ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ମୃତବ୍ୟକ୍ତି

ପାରଳାଖେମୁଣ୍ଡି, ୨୭ା୨(ଡି.ଏନ୍‌.ଏ):ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ଜଣେ ମୃତବ୍ୟକ୍ତି। ସେ ହେଲେ ଗଜପତି ଜିଲା ପାରଳାଖେମୁଣ୍ଡିର ସ୍ବର୍ଗତ ରାମନାଥ ମିଶ୍ର। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ସ୍ଥାଣୁଥିବା ବିଜେଡି ଆଇନ ସାମ୍ମୁଖ୍ୟର ପୁନର୍ଗଠନ କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଶନିବାର ୫୧ଜଣିଆ ଆଇନ ସାମ୍ମୁଖ୍ୟ ଗଠନ କରାଯାଇଛି। ମିଲନ କାନୁନ୍‌ଗୋଙ୍କୁ ସାମ୍ମୁଖ୍ୟର ରାଜ୍ୟ ସଭାପତି କରାଯାଇଥିବା ବେଳେ ତାଙ୍କ ସହିତ ୪ଜଣ ଉପଦେଷ୍ଟା, ୭ ଜଣ ଉପସଭାପତି, ଜଣେ ସମ୍ପାଦକ, ଜଣେ ରାଜ୍ୟ ସଂଯୋଜକ ଓ ୪ ଜଣ ଜୋନାଲ ସଂଯୋଜକଙ୍କୁ ନିଯୁକ୍ତି ମିଳିଛି। ଏଥିସହିତ ୩୩ଟି ସାଂଗଠନିକ ଜିଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏହି ତାଲିକାରେ ସ୍ବର୍ଗତ ରାମନାଥ ମିଶ୍ରଙ୍କୁ ଗଜପତି ଜିଲା ଆଇନ ସାମ୍ମୁଖ୍ୟର ସଭାପତି କରାଯାଇଛି। ସ୍ବର୍ଗତ ମିଶ୍ର ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ସେ ପାରଳାଖେମୁଣ୍ଡି ଓକିଲ ସଂଘର ସଭାପତି ଭାବେ ୨୫ ଥର ନିର୍ବାଚିତ ହୋଇଥିଲେ। ତେବେ ୨୦୨୨ ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ରାମନାଥଙ୍କ ଦେହାନ୍ତ ହେବାର ୪ମାସ ପରେ ବିଜେଡି ଆଇନ ସାମ୍ମୁଖ୍ୟ ପାଇଁ ପ୍ରସ୍ତୁତ ତାଲିକାରେ ତାଙ୍କ ନାମ ପ୍ରକାଶ କରାଯିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ବିଜେଡି ମୃତ ଲୋକଙ୍କୁ ନେଇ ସାମ୍ମୁଖ୍ୟ ଗଠନ କରୁଛି। କିଏ ଜୀବିତ କିମ୍ବା ମୃତ ଦଳ ପାଖରେ ସୂଚନା ରହୁନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri