ଜିତିଛନ୍ତି ବିଜେଡି ପ୍ରାର୍ଥୀ, କମିଛି ଭୋଟ

ହାଟଡ଼ିହୀ, ୮ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟଲାଭ କରିଛନ୍ତି। ସେ ୭୧ ହଜାର ୬୫୧ ଖଣ୍ଡ ଭୋଟ ପାଇଛନ୍ତି। ମାତ୍ର ଏଠାରେ ପୂର୍ବ ନିର୍ବାଚନ ଅପେକ୍ଷା ଦଳର ଭୋଟହାର ହ୍ରାସ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ଓ ଭାଜପାର ଭୋଟ ପରିମାଣ ବଢ଼ିଥିବା ପରିଲକ୍ଷିତ ହୋଇଛି।
ବିଧାନସଭା କ୍ଷେତ୍ରରେ ସଦ୍ୟ ସମାପ୍ତ ନିର୍ବାଚନରେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ହୋଇଥିଲା। ପୂର୍ବ ୩ ବିଧାନସଭା ନିର୍ବାଚନରେ ବିଜେଡି ଏଠାରେ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିବା ବେଳେ ଏଥର ବି ଗଡ଼ ଦଖଲ କରିଛି। ମାତ୍ର ୨୦୧୯ ନିର୍ବାଚନଠାରୁ କଂଗ୍ରେସ, ଭାଜପା ଅଧିକ ସକ୍ରିୟ ହୋଇ ନିଜର ଭୋଟ ପରିମାଣକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି, ଯାହାକି ଏଥର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି। ୨୦୧୯ରେ କଂଗ୍ରେସକୁ ୪୫ ହଜାର ୬୫୭ ଖଣ୍ଡ, ବିଜେଡିକୁ ୮୯ ହଜାର ୮୫୦ ଏବଂ ଭାଜପାକୁ ୩୧ ହଜାର ୫୫୪ ଖଣ୍ଡ ଭୋଟ ମିଳିଥିଲା। ନୋଟା ଭୋଟ ସଂଖ୍ୟା ୧ ହଜାର ୨୯ ଖଣ୍ଡ ଥିଲା। ୨୦୨୪ ନିର୍ବାଚନରେ ମୋଟ ୧ ଲକ୍ଷ ୮୦ ହଜାର ୫୯୯ ଜଣ ଭୋଟ ଦେଇଥିଲେ। ପୋଷ୍ଟାଲ ଭୋଟ ଦେଇଥିବା ୫୧୪ ଜଣଙ୍କ ମଧ୍ୟରୁ କଂଗ୍ରେସକୁ ସର୍ବାଧିକ ୧୯୪ ଖଣ୍ଡ, ଭାଜପାକୁ ୧୬୩ ଖଣ୍ଡ, ବିଜେଡିକୁ ୧୩୫ ଖଣ୍ଡ, ଅନ୍ୟାନ୍ୟକୁ ୨୦ ଖଣ୍ଡ ଭୋଟ ମିଳିଥିଲା। ତେବେ ଇଭିଏମ୍‌ ଏବଂ ପୋଷ୍ଟାଲ ଭୋଟକୁ ମିଶାଇ କଂଗ୍ରେସକୁ ଏଥିର ୬୦ ହଜାର ୬୮୫ ଖଣ୍ଡ, ବିଜେଡିକୁ ୭୧ ହଜାର ୬୫୧ ଖଣ୍ଡ, ଭାଜପାକୁ ୪୨ ହଜାର ୫୯୧ ଖଣ୍ଡ ଭୋଟ ମିଳିଛି। ନୋଟାକୁ ୧ ହଜାର ୬୦୫ ଖଣ୍ଡ ଭୋଟ ମିଳିଥିଲା। ଅପରପକ୍ଷେ ଲୋକ ସଭା କ୍ଷେତ୍ରରେ ନିର୍ବାଚନକୁ ଲକ୍ଷ୍ୟକଲେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ଭାଜପା ବିଜୟୀ ହୋଇଛି। ସୂଚନାଯୋଗ୍ୟ, ୨୦୧୯ରେ ଜିଲାରେ ୬ଟି ବିଧାନସଭା କ୍ଷେତ୍ରରୁ ୫ଟିରେ ବିଜେଡି ବିଜୟୀ ହୋଇଥିଲା। ଲୋକ ସଭା ଆସନ ମଧ୍ୟ ବିଜେଡି ହାତେଇଥିଲା। ୨୦୨୪ରେ ୩ ବିଧାନସଭା ଆସନରେ ବିଜେଡି ଏବଂ ୩ଟିରେ ଭାଜପା ବିଜୟୀ ହୋଇଛି। ଲୋକ ସଭା ଆସନ ଭାଜପା ହାତକୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri