କଂଗ୍ରେସ ଭୋଟ ହାତେଇବାକୁ ମନ୍ମଥଙ୍କୁ ଦଳରେ ମିଶାଇଛିି ବିଜେଡି!

ଭୁବନେଶ୍ୱର, ୨୮।୩(ସୁନିତ୍‌ ମିଶ୍ର)ଭୁବନେଶ୍ୱର ଲୋକ ସଭା ଆସନ ଅନ୍ତର୍ଗତ ଜଟଣୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନଠାରେ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ସମେତ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ଉତ୍ତରୀୟ ପିନ୍ଧାଇ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ମନ୍ମଥ ସାମିଲ ହେବାର କିଛି ସମୟ ପରେ ବିଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେଥିରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଭାବେ ଦଳ ମନ୍ମଥଙ୍କ ଉପରେ ଭରସା କରିଛି। ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ତେବେ କିଛିଦିନ ତଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶାସକ ଦଳରୁ ଲୋକ ସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶେଷ ସମୟରେ ତାଙ୍କ ଉପରେ ଦଳ ଭରସା ନ କରି ନୂତନ କରି ବିଜେଡିରେ ସାମିଲ ହୋଇଥିବା ମନ୍ମଥଙ୍କୁ ଆଗକୁ ଛାଡ଼ିଛି।
ବୁଧବାର ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୭୨ଜଣ ବିଧାୟକ ଓ ୯ଜଣ ଲୋକ ସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ହେଲେ ଭୁବନେଶ୍ୱରରୁ ଶ୍ରୀମୟୀଙ୍କୁ ଟିକେଟ ବିଜେଡି ଦେବ ବୋଲି ବହୁ ଆଗରୁ ଗ୍ରୀନ୍‌ ସିଗ୍‌ନାଲ ଦେଇଥିଲେ ମଧ୍ୟ ଶେଷରେ ଏହାକୁ ପରିବର୍ତ୍ତନ କରିଦେଇଛି। ଏହାକୁ ନେଇ ଅପରାଜିତା ‘ଜୋ ଡର୍‌ଗୟା ୱୋ ମର୍‌ଗୟା’ ବୋଲି କହି ଜଣେ ମହିଳାଙ୍କୁ ଏମ୍‌ପି ପ୍ରାର୍ଥୀ ଭାବେ ବୁଲାଇ ପୁଣି ତାଙ୍କୁ ପ୍ରାର୍ଥୀ ନ କରିବା ବିଜେଡିର ମହିଳାଙ୍କ ପ୍ରତି ୟେ କି ସମ୍ମାନ ବୋଲି କଟାକ୍ଷ କରିଛନ୍ତି ।
ମନ୍ମଥ ବିଜେଡିରେ ଯୋଗଦେବା ପରେ ସୁର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ପୁଅକୁ ବୁଝାଇପାରିଲେ ନାହିଁ। ବିଜେଡିରେ ମିଶିବାକୁ ମନ୍ମଥ ଜିଦ୍‌ ଧରିଲେ। ଏହା ତାଙ୍କ ଆତ୍ମାକୁ ଏହା ବାଧିଛି। ତେଣୁ ନୈତିକତା ଦୃଷ୍ଟିରୁ ସେ କଂଗ୍ରେସର ଯେଉଁସବୁ ପଦରେ ଥିଲେ ସେସବୁଥିରୁ ଇସ୍ତଫା ଦେଇଛନ୍ତି। ବଡ଼ ପୁଅକୁ କଂଗ୍ରେସ ନିମାପଡ଼ାରୁ ଟିକେଟ ଦେଲେ ଘରକୁ ଘର ଯାଇ ପ୍ରଚାର କରିବେ ବୋଲି କହିଛନ୍ତି। ଅନ୍ୟପଟେ ଆତ୍ମାକୁ ବାଧିଥିବା କଥା କହୁଥିଲେ ମଧ୍ୟ ସୁରଙ୍କ ଆଉ ଏକ ଭିଡିଓ ପଦାକୁ ଆସିଛି। ସେ ତାଙ୍କ କର୍ମୀମାନଙ୍କୁ କହିଛନ୍ତି , ଯଦି ତାଙ୍କ ପୁଅ ବିଜେଡିକୁ ଯାଇଛି ତାକୁ କିପରି ହେଲେ ଜିତାଇବା ଦରକାର। ଏକଥା ଶତାଧିକ କର୍ମୀଙ୍କୁ ସୁର କହୁଥିବା କଥା ଦେଖିବାକୁ ପରେ ବହୁ କଂଗ୍ରେସ ନେତା ଏହାକୁ ନିନ୍ଦା କରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ସୁରଙ୍କ ବଡ଼ ପୁଅ ତାଙ୍କ ଭାଇଙ୍କ ପଦକ୍ଷେପ ଦ୍ୱାରା ବାପାଙ୍କ ୬୦ ବର୍ଷର ସମ୍ମାନ ଓ ସ୍ବାଭିମାନ ମାଟିରେ ପଡ଼ିଗଲା ବୋଲି କହିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ହରାଇ ବିଜୟୀ ହୋଇଥିଲେ। ଏଥର ମଧ୍ୟ ବିଜେଡି ଜଟଣୀ ଆସନରୁ ବିଭୂତିଙ୍କୁ ବିଧାୟକ ପ୍ରାର୍ଥୀ କରିଛି। ସୁର ଏଥର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ଅର୍ଥାତ୍‌ ସୁରଙ୍କ ପରିବାରରୁ ଜଟଣୀ ବିଧାନସଭା ଆସନରୁ ଏଥର କେହି ଲଢ଼ିବେ ନାହିଁ। ତେଣୁ ଏଠାରେ ବିଭୂତିଙ୍କ ପାଇଁ ଏକ ପ୍ରକାର ଖୋଲା ମଇଦାନ ମିଳିଯାଇଛି। ସୁର ମଧ୍ୟ ତାଙ୍କ ସମର୍ଥକଙ୍କୁ ମନ୍ମଥକୁ ଜିତାଇବା ସକାଶେ କହିସାରିଛନ୍ତି। ଅର୍ଥାତ୍‌ ସେହି ଭୋଟଗୁଡିକ ବିଭୂତିଙ୍କ ଖାତାକୁ ମଧ୍ୟ ଚାଲିଯିବ। ଏଭଳି ସ୍ଥିତିରେ ସୁର ସବୁକିଛି ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ କରିଥିବା ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି।
ଏଥର କଂଗ୍ରେସ ଯଦି ଭଲ ପ୍ରାର୍ଥୀ ଦେଇଥାଆନ୍ତା ତେବେ ତାହା ଭାଜପା ପାଇଁ ସାମାନ୍ୟ କଷ୍ଟ ସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଥିଲା। ସୁରଙ୍କୁ ଏଥର କଂଗ୍ରେସ ପ୍ରାର୍ଥୀ କରିବାକୁ ଏକ ପ୍ରକାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଥିଲା। ହେଲେ ବିଜେଡି ନିଜର ଜିତିବା ସମ୍ଭାବନାକୁ ବୃଦ୍ଧି କରିବା ସକାଶେ ସୁରଙ୍କ ପୁଅଙ୍କୁ ଟିକେଟ ଦେଇ ଲୋକ ସଭା ପ୍ରାର୍ଥୀ କରିଛି। ଏହାଦ୍ୱାରା ଲୋକ ସଭା ଭୋଟରେ ଜଟଣୀରେ ବିଜେଡି ବହୁ ଆଗରେ ରହିବା ସମ୍ଭାବନା ଅଧିକ ବୋଲି ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri