ବିଜେଡି ନେତା ଆନ୍ଧ୍ର ଭାଷା କହୁଛନ୍ତି: ଭାଜପା

ଭୁବନେଶ୍ୱର,୪।୪(ବ୍ୟୁରୋ): କୋଟିଆ ବିବାଦ ଦୀର୍ଘଦିନ ଧରି ଚାଲିଆସିଛି। ଏହି ମାମଲା ଏବେ ସୁପ୍ରିମ୍‌କୋର୍ଟରେ ରହିଛି। ବାରମ୍ବାର ଏ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ଭାଜପା ଏ ପ୍ରସଙ୍ଗରୁ ଫାଇଦା ଉଠାଇବାକୁ ପୂରା ଦମ୍‌ ଲଗାଇଥିବା ବେଳେ ବିଜେଡି ମଧ୍ୟ ଏଥିପାଇଁ କେନ୍ଦ୍ର ଉପରକୁ ବଲ୍‌ ଫିଙ୍ଗିଛି।
କୋଟିଆ ଗସ୍ତରୁ ଫେରିବା ପରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ମିଳିତ ଭାବେ ସୋମବାର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେମାନେ କହିଛନ୍ତି, କୋଟିଆ ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ। ଓଡ଼ିଶାବାସୀଙ୍କ ସ୍ବାର୍ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଥିବା କଥାକୁ ସମର୍ଥନ ପରିବର୍ତ୍ତେ ବିଜେଡି ନେତା ଆନ୍ଧ୍ର ସରକାରଙ୍କ ଭାଷା କହୁଛନ୍ତି, ଯାହା ଦୁର୍ଭାଗ୍ୟଜନକ ଏବଂ ଓଡ଼ିଶା ବିରୋଧୀ ମାନସିକତାର ପ୍ରତିଫଳନ। କୋଟିଆରେ ସରକାରଙ୍କ କିଛି ଯୋଜନା ପହଞ୍ଚତ୍ନାହିଁି। ଭୁବନେଶ୍ୱରରେ ବସି ନେତା ଓ ବାବୁମାନେ କୋଟିଆରେ ରାସ୍ତାଘାଟ ଠିକ୍‌ ଅଛି ଏବଂ ନିର୍ମାଣ କାର୍ଯ୍ୟରେ ୧୫୦ କୋଟି ଟଙ୍କା ବିନିଯୋଗ ହୋଇଛି କହିବା ହାସ୍ୟାସ୍ପଦ। ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କୋଟିଆବାସୀଙ୍କୁ କଷ୍ଟ ଦେଉଛି। ଧର୍ମେନ୍ଦ୍ର କୋଟିଆ ମାଟିରୁ ଦଳମତ ନିର୍ବିଶେଷରେ ଆନ୍ଧ୍ରର ଅନୁପ୍ରବେଶ ବିରୋଧରେ ଏକଜୁଟ୍‌ ହେବାକୁ ଯେଉଁ ଆହ୍ବାନ ଦେଇଥିଲେ ତାହାକୁ ବିଜେଡି ସ୍ବାଗତ କରିବା ବଦଳରେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତାର ପରିଚୟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ୨୦୧୮ ଏପ୍ରିଲ ୯ରେ କୋଟିଆ ଗସ୍ତ ସମୟରେ ଲୋକମାନଙ୍କର ସମସ୍ୟା ଶୁଣିବା ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଚିଠି ଦେବା ସହ ବ୍ୟକ୍ତିଗତ ଭାବେ ସାକ୍ଷାତ୍‌ କରି କୋଟିଆ ସମସ୍ୟା ଉପରେ ଆଲୋଚନା କରିଥିଲେ। ୨୦୨୦ ଓ ୨୦୨୧ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ହସ୍ତକ୍ଷେପ ଲୋଡ଼ିଥିଲେ। ପରବର୍ତ୍ତୀ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ୨୨ ସେପ୍ଟେମ୍ବର ୨୦୨୧ରେ ମଧ୍ୟ କୋଟିଆ ଗ୍ରାମପୁଞ୍ଜ ବିବାଦର ସମାଧାନ ପାଇଁ ଚିଠି ମାଧ୍ୟମରେ ୪ଟି ପ୍ରସ୍ତାବ ଦେଇଥିଲେ। ୩୧ ଅକ୍ଟୋବର ୨୦୨୨ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ପତ୍ର ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃ ରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ। ୨୦୨୧ ନଭେମ୍ବର ୮ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ୍‌ ହୋଇଥିଲା। ଏକ ଯୁଗ୍ମ ଉଚ୍ଚସ୍ତରୀୟ କମିଟି କୋଟିଆ ପଞ୍ଚାୟତରେ ଥିବା ୨୧ଟି ଗ୍ରାମପୁଞ୍ଜର ବିବାଦକୁ ସମାଧାନ କରିବ ବୋଲି ମତପ୍ରକାଶ କରିଥିଲେ। ଏହି ସାକ୍ଷାତ୍‌ର ପାଖାପାଖି ଦେଢ଼ବର୍ଷ ପରେ ବିବାଦ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ଅନୁପ୍ରବେଶ କରିବା ଏକ ସଙ୍ଗିନ ପ୍ରସଙ୍ଗ ବୋଲି ବିଧାୟକମାନେ କହିିଛନ୍ତି।
ଅନ୍ୟପକ୍ଷରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, କୋଟିଆ ଆଜିର ଇସ୍ୟୁ ନୁହେଁ। କୋଟିଆ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଏବେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଯଦି କୋଟିଆ ଯାଇଛନ୍ତି ତେବେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏହାର ସମାଧାନ କରାନ୍ତୁ। ଯେଉଁ ରାସ୍ତାରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଯାଉଛି ସେହି ରାସ୍ତା ମୁଖ୍ୟମନ୍ତ୍ରୀଙ୍କ କୋଟିଆ ପ୍ୟାକେଜରେ ନିର୍ମାଣ କରାଯାଇଛି ବୋଲି ପ୍ରମିଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri