ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ରଣପୁର ପୋଲିସ ବିଜେଡି ନେତା ଆଲୋକ ପଟ୍ଟନାୟକ(୫୨)ଙ୍କୁ ଭୁବନେଶ୍ୱରରୁ ଗିରଫକରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଶୁକ୍ରବାର ଆଲୋକଙ୍କୁ ରଣପୁର ଉପକାରାଗାରକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁସାରେ ଫତେଗଡ ଥାନା ବାଇଗୁଣିଆ ଗଁାର ଆଲୋକ ପଟ୍ଟନାୟକ ଭୁବନେଶ୍ୱର ରସୁଲଗଡ଼ ବଜରଙ୍ଗବିହାର ଲେନ୍‌ ୨ ଚକେଇସିହାଣିରେ ରୁହନ୍ତି। ସେ ନିଜକୁ ବିଜେଡିର ଜଣେ ପ୍ରତିଷ୍ଠିତ ରାଜନେତା ବୋଲି ପରିଚୟ ଦେଇ ୫ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରଣପୁର ନିର୍ବାଚନମଣ୍ଡଳୀରେ ବିଜେଡିର ସଙ୍ଗଠନ କରୁଥିଲେ। ବିଜେଡିର ବିଭିନ୍ନ ସଭା ସମିତିରେ ଆଲୋକ ପ୍ରମୁଖ ଭୂମିକା ନେଉଥିବା ଦେଖିବାକୁ ମିଳିଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେଉଛନ୍ତି ବୋଲି ବିଭିନ୍ନ ସ୍ଥାନରେ ହୋର୍ଡିଂ, ପୋଷ୍ଟର ମାରିଥିଲେ। ହେଲେ ବିଧାୟକ ଟିକେଟ ସେ ପାଇ ନ ଥିଲେ। ଅପରପକ୍ଷେ ରାଜନୀତି ସହ ସେ ସମାଜସେବା ନଁାରେ ଯୁବକମାନଙ୍କୁ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଟଙ୍କା ନେଇଥିଲେ। ହେଲେ ଯୁବକମାନେ ଚାକିରି ନ ପାଇବାରୁ ଆଲୋକଙ୍କ ନଁାରେ ଠକେଇ ଅଭିଯୋଗ ଆଣିଥିଲା। ଡମସାହି ଗଁାର ଭାଗୀରଥି ପଲେଇଙ୍କ ଅଭିଯୋଗକ୍ରମେ ରଣପୁର ପୋଲିସ ଆଲୋକ ଓ ତାଙ୍କ ସ୍ତ୍ରୀ ଅନସୂୟାଙ୍କ ନଁାରେ ଭାରତୀୟ ନ୍ୟାୟ ସଂହିତା ଦଫା ୨୯୬, ୨୧୮(୨), ୩୧୮(୩), ୩୧୮(୪), ୩୫୧(୩), ୬୧(୨)ରେ ନଂ. ୩୪୦/୨୫ରେ ମାମଲା ରୁଜୁକରି ତଦନ୍ତ କରିଥିଲା। ଭାଗୀରଥିଙ୍କ ଭଣଜାକୁ ଅଗ୍ନଶିମ ବିଭାଗର ଡ୍ରାଇଭର ନିଯୁକ୍ତି କରାଇଦେବା କହି ଆଲୋକ ୧୦ ଲକ୍ଷ ଟଙ୍କା ମାଗିଥିଲେ। କଥା ଅନୁସାରେ, ଆଲୋକ ଓ ତାଙ୍କ ସ୍ତ୍ରୀଙ୍କ ନଁାରେ ଭାଗୀରଥି ବିଭିନ୍ନ କିସ୍ତିରେ ଫୋନ ପେ ଆକାଉଣ୍ଟରେ ୭ଲକ୍ଷ ୨୦ ହଜାର ଦେଇଥିଲେ। ହେଲେ ଆଲୋକ ଚାକିରି ବ୍ୟବସ୍ଥା କରାଇ ପାରି ନ ଥିଲେ କି ଟଙ୍କା ଫେରାଇ ନ ଥିଲେ। ଶେଷରେ ଭାଗୀରଥି ଗତ ୧୦ ତାରିଖରେ ରଣପୁର ଥାନାରେ ନ୍ୟାୟ ପାଇଁ ଅଭିଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri