ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର ପୁଣି ପ୍ରାର୍ଥୀ ବଦଳିବା ସମ୍ଭାବନା ରହିଛି। ଗତ ୪ଟି ବିଧାନସଭା ନିର୍ବାଚନରେ ଏଠାରେ ଜଣେ ବ୍ୟକ୍ତି ଦ୍ୱିତୀୟ ଥର ବିଧାୟକ
ହୋଇପାରି ନାହାନ୍ତି। ପ୍ରତ୍ୟେକ ନିର୍ବାଚନରେ ଜଣେ ନୂଆ ମୁହଁ ବିଧାୟକ ହେଉଥିବାରୁ ବିଭିନ୍ନ କ୍ଷେତ୍ରରେ ବିକାଶ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଆଲୋଚନା ହେଉଛି।
କୋରେଇରେ ୧୯୯୦ରୁ ୨୦୦୦ ଯାଏ ଅଶୋକ ଦାସ ଲଗାତର ୩ଥର ବିଧାୟକ ହୋଇଥିଲେ। ୨୦୦୪ରୁ ୨୦୧୯ ଯାଏ ନୂଆ ନୂଆ ବିଧାୟକଙ୍କୁ ଦେଖିବାକୁ ମିଳିଛି। ୨୦୦୪ରେ ବିଜେଡି-ଭାଜପା ମେଣ୍ଟ ଥିଲା। ଏହି ବର୍ଷ ଭାଜପା ପ୍ରାର୍ଥୀ ସଞ୍ଚିତା ମହାନ୍ତି ବିଜୟୀ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗିଯାଇଥିବାବେଳେ ଏହି ଆସନ ବିଜେଡି କବ୍‌ଜାରେ ରହିଛି। ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇ(ଡାନି), ୨୦୧୪ରେ ଆକାଶ ଦାସନାୟକ ଓ ୨୦୧୯ରେ ଅଶୋକ ବଳ ବିଜୟୀ ହୋଇଛନ୍ତି। ବିଜେଡି ଏଠାରେ ପ୍ରାର୍ଥୀ ବଦଳ କରି ସଫଳତା ସାଉଣ୍ଟୁଥିବାବେଳେ ବିରୋଧୀ ବି ପ୍ରାର୍ଥୀ ବଦଳରେ ମାତିଛନ୍ତି। ଚଳିତ ନିର୍ବାଚନରେ ଏକାଧିକ ନୂଆ ମୁହଁ ବିଜେଡି ପ୍ରାର୍ଥୀ ହେବାକୁ ଇଚ୍ଛୁକ ଅଛନ୍ତି। ତେବେ ବିଧାୟକ ଅଶୋକ ବଳ ନିକଟରେ ଭୁବନେଶ୍ୱର ଶଙ୍ଖଭବନରୁ ଫେରିବା ପରେ ତାଙ୍କ ଟିକେଟ ନିଶ୍ଚିତ ବୋଲି ସମର୍ଥକମାନେ କହି ବୁଲୁଛନ୍ତି। ହେଲେ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ବିଜେଡିର ପ୍ରଚାର ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ଏହାର ସୁଯୋଗରେ ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ଏବଂ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡ଼ା ଜୋରଦାର ପ୍ରଚାର ଚଳାଇଛନ୍ତି।
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ (ବବି) ଏଥର ଯାଜପୁର ବିଧାନସଭା ଆସନ ବଦଳରେ ସମ୍ବଲପୁର ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ପରିବାରର ଜଣକୁ କୋରେଇ ପାଇଁ ବିଜେଡି ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଯାଜପୁର ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ କୋରେଇ ଅଞ୍ଚଳରେ ବୁଲାବୁଲି କରି ଦଳୀୟ କର୍ମୀମାନଙ୍କ ସହ ସମ୍ପର୍କ ରଖୁଛନ୍ତି। ଅନ୍ୟପକ୍ଷେ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ମଧ୍ୟ ବିଜେଡି ଟିକେଟ ଆଶାରେ ରହିଛନ୍ତି।
