”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ ଦଶଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ ହୋଇଥିଲେ। ଏହାସହିତ ସେ କହିଥିଲେ, ” ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି, ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି ଓଡ଼ିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ମାଗିଲି।

ଏହାପରେ ସେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ। ”କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି, ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ। କିନ୍ତୁ ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି। ଏହି ସମୟରେ ମୋଦି ନରମ କଣ୍ଠରେ କହିଥିଲେ ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା। ”

ଏହାପରେ ସେ ”ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର ବୋଲି କହିଥିଲେ। ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ବାରା ଘେରି ରହିଛି। ସେପଟେ ସାରା ଦେଶବାସୀ ମୋଦି ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି, ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି। ତେଣୁ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଆସିବାକୁ ଯାଉଥିବା ସେ କହିଥିଲେ।”

ସେହିପରି ସେ କହିଥିଲେ, ”ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ, ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି। ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ ୬ ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ। ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ଦାୟୀ। ତେବେ ଯାଞ୍ଚ ରିପୋର୍ଟରେ କଣ ଥିଲା, କେଉଁ କାରଣରୁ ବିଜେଡି ସରକାର ରିପୋର୍ଟ ଲୁଚାଇ ରଖିଛନ୍ତି, ବିଜେଡିର ଚୁପ୍‌ ରହିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ତେବେ ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷିର-ପାଣି ଅଲଗା ହେବ, ଭାଜପା ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Video: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ, ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ…

ରାଜନଗର,୨୭ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ…

ଭାରତର ପ୍ରତିନିଧିତ୍ୱ କରିବେ ସୁଦର୍ଶନ

ପୁରୀ,୨୭ା୨(ଅଜିତ୍‌ କୁମାର ମହାନ୍ତି): ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀର ଭେନିସ୍‌ରେ ହେବାକୁ ଥିବା କନ୍‌ଟେମ୍ପରାରି ଭେନିସ୍‌-୨୦୨୬ର ୧୮ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ।…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

1 March new Rule: ପହିଲାରୁ ବଦଳିଯିବ ଏହି ୫ ନିୟମ, ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୨୭।୨: ପ୍ରତି ମାସର ପ୍ରଥମ ଦିନ କିଛି ନୂଆ ଜିନିଷ ଆଣିଥାଏ, କିନ୍ତୁ ୧ ମାର୍ଚ୍ଚ, ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ଏଥର, ପରିବର୍ତ୍ତନଗୁଡ଼ିକ କେବଳ…

ଯୁବତୀଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ଦେବଗଡ଼,୨୭ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳର ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ପୋଲିସ ଝରଝରିଖୋଳ ଗ୍ରାମର ଲିପୁନ…

ରୋଚକ ମୋଡ଼ରେ ଯନ୍ତ୍ରୀ-ଠିକାଦାର ବିବାଦ, ଶୀଘ୍ର ସମାଧାନ ନ ହେଲେ…

ବଲାଙ୍ଗୀର,୨୬ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠା) ଯନ୍ତ୍ରୀ ଓ ଠିକାଦାରଙ୍କ ବିବାଦ ଏବେ ରୋଚକ ମୋଡ଼ରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟାରେ…

ଭଦ୍ରକ-ଧାମରା ରେଳପଥ ଅବରୋଧ: ଦେଲେ ଏମିତି ଚେତାବନୀ, ଦାବି ପୂରଣ ନ ହେବା ଯାଏ…

ତିହିଡି଼,୨୭।୨(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡି଼ ବ୍ଲକ୍‌ ପୀରହାଟ ଥାନା ଅଧୀନ ସାହାପୁର ରାସ୍ତାର ଲେବଲ କ୍ରସିଂ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ରେଳପଥକୁ ଅବରୋଧ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri