ଭୁଶୁଡୁଛି ବିଜେଡି: ଭାଜପାର ଦବ୍‌ଦବା ଆରମ୍ଭ

ଛତ୍ରପୁର,୧ା୩(ସନ୍ତୋଷ ପାଢ଼ୀ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦୀର୍ଘବର୍ଷ ଧରି ସିପିଆଇ କବ୍‌ଜାରେ ଥିଲା। ସିପିଆଇର ଏହି ଗଡ଼କୁ ଭାଙ୍ଗି ବିଜେଡି ୨୦୧୪ ଓ ୨୦୧୯ ନିର୍ବାଚନରେ ନିଜ ଦଖଲକୁ ଆଣିଥିଲା। ୨୦୨୪ ନିର୍ବାଚନରେ ଏଠାରେ ଭାଜପା ବାଜିମାତ କରିଥିଲା। ଭାଜପାରୁ କୃଷ୍ଣଚନ୍ଦ୍ର ନାୟକ ବିଧାୟକ ନିର୍ବାଚିତ ହେବା ପରଠୁ ବିଜେଡିର ବହୁ ଆଗଧାଡିର ଓ ପୁରୁଖା ନେତା, ସେମାନଙ୍କ ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର ଏବଂ ବହୁ କର୍ମୀ ଦଳ ଛାଡିବାରେ ଲାଗିଛନ୍ତି । ସେମାନେ ଭାଜପାରେ ସାମିଲ ହେଉଥିବା ଦେଖାଯାଉଛି। ଯଦ୍ଦ୍ବାରା ଭାଜପା ଅଧିକ ସୁଦୃଢ ହେଉଥିବା ବେଳେ ବିଜେଡି ଗଡ଼ ଭୁଶୁଡିଚାଲିଛି। ନିର୍ବାଚନମଣ୍ଡଳୀ ଅଧୀନ ୩ ଏନ୍‌ଏସି ଯଥା ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ଅଧ୍ୟକ୍ଷା ଭାଜପାର ଅଛନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଛତ୍ରପୁରରୁ ସୁବାସଙ୍କୁ ପ୍ରାର୍ଥୀ କରିବା ଏବଂ ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପାରୁ ଆସିଥିବା ତଥା ବାହାର ଜ଼ିଲାର ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିବାରୁ ଦଳରେ ବିରୋଧାଭାସ ଦେଖାଯାଇଥିଲା। ଏପରିକି କେତେଜଣ ଦଳ ମଧ୍ୟ ଛାଡିଥିଲେ। ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ଛତ୍ରପୁର ବିଧାୟକ ରାମଚନ୍ଦ୍ର ପଣ୍ଡା ଓ ତାଙ୍କର ବହୁ ସମର୍ଥକ ଦଳ ଛାଡି ଭାଜପାରେ ମିଶିବା ବିଜେଡ଼ିକୁ ଶକ୍ତ ଧକ୍କା ଦେଇଥିଲା। ନିର୍ବାଚନ ପରେ ଭାଜପା ପକ୍ଷରୁ ସୁନ୍ଦରପୁର ଓ ଛତ୍ରପୁର ସହରରେ ୨ଟି ମିଶ୍ରଣ ପର୍ବ ଆୟୋଜନ କରାଗଲାଣି। ସେଥିରେ ବିଜେଡିର ବହୁ ନେତା ଓ ପଞ୍ଚାୟତ ଜନପ୍ରତିନିଧି ଭାଜପାରେ ସାମିଲ ହୋଇଛନ୍ତି। ଛତ୍ରପୁର ସହରରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିର ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି ଭାଜପାରେ ମିଶିଛନ୍ତି। ତେଣୁ ଏଠାରେ ବିଜେଡି ଗଡ଼ ଭୁଶୁଡ଼ିଲାଣି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ବିଶେଷକରି ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ, ପୂର୍ବତନ ଜ଼ିଲା ପରିଷଦ ସଭ୍ୟ ଓ ସରପଞ୍ଚ ଏସ. କିଶୋର ରେଡ୍ଡୀ, ପୂର୍ବତନ ସରପଞ୍ଚ ଅଶୋକ ପାଣିଗ୍ରାହୀ,ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ବାପି ଦାସ, ଅଗସ୍ତିନୂଆଗାଁ ସରପଞ୍ଚ ଊର୍ମିଳା ଦାସଙ୍କ ସମେତ ବହୁ ସମିତିସଭ୍ୟ, ସରପଞ୍ଚ ଏବଂ ପୂର୍ବତନ ସମିତିସଭ୍ୟ, ସରପଞ୍ଚ ବିଜେଡ଼ି ଛାଡି ଭାଜପାରେ ଯୋଗ ଦେଇଛନ୍ତି। ପ୍ରାୟ ସମସ୍ତେ ରାଜନୀତିରେ ବେଶ ଅଭିଜ୍ଞ। ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଛତ୍ରପୁରରୁ ବିଜେଡ଼ିକୁ ମୂଳପୋଛ କରିଦେବାକୁ ଭାଜପା ଟାର୍ଗେଟ ରଖିଛି। ବିଧାୟକ ପ୍ରତିଦିନ ନିର୍ବାଚନମଣ୍ଡଳୀ ବୁଲୁଥିବା ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନ ବେଳେ ନିଜ ଦଳର ବିଧାୟକ ସୁବାସଙ୍କୁ ଚ୍ୟାଲେଞ୍ଜ ଦେଇ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ବିଜୟୀ ହୋଇଥିଲେ। କିନ୍ତୁ ବିଜେଡ଼ିର ସେହି ଗେମ ଚେଞ୍ଜର ଗୋଷ୍ଠୀ ଏବଂ ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ ଏବେ ଭାଜପା ଶିବିରରେ ପହଞ୍ଚିଛନ୍ତି। ନିର୍ବାଚନ ହାରିବା ପରେ ସୁବାସ ଆଉ ସେଭଳି ନିର୍ବାଚନ ମଣ୍ଡଳୀରେ ବୁଲୁନାହାନ୍ତି। କାଁ ଭାଁ ହାତଗଣତି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?