୨୦୧୯ ନିର୍ବାଚନରେ ଏଠାରେ ଭାଜପା ଦ୍ୱିତୀୟ ଓ କଂଗ୍ରେସ
ତୃତୀୟ ସ୍ଥାନରେ ରହିଥିଲା। ୨୦୧୪ ତୁଳନାରେ ବିଜେଡିର ଭୋଟ ହାର ୫୫.୮୧%ରୁ ୪୯.୮୧%କୁ ହ୍ରାସ
ପାଇବା ଦଳକୁ ଚିନ୍ତିତ କରିଥିଲା। ଅନ୍ୟପକ୍ଷରେ ଭାଜପାର ଭୋଟ ହାର ୧୫.୫୩%ରୁ ୪୦.୫%କୁ ବୃଦ୍ଧି ପାଇଥିଲା। କଂଗ୍ରେସରୁ ବନ୍ଦିତା ୨୮,୪୮୬(୧୯.୨୫%) ଭୋଟ ପାଇଥିଲେ। ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଣିକୋଇଲିଠାରେ ମେଡିକାଲ କଲେଜ ଦାବିରେ ଅଞ୍ଚଳବାସୀ ୧୦୪ ଦିନ ଆନ୍ଦୋଳନରେ ବସିଥିଲେ। କେହି ଆନ୍ଦୋଳନକୁ ଗୁରୁତ୍ୱ ଦେଇ ନ ଥିଲେ। ଶେଷରେ ଯାଜପୁର ବୈତରଣୀ ନଦୀକୂଳରେ ମେଡିକାଲ କଲେଜ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ଏହାକୁୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ୧୯୯୩ର ଜିଲା ସଦର ମହକୁମା ସ୍ଥାନ ପାଣିକୋଇଲି ପରିବର୍ତ୍ତେ ଯାଜପୁରରେ ହେବାର ଅସନ୍ତୋଷ ପୁଣି ତେଜିଉଠିଥିବା ଆଲୋଚନାରୁ ଜଣାପଡିଛି। ତେଣୁ କୋରେଇରେ ପୁଣି ଏକ ନୂଆ ମୁହଁ ଦେଇ ବିଜେଡି ବିଜୟୀ ପରମ୍ପରାକୁ ବଜାୟ ରଖିବ ବୋଲି ଚର୍ଚ୍ଚା ହେଉଛି। ହେଲେ ନିୟମିତ ପ୍ରାର୍ଥୀ ବଦଳ ପ୍ରକ୍ରିୟାରେ କୋରେଇବାସୀଙ୍କ ପ୍ରତି ନିର୍ବାଚିତ ପ୍ରତିନିଧିଙ୍କ ଉତ୍ତରଦାୟିତ୍ୱ ହଜିଯାଉଥିବା ଲୋକେ ମତ ଦେଉଛନ୍ତି। ଏହିକ୍ରମରେ କୋରେଇ ନିର୍ବାଚନମଣ୍ଡଳୀରେ ପ୍ରସ୍ତାବିତ ନୂତନ ଆଧୁନିକ ବସଷ୍ଟାଣ୍ଡ, ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ବ୍ୟାସନଗରକୁ ସବ୍‌ଡିଭିଜନ ମାନ୍ୟତା, ପାଟରଙ୍ଗା ଓ ତଳଗଡ଼ ପଞ୍ଚାୟତରେ କଲ୍ୟାଣମଣ୍ଡପ, ଶ୍ରମିକ ଆଶ୍ରୟସ୍ଥଳୀ, ରେଲୱେ ଓଭରବ୍ରିଜ ଓ ଗଳିପୋଲ, କୋରେଇ ଭବନ, ରାଜୀବ ଗାନ୍ଧୀ ଷ୍ଟାଡିୟମ, ଏନ୍‌ସି ହାଇସ୍କୁଲ ଖେଳପଡ଼ିଆର ଉନ୍ନତୀକରଣ, ଛୋଟରାୟପୁର ମିନି ଷ୍ଟାଡିୟମ ଇତ୍ୟାଦି ପ୍ରତିଶ୍ରୁତିରେ ଅଟକିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri