକେଟ ନେଇ ବିଜେଡିରେ ଅସନ୍ତୋଷ ଲାଗି ରହିଥିଲା। କେତେଜଣ ନେତା ନୀରବ ରହିଥିବା ବେଳେ ଆଉ କେତେଜଣଙ୍କୁ ବିଜେଡି ଗୁରୁତ୍ୱ ଦେଇ ନ ଥିଲା । ଏଥିଲାଗିି ଗଞ୍ଜାମ ଏନ୍‌ଏସି ଫଳାଫଳରେ ମହଙ୍ଗା ପଡ଼ିଛି। ସେହିପରି ରମ୍ଭା ଏନ୍‌ଏସି ଫଳାଫଳ ବିଜେଡିକୁ ଶକ୍ତ ଧକ୍କା ଦେଇଛି । ଏଠାରେ ଭାଜପା ଅଧ୍ୟକ୍ଷା ଆସନ ଅକ୍ତିଆର କରିଥିବାବେଳେ ଦଳ ନିଜ ସ୍ଥିତିକୁ ସୁଦୃଢ଼ କରିପାରିଛି। ପୂର୍ବତନ ଏନ୍‌୍‌ଏସି ଅଧ୍ୟକ୍ଷାଙ୍କ ସମ୍ପର୍କୀୟଙ୍କୁ ବିଜେଡି ପୁଣି ଅଧ୍ୟକ୍ଷା ପ୍ରାର୍ଥିନୀ କରିଥିବାରୁ ଦଳ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ତାହାର ପ୍ରଭାବରୁ ଏନ୍‌ଏସି ହାତରୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri