BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦଳର ଆଭ୍ୟନ୍ତରୀଣ ଗଠନ ଓ ରାଜନୈତିକ ରଣନୀତିକୁ ନୂଆ ଦିଗ ଦେବ। ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ନବୀନ ଏକ ନୂତନ ଟିମ ଗଠନ କରିବେ, ଯେଉଁଥିରେ ଅଭିଜ୍ଞ ନେତାଙ୍କ ସହ ଯୁବ ନେତୃତ୍ୱଙ୍କୁ ମଧ୍ୟ ସ୍ଥାନ ଦିଆଯିବ।

ବିଜେଡିର ସାଂଗଠନିକ ନିର୍ବାଚନ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଶେଷ ହେବାକୁ ଯାଉଛି। ଏହି ପ୍ରକ୍ରିୟା ପରେ ନବୀନ ପଟ୍ଟନାୟକ ଦଳର ନୂତନ ଟିମ ଘୋଷଣା କରିବେ। ଏହି ଟିମରେ ଅଭିଜ୍ଞ ନେତାଙ୍କ ସହ ଯୁବ ଓ ଗତିଶୀଳ ନେତୃତ୍ୱଙ୍କୁ ସାମିଲ କରାଯିବ, ଯାହା ଦଳକୁ ଆଗାମୀ ର୍ନିବାଚନ ପାଇଁ ଅଧିକ ସଶକ୍ତ କରିବ।

ଏପ୍ରିଲ ୧୭ରେ ନବୀନ ପଟ୍ଟନାୟକ ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହା ସହ ସେ ନବମ ଥର ପାଇଁ ଦଳର ସଭାପତି ଭାବେ ର୍ନିବାଚିତ ହେବାକୁ ଯାଉଛନ୍ତି, ଯାହା ଏକ ବିରଳ ରେକର୍ଡ।

ନିକଟ ଅତୀତରେ ବିଜେଡି ଅନ୍ତଃକଳହର ସମ୍ମୁଖୀନ ହୋଇଛି, ବିଶେଷ କରି ଓ୍ବଫ (ସଂଶୋଧନ) ବିଲ ଉପରେ ରାଜ୍ୟ ସଭାରେ ଦଳର ଏମପିଙ୍କ ବିଭିନ୍ନ ମତଦାନ ଯୋଗୁଁ। ଏହି ଘଟଣା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଥିଲା। ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ନବୀନଙ୍କ ଏହି ସାଂଗଠନିକ ପରିବର୍ତ୍ତନ ଦଳକୁ ୨୦୨୪ ର୍ନିବାଚନରେ ପରାଜୟ ପରେ ନୂଆ ଉଦ୍ୟମ ଦେବା ଲକ୍ଷ୍ୟରେ କରାଯାଉଛି। ଏହା ଦ୍ୱାରା ଦଳ ଜନସାଧାରଣଙ୍କ ମଧ୍ୟରେ ନିଜର ପୂର୍ବ ଅବସ୍ଥାନକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛି।

କିଛିଦିନ ଧରି ବିଜେଡିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପ୍ରଥମେ ଓ୍ବକଅଫ୍‌ ବିଲ୍‌ ତା’ ପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ବାହାରିବା। ଏହାରି ଭିତରେ ବିଜେଡିର ସାଂଗଠିନକ ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ ହେବା ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି। କୁହାଯାଉଛି ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପ୍ରଥମଥର ପାଇଁ କ୍ଷମତାରେ ନ ଥିବାବେଳେ ବିଜେଡିରେ ସାଂଗଠନିକ ଅଦଳବଦଳ ହେବାକୁ ଯାଉଛି। ସଭାପତି ଭାବେ ନବୀନ ପଟ୍ଟନାୟକ ରହିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପରେ ୨ନଂ ନେତା କିଏ ହେବେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୯ରେ ନିଜ ପରେ ଦଳର ପାଓ୍ବାରଫୁଲ ନେତା ଭାବେ କାହାକୁ ବାଛିବେ ନବୀନ? କିଏ ହେବେ ବିଜେଡିର ନବୀନଙ୍କ ପରେ କ୍ଷମତାକେନ୍ଦ୍ରୀକ ବ୍ୟକ୍ତି। ଏନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

କିଏ ହେବେ ବିଜେଡିରେ ୨ନଂ ନେତା ? କହିବାର ଅର୍ଥ, ନବୀନଙ୍କ ପରେ ଦଳରେ କିଏ ହେବେ ପାୱାରଫୁଲ ? କିଏ ହେବେ ଦ୍ୱିତୀୟ କ୍ଷମତା କେନ୍ଦ୍ର। ରାଜନୀତିରେ ଆମେ ଦ୍ୱିତୀୟ କ୍ଷମତା କେନ୍ଦ୍ର ବିଷୟରେ ସବୁବେଳେ ଶୁଣି ଆସିଛେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା ମଧ୍ୟ ଆମର ନଜିର ରହିଛି। ୨ୟ କ୍ଷମତା କେନ୍ଦ୍ର ଅର୍ଥାତ୍‌ ଦଳର ମୁଖିଆଙ୍କ ପରେ ସବୁଠୁ ଶକ୍ତିଶାଳୀ ନେତା। ଏହାରି ଭିତରେ ବିଜେଡିର ୨ୟ କ୍ଷମତା କେନ୍ଦ୍ର କିଏ ହେବେ ଏନେଇ ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି, ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ଅଫିସିଆଲି ଭାବରେ ସଭାପତି ନବୀନ ପଟ୍ଟନାୟକଙ୍କ ପରେ ସଂଗଠନ ସଂପାଦକ ଥିବା ବବି ଦାସଙ୍କୁ ଦ୍ବିତୀୟ ପ୍ରଭାବଶାଳୀ ନେତା ବୋଲି ବିବେଚନା କରାଯାଉଥିଲା । ନିର୍ବାଚନ ପରାଜୟର ପ୍ରାୟ ୧୦ ମାସ ପରେ ଯେଉଁ ସାଙ୍ଗଠନିକ ପୁନର୍ଗଠନ ହେବାକୁ ଯାଉଛି, ସେଥିରେ ନବୀନଙ୍କ ପରେ କାହାକୁ ପାୱାରଫୁଲ କରାଯିବ, ତାକୁ ନେଇ ସସପେନ୍ସ ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ଯେଉଁ ନେତାଙ୍କ ନାଁ ଆଗକୁ ଆସୁଛି ସେମାନେ ହେଲେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ପ୍ରତାପ ଦେବ, ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ।

ତେବେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କିଏ? ୨୦୨୪ ନିର୍ବାଚନରେ ଯେତେବେଳେ ବିଜେଡିର ଷ୍ଟାର ତାଲିକା ପ୍ରକାଶ ପାଇଲା ସେତେବେଳେ ନବୀନଙ୍କ ପରେ ଭିକେ ପାଣ୍ଡିଆନଙ୍କ ନାଁ ଥିଲା। ଲିଷ୍ଟରେ ୧ ନମ୍ବରରେ ନବୀନ ଥିବାବେଳେ ୨ନଂରେ ପାଣ୍ଡିଆନ ଥିଲେ। ପ୍ରଚାରବେଳେ ନବୀନଙ୍କ ଅନୁପସ୍ଥିତିରେ ଦଳର ବଡ଼ ବଡ଼ ନ ଥିଲାବେଳେ ମଞ୍ଚରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁଥିଲା। ଏକ ପ୍ରକାର ଆମେ ଦେଖିଲେ ଜାଣି ପାରିବା ନବୀନ ନିର୍ବାଚନବେଳେ ହେଉ କି ନିଜ ରାଜନୈତିକ କ୍ୟାରିୟରେ ନିଜର ଦ୍ୱିତୀୟ କ୍ଷମତା କେନ୍ଦ୍ର ଦ୍ୱାରା ଦଳର ସମସ୍ତ କାମ କରିଥାନ୍ତି। କୌଣସି ବଡ଼ ଘୋଷଣା ହେଉ କି ରାଜନୈତିକ ଗୋଟି ଚାଳନା। ତେବେ ଏହାର ଉଦାହରଣ ୨୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା।

ନବୀନ ପଟ୍ଟନାୟକ, ଯିଏ ୧୯୯୭ ମସିହାରୁ ବିଜେଡିର ସଭାପତି ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି, ସେ ଏବେ ବି ଦଳର ଏକମାତ୍ର ପ୍ରମୁଖ ନେତା ଭାବେ ରହିଛନ୍ତି। ନବୀନଙ୍କ ପରେ ଦଳର ନେତୃତ୍ୱ ନେଇ ବିଭିନ୍ନ ନାଁ ଆଲୋଚନାରେ ରହିଛି। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା, କିନ୍ତୁ ୨୦୨୪ରେ ନବୀନ ସ୍ପଷ୍ଟ କରିଥିଲେ ଯେ, “ଓଡ଼ିଶାର ଜନତା ମୋ ପରେ ନେତା ନିର୍ଦ୍ଧାରଣ କରିବେ। ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ଯିଏ ପୂର୍ବରୁ ସାଙ୍ଗଠନିକ ସଚିବ ଥିଲେ, ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ଦେଖାଯାଉଛି। ତେବେ ଏହାରି ଭିତରେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, “ନବୀନ ହିଁ ଏକମାତ୍ର ନେତା, ଏବଂ ଦଳ ବାହାର ଲୋକଙ୍କୁ ନେତୃତ୍ୱ ଦେବାକୁ ଗ୍ରହଣ କରିବ ନାହିଁ।”

ଯାହା ସୂଚନା ମିଳିଛି, ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ୧୯ ତାରିଖରେ ସଭାପତି ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି । ନବୀନ ପୁନର୍ବାର ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେଣୁ ନବୀନଙ୍କ ପରେ ନମ୍ବର ୨ ନେତାଙ୍କୁ ନେଇ ନାନା ଚର୍ଚ୍ଚା ଚାଲିଛି । ପୂର୍ବ ପରି ସଙ୍ଗଠନ ସମ୍ପାଦକ ପଦବୀ ବଳବତ୍ତର ରହିବ ନା ପୂର୍ବରୁ ଉଚ୍ଛେଦ ହୋଇଥିବା ମହାସଚିବ ପଦ ଫେରିବ, ତାହା ରହସ୍ୟଘେରରେ ରହିଛି । ଏଥର ଦଳରେ ରାଜନୈତିକ ବ୍ୟାପାର କମିଟି ରହିପାରେ । କିଛି ବରିଷ୍ଠ ନେତାଙ୍କୁ ନେଇ ଏହି କମିଟି ଗଠନ ହେବ । ଯେଉଁ କମିଟି ଦଳୀୟ ବ୍ୟାପାର ବୁଝି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ବି ଏହି କମିଟିର ହସ୍ତକ୍ଷେପ ରହିବ।odi


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri