ଭୁଶୁଡୁଛି ବିଜେଡି: ଭାଜପାର ଦବ୍‌ଦବା ଆରମ୍ଭ

ଛତ୍ରପୁର,୧ା୩(ସନ୍ତୋଷ ପାଢ଼ୀ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦୀର୍ଘବର୍ଷ ଧରି ସିପିଆଇ କବ୍‌ଜାରେ ଥିଲା। ସିପିଆଇର ଏହି ଗଡ଼କୁ ଭାଙ୍ଗି ବିଜେଡି ୨୦୧୪ ଓ ୨୦୧୯ ନିର୍ବାଚନରେ ନିଜ ଦଖଲକୁ ଆଣିଥିଲା। ୨୦୨୪ ନିର୍ବାଚନରେ ଏଠାରେ ଭାଜପା ବାଜିମାତ କରିଥିଲା। ଭାଜପାରୁ କୃଷ୍ଣଚନ୍ଦ୍ର ନାୟକ ବିଧାୟକ ନିର୍ବାଚିତ ହେବା ପରଠୁ ବିଜେଡିର ବହୁ ଆଗଧାଡିର ଓ ପୁରୁଖା ନେତା, ସେମାନଙ୍କ ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର ଏବଂ ବହୁ କର୍ମୀ ଦଳ ଛାଡିବାରେ ଲାଗିଛନ୍ତି । ସେମାନେ ଭାଜପାରେ ସାମିଲ ହେଉଥିବା ଦେଖାଯାଉଛି। ଯଦ୍ଦ୍ବାରା ଭାଜପା ଅଧିକ ସୁଦୃଢ ହେଉଥିବା ବେଳେ ବିଜେଡି ଗଡ଼ ଭୁଶୁଡିଚାଲିଛି। ନିର୍ବାଚନମଣ୍ଡଳୀ ଅଧୀନ ୩ ଏନ୍‌ଏସି ଯଥା ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ଅଧ୍ୟକ୍ଷା ଭାଜପାର ଅଛନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଛତ୍ରପୁରରୁ ସୁବାସଙ୍କୁ ପ୍ରାର୍ଥୀ କରିବା ଏବଂ ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପାରୁ ଆସିଥିବା ତଥା ବାହାର ଜ଼ିଲାର ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିବାରୁ ଦଳରେ ବିରୋଧାଭାସ ଦେଖାଯାଇଥିଲା। ଏପରିକି କେତେଜଣ ଦଳ ମଧ୍ୟ ଛାଡିଥିଲେ। ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ଛତ୍ରପୁର ବିଧାୟକ ରାମଚନ୍ଦ୍ର ପଣ୍ଡା ଓ ତାଙ୍କର ବହୁ ସମର୍ଥକ ଦଳ ଛାଡି ଭାଜପାରେ ମିଶିବା ବିଜେଡ଼ିକୁ ଶକ୍ତ ଧକ୍କା ଦେଇଥିଲା। ନିର୍ବାଚନ ପରେ ଭାଜପା ପକ୍ଷରୁ ସୁନ୍ଦରପୁର ଓ ଛତ୍ରପୁର ସହରରେ ୨ଟି ମିଶ୍ରଣ ପର୍ବ ଆୟୋଜନ କରାଗଲାଣି। ସେଥିରେ ବିଜେଡିର ବହୁ ନେତା ଓ ପଞ୍ଚାୟତ ଜନପ୍ରତିନିଧି ଭାଜପାରେ ସାମିଲ ହୋଇଛନ୍ତି। ଛତ୍ରପୁର ସହରରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିର ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି ଭାଜପାରେ ମିଶିଛନ୍ତି। ତେଣୁ ଏଠାରେ ବିଜେଡି ଗଡ଼ ଭୁଶୁଡ଼ିଲାଣି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ବିଶେଷକରି ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ, ପୂର୍ବତନ ଜ଼ିଲା ପରିଷଦ ସଭ୍ୟ ଓ ସରପଞ୍ଚ ଏସ. କିଶୋର ରେଡ୍ଡୀ, ପୂର୍ବତନ ସରପଞ୍ଚ ଅଶୋକ ପାଣିଗ୍ରାହୀ,ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ବାପି ଦାସ, ଅଗସ୍ତିନୂଆଗାଁ ସରପଞ୍ଚ ଊର୍ମିଳା ଦାସଙ୍କ ସମେତ ବହୁ ସମିତିସଭ୍ୟ, ସରପଞ୍ଚ ଏବଂ ପୂର୍ବତନ ସମିତିସଭ୍ୟ, ସରପଞ୍ଚ ବିଜେଡ଼ି ଛାଡି ଭାଜପାରେ ଯୋଗ ଦେଇଛନ୍ତି। ପ୍ରାୟ ସମସ୍ତେ ରାଜନୀତିରେ ବେଶ ଅଭିଜ୍ଞ। ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଛତ୍ରପୁରରୁ ବିଜେଡ଼ିକୁ ମୂଳପୋଛ କରିଦେବାକୁ ଭାଜପା ଟାର୍ଗେଟ ରଖିଛି। ବିଧାୟକ ପ୍ରତିଦିନ ନିର୍ବାଚନମଣ୍ଡଳୀ ବୁଲୁଥିବା ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନ ବେଳେ ନିଜ ଦଳର ବିଧାୟକ ସୁବାସଙ୍କୁ ଚ୍ୟାଲେଞ୍ଜ ଦେଇ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ବିଜୟୀ ହୋଇଥିଲେ। କିନ୍ତୁ ବିଜେଡ଼ିର ସେହି ଗେମ ଚେଞ୍ଜର ଗୋଷ୍ଠୀ ଏବଂ ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ ଏବେ ଭାଜପା ଶିବିରରେ ପହଞ୍ଚିଛନ୍ତି। ନିର୍ବାଚନ ହାରିବା ପରେ ସୁବାସ ଆଉ ସେଭଳି ନିର୍ବାଚନ ମଣ୍ଡଳୀରେ ବୁଲୁନାହାନ୍ତି। କାଁ ଭାଁ ହାତଗଣତି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri