ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ମୃତବ୍ୟକ୍ତି

ପାରଳାଖେମୁଣ୍ଡି, ୨୭ା୨(ଡି.ଏନ୍‌.ଏ):ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ଜଣେ ମୃତବ୍ୟକ୍ତି। ସେ ହେଲେ ଗଜପତି ଜିଲା ପାରଳାଖେମୁଣ୍ଡିର ସ୍ବର୍ଗତ ରାମନାଥ ମିଶ୍ର। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ସ୍ଥାଣୁଥିବା ବିଜେଡି ଆଇନ ସାମ୍ମୁଖ୍ୟର ପୁନର୍ଗଠନ କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଶନିବାର ୫୧ଜଣିଆ ଆଇନ ସାମ୍ମୁଖ୍ୟ ଗଠନ କରାଯାଇଛି। ମିଲନ କାନୁନ୍‌ଗୋଙ୍କୁ ସାମ୍ମୁଖ୍ୟର ରାଜ୍ୟ ସଭାପତି କରାଯାଇଥିବା ବେଳେ ତାଙ୍କ ସହିତ ୪ଜଣ ଉପଦେଷ୍ଟା, ୭ ଜଣ ଉପସଭାପତି, ଜଣେ ସମ୍ପାଦକ, ଜଣେ ରାଜ୍ୟ ସଂଯୋଜକ ଓ ୪ ଜଣ ଜୋନାଲ ସଂଯୋଜକଙ୍କୁ ନିଯୁକ୍ତି ମିଳିଛି। ଏଥିସହିତ ୩୩ଟି ସାଂଗଠନିକ ଜିଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏହି ତାଲିକାରେ ସ୍ବର୍ଗତ ରାମନାଥ ମିଶ୍ରଙ୍କୁ ଗଜପତି ଜିଲା ଆଇନ ସାମ୍ମୁଖ୍ୟର ସଭାପତି କରାଯାଇଛି। ସ୍ବର୍ଗତ ମିଶ୍ର ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ସେ ପାରଳାଖେମୁଣ୍ଡି ଓକିଲ ସଂଘର ସଭାପତି ଭାବେ ୨୫ ଥର ନିର୍ବାଚିତ ହୋଇଥିଲେ। ତେବେ ୨୦୨୨ ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ରାମନାଥଙ୍କ ଦେହାନ୍ତ ହେବାର ୪ମାସ ପରେ ବିଜେଡି ଆଇନ ସାମ୍ମୁଖ୍ୟ ପାଇଁ ପ୍ରସ୍ତୁତ ତାଲିକାରେ ତାଙ୍କ ନାମ ପ୍ରକାଶ କରାଯିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ବିଜେଡି ମୃତ ଲୋକଙ୍କୁ ନେଇ ସାମ୍ମୁଖ୍ୟ ଗଠନ କରୁଛି। କିଏ ଜୀବିତ କିମ୍ବା ମୃତ ଦଳ ପାଖରେ ସୂଚନା ରହୁନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

ଓଡ଼ିଆ ପକ୍ଷରେ କ୍ୟାମ୍ପସ ସଫେଇ: ଓଡ଼ିଆ ଅସ୍ମିତା ଉପରେ ସଚେତନ କରାଇବା ଲକ୍ଷ୍ୟ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ସୋମବାର ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଅଧକ୍ଷ ବିଭାସ କୁମାର ଦାସଙ୍କ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri