ଭାତହାଣ୍ଡି ଖାଲି କରିଦେଇଛି ବିଜେଡି: ମୋଦି

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)ପ୍ରକୃତି ସବୁକିଛି ଦେଇଛି। ଏଠାରେ ଅପାର ଧନସମ୍ପଦ, ପ୍ରାକୃତିକ ସମ୍ପଦ ଭରି ରହିଛି। ତଥାପି ବିଜେଡି ସରକାର ରାଜ୍ୟରେ ଦାରିଦ୍ର୍ୟକୁ ହଟାଇ ପାରିନାହିଁ ଏବଂ ରାଜ୍ୟର ଭାତହାଣ୍ଡିକୁ ଖାଲି କରି ଦେଇଛି ବୋଲି ଶନିବାର ବରଗଡ଼ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୋଦି କହିଥିଲେ, ଓଡ଼ିଶାର ସଂସ୍କୃତି, ପରମ୍ପରା ମହାନ୍‌। କିନ୍ତୁ ବିଜେଡି ସରକାର ୨୫ବର୍ଷ ଶାସନରେ ଓଡ଼ିଶାକୁ ବରବାଦ କରି ଦେଇଛି। ଏଠାରେ କୃଷକ, ବୁଣାକାର ସମସ୍ତଙ୍କ ଦୁଃଖ ବଢ଼ି ଚାଲିଛି। କୃଷକଙ୍କ ସମେତ ସବୁବର୍ଗର ଲୋକଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ବୋଲି ମୋଦି କହିଥିଲେ।

ମୋଦି ଆହୁରି କହିଥିଲେ, ଏବେ କୃଷକମାନେ ୟୁରିଆ ସାର ପାଇଁ ହଇରାଣ ହେଉନାହାନ୍ତି। ୩ ହଜାର ଟଙ୍କାରେ ଯେଉଁ ୟୁରିଆ ସାର କିଣୁଥିଲେ, ମୋଦି ସରକାରର ତାହା ଏବେ ୩ଶହ ଟଙ୍କାରେ ଯୋଗାଇ ଦେଉଛି। ତାଳଚେର ସାର କାରଖାନା ନିର୍ମାଣ ଦ୍ରୁତଗତିରେ ଚାଲିଛି। କୃଷକଙ୍କ ବିକାଶ ପାଇଁ ୧୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇ ଥିବାବେଳେ ଅନାର୍‌ ଭଣ୍ଡାର ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବରଗଡ଼ର ଚାଷୀଙ୍କୁ ୪୦୦କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଅପରପକ୍ଷେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ପ୍ରାୟ ୨୨୦୦ ଟଙ୍କା ଥିବାବେଳେ ରାଜ୍ୟର ଚାଷୀଙ୍କୁ ୧୬୦୦ରୁ ୧୭୦୦ଟଙ୍କା ମିଳୁଛି। ବାକି ଟଙ୍କା ବିଜେଡି ସରକାରଙ୍କ ଦଲାଲ ହାତକୁ ଯାଉଛି। ସେଭଳି ଭ୍ରଷ୍ଟାଚାରକୁ ରୋକାଯିବା କଥା କି ନୁହେଁ ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଶାସନକୁ ଆସିଲେ ଧାନ ଦର କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ କରାଯିବ ଏବଂ ୪୮ଘଣ୍ଟା ମଧ୍ୟରେ କୃଷକଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ମିଳିବ ବୋଲି ଓଡ଼ିଶା ଭାଜପା ଘୋଷଣା କରି ସାରିଛି। ପଡ଼ୋଶୀ ଛତିଶଗଡ଼ରେ ଚାଲିଥିବା ଭାଜପା ସରକାର କୃଷକଙ୍କୁ ଧାନବିକ୍ରିରେ ସେଭଳି ଦର ଦେଉଛି ଏବଂ ଏହା ହିଁ ହେଉଛି ମୋଦି ଗ୍ୟାରେଣ୍ଟି ବୋଲି ସେ କହିଥିଲେ। ମୋଦି କହିଥିଲେ, ସମ୍ବଲପୁରୀ ଶାଢ଼ି ସାରା ଦୁନଆରେ ନାଁ କରିଛି। ମୋଦି ସରକାର ମଧ୍ୟ ଟେକ୍ସଟାଇଲକୁ ଗୁରୁତ୍ୱ ଦେଇ ଆସୁଛି। ବୁଣାକାର ପରିବାରର ଛାତ୍ରୀଛାତ୍ରଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ଛାତ୍ରବୃତ୍ତି ଦିଆଯାଉ ଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ୬୦୦ରୁ ଅଧିକ ହ୍ୟାଣ୍ଡଲୁମ କ୍ଲଷ୍ଟର ସ୍ଥାପନ କରାଯାଇ ବୁଣାକାରଙ୍କୁ ତାଲିମ ଦିଆଯାଉଛି। ସେହିପରି ଶାସନକୁ ଆସିଲେ ଭାଜପା ରାଜ୍ୟରେ ୩ ହ୍ୟାଣ୍ଡଲୁମ ପାର୍କ ପ୍ରତିଷ୍ଠା କରିବାକୁ ଘୋଷଣା କରିଛି ବୋଲି ମୋଦି କହିଥିଲେ।
ଦେଶରେ ଆଦିବାସୀମାନେ ଉଭୟ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଅବହେଳିତ ଥିଲେ। କିନ୍ତୁ ମୋଦି ସରକାର ଆସିବା ପରେ ଆଦିବାସୀଙ୍କ କଲ୍ୟାଣ ପାଣ୍ଠି ୫ ଗୁଣା ବୃଦ୍ଧି ପାଇଥିବାବେଳେ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଥିବା ମୋଦି କହିଥିଲେ। ସେହିପରି ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହେବା ଗର୍ବ, ଗୌରବର ବିଷୟ। କିନ୍ତୁ କଂଗ୍ରେସ ରାଷ୍ଟ୍ରପତି ମୁର୍ମୁଙ୍କୁ ଯେଭଳି ଅପମାନ କରୁଛି, ତାହା ଆମ ସଭିଁଙ୍କ ପାଇଁ ଅପମାନ। ସେହିପରି କଂଗ୍ରେସ ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ସମ୍ବିଧାନରେ ହାତ ଲଗାଇବା ପାଇଁ କାହାରି ଶକ୍ତି ନାହିଁ। ଏଭଳି ସ୍ଥିତିରେ କଂଗ୍ରେସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ସେ ଆହ୍ବାନ କରିଥିଲେ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ମୋଦି ବିଜେଡି ସରକାରକୁ ସମାଲୋଚନା କରିଥିବାବେଳେ ଧନୁଯାତ୍ରା ଭଳି ଭାଜପାର ସଂକଳ୍ପ ସମାବେଶରେ ଦଳକୁ ଆଶୀର୍ବାଦ ପାଇଁ ଜନସମୁଦ୍ର ହୋଇଥିବାରୁ ଏହା ବି କିଛି କମ୍‌ ନୁହେଁ ବୋଲି ମୋଦି କହିଥିଲେ ଏବଂ ଦଳର ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ। ସମାବେଶରେ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ, ଭଟଲି ବିଧାୟକ ପ୍ରାର୍ଥୀ ଇରାଶିଷ୍‌ ଆଚାର୍ଯ୍ୟ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ, ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାଏକ, ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ଡ. ପ୍ରଭାସ ସିଂ, ଡା. ଅରୂପାନନ୍ଦ ସାହୁ, ମୁକ୍ତା ସାହୁ, ରାଧାରାଣୀ ପଣ୍ଡା, ମିଳନ ସେଠ, ଡି. ମୁରଲୀ କ୍ରିଷ୍ଣା, ସଙ୍ଗୀତା ନନ୍ଦ ପ୍ରମୁଖ ମଞ୍ଚରେ ଉପସ୍ଥିଥିଲେ। ଦଳର ବରିଷ୍ଠ ନେତା ସୁରେଶ୍ୱର ଶତପଥୀ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri