ଜୟଦେବ ଆସନ ଝୁଲାଇ ରଖିଛି ବିଜେଡି

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର):ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଏହାର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଛନ୍ତି। ୨୦୧୯ରେ ଏଠାରୁ ବିଜେଡି ଟିକେଟରେ ଜିତି ବିଧାୟକ ହୋଇଥିବା ଅରବିନ୍ଦ ଢାଲି ଏବେ ଭାଜପାରେ ଯୋଗଦେଇ ଟିକେଟ ହାତେଇଛନ୍ତି। ଗତ ନିର୍ବାଚନରେ ଭାଜପା ଲୋକ ସଭା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ଏହି ଆସନରେ ୨୦,୧୬୫ ଭୋଟ କମ୍‌ ପାଇଥିଲେ। ତେଣୁ ଭାଜପାକୁ ଏଠାରୁ ଉଭୟ ବିଧାନସଭା ଏବଂ ଲୋକ ସଭା ଭୋଟରେ ମାତ୍‌ ଦେବା ଭଳି ପ୍ରାର୍ଥୀଙ୍କୁ ଏବେ ବିଜେଡି ଖୋଜୁଛି। ତେବେ ୨୦୧୪ରେ ଏଠାରୁ ୫୬.୬୫% ଭୋଟ ପାଇ ବିଜୟୀ ହୋଇଥିବା ଶଶିଭୂଷଣ ବେହେରାଙ୍କୁ ଏଥର ବିଜେଡି ଟିକେଟ ଦେବାପାଇଁ ଚର୍ଚ୍ଚା ହେଉଥିବାବେଳେ ୨୦୧୯ରେ ଏଠାରୁ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟ ସ୍ଥାନରେ ରହିଥିବା ନବ କିଶୋର ମଲିକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।
ଚଳିତ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନ ବିଜେଡି ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ତେଣୁ ଏଠାରୁ ଦଳ ଜଣେ ଅଭିଜ୍ଞ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ତେଣୁ ଜଣେ ବରିଷ୍ଠ ନେତାଭାବେ ଶଶିଭୂଷଣଙ୍କ ଅଭିଜ୍ଞତା ରହିଛି। ଦଳ ଶଶିଙ୍କୁ ଟିକେଟ ଦେଲେ ପରିଚିତ ଚେହେରା ଭାବେ ଉଭୟ ବିଧାନସଭା ଏବଂ ଲୋକ ସଭା ପାଇଁ ଭଲ ଭୋଟ୍‌ ମିଳିପାରେ ବୋଲି ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଅପରପକ୍ଷରେ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସ୍ବାଧୀନ ପ୍ରାର୍ଥୀ ନବ କିଶୋରଙ୍କୁ ସ୍ଥାନୀୟ ଚନ୍ଦନ ପାତ୍ର ନାମକ ଜଣେ ବ୍ୟବସାୟୀ ସମର୍ଥନ ଦେଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଇଟି ବ୍ଲକ ଅଧ୍ୟକ୍ଷ ପଦବୀକୁ ଚନ୍ଦନ ପାତ୍ରଙ୍କ ସମର୍ଥତ୍ତ ପ୍ରାର୍ଥୀ ଦଖଲ କରିଛନ୍ତି। ଏପରି କି ବିଜେଡି ୬ଟି ଜିଲା ପରିଷଦ ଆସନ ହାତେଇବାରେ ଚନ୍ଦନଙ୍କ ପ୍ରମୁଖ ଭୂମିକା ମଧ୍ୟ ରହିଥିଲା। ତେଣୁ ବିଧାନସଭା ନିର୍ବାଚନରେ ତାଙ୍କ ସମର୍ଥତ୍ତ ପ୍ରାର୍ଥୀ ନବକିଶୋରଙ୍କୁ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଛି। ଏପରି କି ଚନ୍ଦନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବା ନେଇ ଶଙ୍ଖ ଭବନଠାରେ ଗୁରୁବାର ଆଲୋଚନା ହୋଇଥିବା ସେମାନଙ୍କ ଗୋଷ୍ଠୀର ଲୋକମାନେ ନିର୍ବାଚନମଣ୍ଡଳୀରେ କହି ବୁଲିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri