ଆଦିବାସୀ କାର୍ଡ ଖେଳିପାରେ ବିଜେଡି: ମଇଦାନକୁ ଓହ୍ଲାଇବେ ନୂଆ ଚେହେରା

ବାଲିଗୁଡ଼ା,୫ା୪(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଜି. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ବାଲିଗୁଡ଼ା ଆସନକୁ ଦଳ ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଫୁଲବାଣୀ ଆସନରେ ନୂଆମୁହଁ ମହିଳା ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ବିଜେଡି ପ୍ରାର୍ଥୀ ଦେଇଥିବା ବେଳେ ଘୁ.ଉଦୟଗିରି ଆସନରେ ପୁରୁଣା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କୁ ଦୋହରାଇଛି l ହେଲେ ବାଲିଗୁଡ଼ା ଆସନ କ୍ଷେତ୍ରରେ ଦଳ କାହିଁକି ଏପର୍ଯ୍ୟନ୍ତ ସେଭଳି କିଛି ନିଷ୍ପତ୍ତି ନେଇ ନାହିଁ, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଆଦିବାସୀ କାର୍ଡ ଖେଳି ସ୍ଥାନୀୟ ଟାଉନର ମହିଳା ଆଦିବାସୀ ନେତ୍ରୀ ଭାବେ ଜଣାଶୁଣା କଳ୍ପନା କହଁରଙ୍କୁ ପ୍ରଥମଥର ପାଇଁ ଦଳୀୟ ପ୍ରାର୍ଥୀ କରିଛି ଏବଂ କଂଗ୍ରେସ ମଧ୍ୟ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କୋଟଗଡ଼ ବ୍ଲକ ପାରିଗଡ଼ ପଞ୍ଚାୟତ ସମିତି ସଭ୍ୟ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ମାତ୍ର ବହୁ କଂଗ୍ରେସ କର୍ମୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରାର୍ଥୀ ଜଣକ ଆଦିବାସୀ ନୁହନ୍ତି ବୋଲି ଯୁକ୍ତି ବାଢ଼ି ସ୍ଥାନୀୟ ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏ ସବୁ ଭିତରେ ଲଗାତର ବିଜୟଧାରାକୁ ଅବ୍ୟାହତ ରଖିବା ପାଇଁ ବିଜେଡି ମଧ୍ୟ ଏଠାରେ ଆଦିବାସୀ କାର୍ଡ ଖେଳିପାରେ। ସେପଟେ ବିଜେଡି ବିଧାୟକ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ବିଧାୟକ ଚକ୍ରମଣି କହଁରଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଅନ୍ୟପକ୍ଷରେ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କ୍ଳେଶ ପ୍ରଧାନ ଓ କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକଙ୍କ ଭାଇ ବିଜେଶ୍ୱର ମଲ୍ଲିକଙ୍କ ଭଳି ନୂଆ ଚେହେରାଙ୍କୁ ଦଳ ଏଠାରୁ ନିର୍ବାଚନ ମଇଦାନକୁ ଛାଡ଼ି ଚମକ ସୃଷ୍ଟି କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ l ହେଲେ ଦଳ ସ୍ଥାନୀୟ ଭୋଟରଙ୍କ ସୁଖ ଦୁଃଖରେ ସର୍ବଦା ଭାଗିଦାର ହୋଇ ପାରୁଥିବା କିଛି ନୂଆ ଚେହେରାଙ୍କୁ ଚାହୁଁଥିବା ଦୃଷ୍ଟିରୁ ବିଜେଡି ସେଭଳି କିଛି ଗୋଟିଚାଳନା କରିପାରେ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ବାଲିଗୁଡ଼ା ବିଧାନସଭା ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି, ସେଥିପ୍ରତି ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri