କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ…

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ । ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି।

ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ । ତେବେ ନାମାଙ୍କନ ଦାଖଲ ପୂର୍ବରୁ ମନ୍ମଥ ଲିଙ୍ଗରାଜ ମନ୍ଦିରରୁ ଜଟଣୀରେ ପହଞ୍ଚିଥିଲେ। ଏହାପରେ ନିଜ ସମର୍ଥକଙ୍କ ସହ ଶଗଡ ଜରିଆରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ପାଇକ ବେଶରେ ସଜ୍ଜିତ ହୋଇଥିବା ବେଳେ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା। ତେବେ ଶଗଡ଼ରେ ଯାଇ ନାମାଙ୍କନ ଦାଖଲ କରିଥିବା ବେଳେ ତାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ସେ କାହିଁକି ଏଭଳି ନିଆରା ପଦକ୍ଷେପ ନେଲେ ତାହାର ଖୁଲାସା ନିଜେ ମନ୍ମଥ କରିଛନ୍ତି। ମନ୍ମଥ କହିଛନ୍ତି, ମୁଁ ପାଇକ ପୁଅ ତେଣୁ ମୁଁ ଶଗଡରେ ଆସିଲି। ବହୁତ ଭଲ ରେଜଲ୍ଟ ହେବ। ଶ୍ରୀ ଲିଙ୍ଗରାଜ, ଶ୍ରୀ ଜଗନ୍ନାଥ ଯେମିତି ହେଲେ ବହୁତ ମାତ୍ରାରେ ଭଲ ପାଇବା, ଆଶୀର୍ବାଦ ଅଛି। ମୁଁ କାହା ସହିତ ଲଢେଇ କରିବାକୁ ଆସିନାହିଁ। ମୁଁ ଓଡ଼ିଶାବାସୀଙ୍କୁ ବହୁତ ସମ୍ମାନ ଦିଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri