‘ମିଶନ ଶକ୍ତି ବନ୍ଦହେବା ନେଇ ମିଛ ପ୍ରଚାର କରୁଛି ବିଜେଡି’

ଭୁବନେଶ୍ୱର, ୮ା୩(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ କରିବା ପାଇଁ ରାଜ୍ୟର ମହିଳମାନେ ଏଥର ଭାଜପାକୁ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ, ଭାଜପା ଓଡ଼ିଶାରେ ସରକାର ଗଢ଼ିଲେ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ। ଦଳ ସରକାର ଗଠନ ପରେ ଏହି ପ୍ରତିଶ୍ରୁତି ପୂରଣ କରିଛି। ମାତ୍ର ୮ ମାସରେ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଦେଇଛି। ଏବେ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ବିଜେଡି ମିଛ ପ୍ରଚାର କରୁଛି। ମାତ୍ର ଏହି ମିଶନ ଶକ୍ତି ମହିଳାମାନଙ୍କୁ ନବୀନ ପଟ୍ଟନାୟକ ସରକାରରେ ଥିଲାବେଳେ ୩ ମାସର ଦରମା ନ ଦେଇ ରାଜରାସ୍ତାରେ ବସାଇଥିଲେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ପ୍ରଭାତୀ କହିଛନ୍ତି, ନବୀନ କରିଥିବା ପାପକୁ ଧୋଇବା ପାଇଁ ଲକ୍ଷପତି ଦିଦି ଯୋଜନାରେ ମିଶନ ଶକ୍ତି ସଦସ୍ୟାଙ୍କୁ ୧୦ ମାସର ଦରମା ଦେବାକୁ ଘୋଷଣା କରିଛୁ। ବିଜେଡି ସବୁବେଳେ ଭୋଟବ୍ୟାଙ୍କ ପଲିଟିକ୍ସ କରୁଥିଲା। ୨୪ ବର୍ଷ ଧରି ଚକ୍ରାନ୍ତକରି ମହିଳଙ୍କୁ କେବଳ ଋଣ ଦେଇ ସୁଧ ଛାଡ଼ କରୁଥିଲା। ମାତ୍ର ଭାଜପା ସରକାରରେ ମହିଳାଙ୍କ ପାଇଁ ଋଣ ନୁହେଁ ପ୍ରୋତ୍ସାହନ ରାଶି ସ୍ବରୂପ ସୁଭଦ୍ରା ଯୋଜନାରେ ଅଦ୍ୟାବଧି ୧୦ ହଜାର କୋଟି ଟଙ୍କା ଦିଆଯାଇଛି। ସୁଭଦ୍ରା ଯୋଜନାର ସଫଳ ରୂପାୟନ, ଓଡ଼ିଶାର ମା’ ଭଉଣୀଙ୍କ ଉଦ୍ୟୋଗୀ ହେବାର ସ୍ବପ୍ନକୁ ମଧ୍ୟ ପୂରଣ କରିବ। ବିକଶିତ ଓଡ଼ିଶାର ଗଠନରେ ଏହି ଯୋଜନା ମୂଳପିଣ୍ଡ ହେବ। ଏହି ଯୋଜନା ପାଇଁ ୫ ବର୍ଷରେ ମୋଟ୍‌ ୫୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯିବ। ସୁଭଦ୍ରା ଯୋଜନା ଓଡ଼ିଶା ଇତିହାସରେ କାର୍ଯ୍ୟକାରୀ ହୋଇଥିବା
ସବୁଠାରୁ ବୃହତ୍‌ ମହିଳା ସଶକ୍ତୀକରଣ ଯୋଜନା ଭାବେ ପରିଗଣିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ନଁା ନେଇଯିବା ଭୟରେ ବିଜେଡି ସରକାର ସମୟରେ ଲକ୍ଷପତି ଯୋଜନା କାର୍ଯ୍ୟକାରୀ କରେଇ ଦିଆଯାଉ ନ ଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ପୂର୍ବରୁ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ମାତ୍ର ଏଥର ପ୍ରଥମ ଥର ପାଇଁ ଭାଜପା ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ଏହି ଦିବସ ପାଳନ କରୁଛି। ଭାଜପା ମହିଳାଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ଦଳରେ କାର୍ଯ୍ୟ କରିଥିବା ନାରୀନେତ୍ରୀମାନେ ଦେଶର ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ,ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ଭାଜପା ଶାସନରେ ବର୍ତ୍ତମାନର ମହିଳା ଉନ୍ନତି ପଥରେ ଅଗ୍ରସର ବୋଲି ସେ କହିଛନ୍ତି। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୨୦ ଜଣ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ଉତ୍ତରୀୟ ଏବଂ ଫଳକ ଦେଇ ସମ୍ମାନିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri