ଭୁବନେଶ୍ୱର,୩ା୯: ବିଜେଡିକୁ ବୁଧବାର କଡ଼ା ଟାର୍ଗେଟ୍ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୁରୀ ଦଳାଚକଟା ତଦନ୍ତ ରିପୋର୍ଟ ନେଇ ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ସିଏମଓକୁ ଦିଆସରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୁବ୍ଶୀଘ୍ର ରିପୋର୍ଟ ପ୍ରକାଶ କରାଯିବ। ବିଜେଡି ସରକାର ୨୩ଟି ତଦନ୍ତ କମିଟି ରିପୋର୍ଟ ଚାପିଦେଇଛନ୍ତି। ମାତ୍ର ଆମେ ସେପରି କାର୍ଯ୍ୟ କରିବୁ ନାହିଁ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।


