ଭାଙ୍ଗୁଛି ବିଜେଡି! ବଡ଼ ଷଡଯନ୍ତ୍ର

ଭୁବନେଶ୍ୱର,୧।୮: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ମମତା ରାଜ୍ୟ ସଭା ଏମପି ପଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାକୁ ନେଇ ବଡ଼ ଷଡଯନ୍ତ୍ର ହୋଇଛି ବୋଲି ବିଜେଡିର ବରିଷ୍ଠ ନେତାମାନେ ଦାବି କରିଛନ୍ତି। ଏବେ ମମତାଙ୍କ ଆଗାମୀ ଯୋଜନା ଉପରେ ସମସ୍ତଙ୍କ ନଜର ରହିଛି। ଆଲୋଚନା ହେଉଛି କି, ସେ ଭାଜପାରେ ଯୋଗ ଦେଇ ପାରନ୍ତି।

ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ଗତ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ବିଜେଡିର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଦଳର ଜଣେ ପ୍ରଭାବଶାଳୀ ନେତା କୁଆଡ଼େ ମମତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କ ଚାପରେ ମମତା ଇସ୍ତଫା ଦେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସଭାରେ ଓଡ଼ିଶାର ୧୦ ଆସନ ମଧ୍ୟରୁ ବିଜେଡି ୯ ଏବଂ ଭାଜପାର ଜଣେ ସଦସ୍ୟ ରହିଥିଲେ। ମମତାଙ୍କ ଇସ୍ତଫା ପରେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ବିଜେଡିର ସଦସ୍ୟ ସଂଖ୍ୟା ୮କୁ ଖସିଆସିଛି। ଷଡ଼ଯନ୍ତ୍ର କରି ବିଜେଡିକୁ ରାଜ୍ୟ ସଭାରେ ଧୀରେ ଧୀରେ ଦୁର୍ବଳ କରିଦେବା ଉକ୍ତ ନେତାଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି। କାରଣ ମମତାଙ୍କ ଆସନରେ ନିର୍ବାଚନ ହେଲେ ଓଡ଼ିଶା ବିଧାନସଭାରେ ଦଳୀୟ ସଂଖ୍ୟା ଦୃଷ୍ଟିରୁ ତାହା ଭାଜପା ହାତକୁ ଚାଲିଯିବ। ଗତ ଲୋକ ସଭା ନିର୍ବାଚନରେ ବିଜେଡି କୌଣସି ଆସନରେ ଜିତି ନ ପାରିବା ଦଳ ପାଇଁ ଝଟକା ଥିଲା। ଏବେ ରାଜ୍ୟ ସଭାରେ ଗୋଟିଏ ଆସନ ହରାଇବା ଦ୍ୱାରା ଦିଲ୍ଲୀରେ ବିଜେଡିର ଉପସ୍ଥିତି ହ୍ରାସ ପାଇବ ବୋଲି କୁହାଯାଉଛି।

ତେବେ ଏହାକୁ ନେଇ ଭାଜପାର ବରିଷ୍ଠ ନେତା ବିଶେଶ୍ବର ଟୁଡୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମମତାଙ୍କୁ ଭାଜପା ଭଲ ଲାଗିଲେ, ସେ ଆସିପାରନ୍ତି। ମମତା ଭାଜପାକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ। ଦଳ ନିଜ ଲୋକଙ୍କୁ ନପଚାରିବାରୁ ସେ ଛାଡ଼ି ଥାଇପାରନ୍ତି। ବିଜେଡିକୁ ଭାଙ୍ଗିବାରେ ଭାଜପାର କୌଣସି ହାତ ନାହିଁ। ଦଳ ମୋତେ ଟିକେଟ ଦେଲାନି ତଥାପି ବି ମୁଁ କାମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ…

T20 ବିଶ୍ୱକପର ସୁପର-୮ ନିୟମକୁ ନେଇ ହେଲାଣି ହଙ୍ଗାମା, ସମାଲୋଚକଙ୍କୁ ଉପଯୁକ୍ତ ଜବାବ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ‘ସୁପର ୮’ ଗ୍ରୁପ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଲୋକମାନେ ଆଇସିସିର ନିୟମ…

୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା: ତଦନ୍ତ ସରିଲା, ଖସିଯିବେ ବଡ଼ବଡ଼ିଆ

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି ନୂଆଁ କଥା ନୁହେଁ। ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଏହା ଚାଲି ଆସୁଥିବା ଅଭିଯୋଗ ହୋଇଛି।…

ବିମାନ ବନ୍ଦରରେ ଏମିତି କିଛି କଥା କହିଲେ ଅନୁଷ୍କା, ହସ ରୋକି ପାରିଲେନି ବିରାଟ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବର୍ତ୍ତମାନ ଭାରତରେ ଅଛନ୍ତି। ସେମାନଙ୍କ ଗସ୍ତ ସମୟରେ, ସେମାନେ ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମ ପରିଦର୍ଶନ…

ଥାଳ ଧରି ବୁଲୁଛି ପାକିସ୍ତାନ, କିନ୍ତୁ ‘ରାଣୀ’ ମରିୟମ କିଣୁଛନ୍ତି ଏତେ ଟଙ୍କାର ବିମାନ, ଜାଣନ୍ତୁ ନୱାଜ ସରିଫଙ୍କ ରାଜକୁମାରୀ କେତେ ଧନୀ

ଇସଲାମାଦାଦ,୨୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ବିମାନ କିଣିବାକୁ ନେଇ ଖବରରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri