କୋରାପୁଟ,୨୬।୭,(ଅମିତାଭ ବେହେରା ): ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ସମୁଖରେ ଅବିଭକ୍ତ କୋରାପୁଟ ଜିଲାର ବିଜେଡି ନେତା ଓ କର୍ମୀଙ୍କ ଧାରଣା ଦେଇଛନ୍ତି। ବିଜେଡି ନେତା ରବି ନନ୍ଦଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା,ପୂର୍ବତନ ଏମପି ରମେଶ ମାଝୀ, ପ୍ରଦୀପ ମାଝୀ, ଝିନ୍ନ ହିକକା, ପୂର୍ବତନ ବିଧାୟକ ପ୍ରଭୁ ଯାନୀ, ରଘୁରାମ ପଡାଲ,ମନୋହର ରନ୍ଧାରୀ, ପଦ୍ମିନୀ ଦିଆନ, କୋରାପୁଟ ଜିଲାପରିଷଦ ଅଧକ୍ଷା ସସ୍ମିତା ମେଲେକା, କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠି, ବିଜେଡି ନେତ୍ରୀ ଅନୁସୂୟା ମାଝୀ, ବିଜେଡି ନେତା ଭୁର୍ଗୁ ବକ୍ସିପାତ୍ରଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀମାନେ ଧାରଣାରେ ସାମିଲ ହୋଇଥିଲେ।


