ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ

ନୟାଗଡ଼,୫ା୪(ଲୋକନାଥ ମିଶ୍ର):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରୁନି। ଟିକେଟ୍‌ ଲବିରେ ବିଜେଡି ଓ କଂଗ୍ରେସ ନେତା ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଟିକେଟ୍‌ ପାଇ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ବିଜେଡି ଟିକେଟ୍‌ ଦେବା ପରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ। କଂଗ୍ରେସ ଦଳରେ ନେତାଙ୍କ ଅଭାବ ଥିବାରୁ ଭାଜପା ଓ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଦଳ ଶେଷ ପର୍ଯ୍ୟାୟରେ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡିରେ ଟିକେଟ୍‌ ଦୌଡରେ ଅନେକ ପ୍ରାର୍ଥୀ ରହିଥିଲେ ହେଁ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଖଣ୍ଡପଡ଼ା ବ୍ଲକ୍‌ ଉପାଧ୍ୟକ୍ଷ ଶିଶିର ସାହୁ, ନାରୀନେତ୍ରୀ ଇରାନୀ ରାୟଙ୍କ ନଁା ଚର୍ଚ୍ଚାକୁ ଆସୁଛି। ନୂଆ ମୁହଁ ମଧ୍ୟ ବିଜେଡି ଦେଇପାରେ ବୋଲି ଅନୁରୂପ ଆଲୋଚନା ଚାଲିଛି।
୨୦୧୯ ନିର୍ବାଚନରେ ଦୁଷ୍ମନ୍ତ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ହୋଇ ୧୮ ହଜାର ୬୦୮ ଭୋଟ ପାଇଥିଲେ। ୨୦୨୪ ନିର୍ବାଚନରେ ଭାଜପାରୁ ଦୁଷ୍ମନ୍ତ ପ୍ରାର୍ଥୀ ହେବା ପରେ ଭୋଟରଙ୍କୁ ଆପଣେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଦୁଷ୍ମନ୍ତ ଶାସକ ବିଜେଡିର ବିଫଳତା ଓ ଅନ୍ତଃକନ୍ଦଳକୁ ନେଇ ଭୋଟରକୁ ଭେଟୁଛନ୍ତି। ପୁଣି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ଭୋଟରଙ୍କୁ ବଖାଣି ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଜେଡିର ଅସନ୍ତୋଷ କର୍ମୀ ଓ ନେତାଙ୍କୁ ନିଜ ପକ୍ଷକୁ ଆଣି ବିଜୟ ହେବାର ସ୍ବପ୍ନ ଦେଖୁଛନ୍ତି। ତେବେ ଖଣ୍ଡପଡ଼ା ଭୋଟର ଦକ୍ଷ ପ୍ରାର୍ଥୀ ଖୋଜୁଛନ୍ତି। ଯିଏକି ସେମାନଙ୍କ ଦୁଃଖସୁଖର ସାଥି ହୋଇ ନିର୍ବାଚନ ମଣ୍ଡଳୀରେ ବିକାଶର ରଥକୁ ଆଗକୁ ନେବ। ରାଜନୈତିକ ମାନଚିତ୍ରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କୋଣଠେସା ହୋଇ ରହିଥିବାରୁ ଅନେକ ଭୋଟର ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୯ ନିର୍ବାଚନରେ ଶାସକ ବିଜେଡିର ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ୧ଲକ୍ଷ ୩୮ ହଜାର ଭୋଟ ପାଇ ବିଧାୟକ ହୋଇଥିଲେ। ଏଠାରେ ଦୁଷ୍ମନ୍ତ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ହୋଇ ୨ୟ ସ୍ଥାନରେ ରହି ୧୮ ହଜାର ୬୦୮ ଭୋଟ ପାଇଥିଲେ। ସେହିପରି ଭାଜପାର ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୪ ହଜାର ୧୪, ନୋଟାକୁ ୧ହଜାର ୨୦, କଂଗ୍ରେସର ବସନ୍ତ କୁମାର ମହାରଣା ୮୮୫ ଭୋଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri