ଜି.ଉଦୟଗିରି କାଉନସିଲର ଉପନିର୍ବାଚନରେ ବିଜେଡି ବିଜୟୀ

ଜି.ଉଦୟଗିରି,୧୩ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍‌ଏସିର ୬ ନମ୍ବର ଓ୍ବାର୍ଡ କାଉନସିଲର ପଦବୀ ନିମନ୍ତେ ଗୁରୁବାର ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି। ସିଦ୍ଧେଶ୍ୱରୀ ସମୁଦାୟ ୬୫ଟି ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ସ୍ବାଧୀନ ପ୍ରାର୍ଥୀ ରାଖାଲ ନାୟକ ୫୩ଟି ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ କୁଞ୍ଜବିହାରୀ ନାୟକ ୧୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଭାଜପା ପ୍ରାର୍ଥିନୀ ସୁଜାତା ନାୟକ ମାତ୍ର ଗୋଟିଏ ଭୋଟ ପାଇଛନ୍ତି। ୬ ନମ୍ବର ଓ୍ବାର୍ଡର ସମୁଦାୟ ୧୯୮ ଜଣ ଭୋଟରଙ୍କ ମଧ୍ୟରୁ ୧୩୩ ଜଣ ମତଦାନ କରିଥିଲେ। ଆଜି ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ୱରୀ ନାୟକଙ୍କୁ ନିର୍ବାଚନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ ବିଜୟୀ ଘୋଷଣା କରିଛନ୍ତି।